November 24, 2024
Share

 

 

ଗଞ୍ଜାମ : ବ୍ରହ୍ମପୁର ମହାନଗର ଖଲ୍ଲିକୋଟ କଲେଜ ମିନି ଷ୍ଟାଡିଅମ ରେ ଗଞ୍ଜାମ ର ଅଗ୍ରଣୀ ସ୍ବେଛାସେବୀ ଦିଗଦର୍ଶନ ଅନୁଷ୍ଠାନ ଓ ଖୋର୍ଦ୍ଧା ଜିଲ୍ଲା ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ଦଶମ ମହାନଗର ପୁସ୍ତକ ମେଳାର ଅଷ୍ଟମ ସନ୍ଧ୍ୟା କବିତା ଆସର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦିଗଗଦର୍ଶନ ଅନୁଷ୍ଠାନ ର ନିର୍ଦ୍ଧେଶକ ଉମାକାନ୍ତ ବେହେରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ବରିଷ୍ଠ ଲେଖିକା ଦେବୀପ୍ରଭା ରଥ ଉଦଘାଟିକା ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ l ବୃକ୍ଷ ମାନବ ତଥା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ଗାନ କରି ଉପସ୍ଥିତ କବି ଓ କବୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଅଧ୍ୟାପକ ତଥା ସୁ ସାହିତ୍ୟକ କୈଳାଶ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସୁମଧୁର ସୁନ୍ଦର କବିତା ଗାନ କରିଥିଲେ l ସମ୍ମାନିତ ଅତିଥି ଭାବେ ନିଶିଗନ୍ଧା ର ଡ଼. କୁଳମଣି ଓଝା, ବରିଷ୍ଠ କବି ବିପ୍ଲବକବି ପ୍ରମୋଦ କୁମାର ପଣ୍ଡା ଯୋଗ ଦେଇ ପୁସ୍ତକ ଓ ପୁସ୍ତକମେଳାର ଉପାଦେୟତା ବିଷୟରେ ଚୁମ୍ବକୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ l ପରେ ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ ଓ ସୁଧାଞ୍ଜଳି ମିଶ୍ରଙ୍କ ସଂଯୋଜନାରେ 40ରୁ ଉର୍ଦ୍ଧ କବି କବୟିତ୍ରୀ କବିତା ପାଠ କରିଥିଲେ l ପରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ର ପ୍ରତିଷ୍ଠାତା ବଳରାମ ତରାଇ ଙ୍କ ଦ୍ଵାରା ନିଶିଗନ୍ଧା ର କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା l ପରିଶେଷରେ ସ୍ଥାନୀୟ ଅଞ୍ଚଳର କୁନି କାଲାକାର ଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଦିଗଦର୍ଶନ ଫାଉଣ୍ଡେସନ ର ଉପସଭାପତି ରାକେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ପୁସ୍ତକ ମେଳାର କମିଟି ମେମ୍ବର ପ୍ରଫୁଲ ତ୍ରିପାଠୀ, ବି ସତ୍ୟମ ଆଚାରୀ, ଗଜାନନ ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ l(ପ୍ରଦୀପ କୁମାର ପଣ୍ଡା)