November 23, 2024

ବୋରିଗାଁରେ ମେଗା ସ୍ୱାସ୍ଥ୍ୟ ଶିବିର

Share

କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ବୋରିଗାଁ ଶିବ ମନ୍ଦିର କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଶନିବାର ପୂର୍ବାହ୍ନ ସମୟରେ ପୂର୍ବତନ ବି.ଆର.ଏମ୍.ସି ସଭାପତି ସୁରେଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ସ୍ଥାୟୀ ବିକାଶ ଲକ୍ଷ୍ୟ ଓ ଅଗ୍ରୱାଲ ଡାଇବେଟିସ ସେଣ୍ଟରର ମିଳିତ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଡାଇବେଟିସ ଡାକ୍ତର ପ୍ରମୋଦ ଅଗ୍ରୱାଲ ଯୋଗଦେଇ ୯୦ ରୁ ଉର୍ଦ୍ଧ୍ବ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ରବୀନ୍ଦ୍ର ମିଶ୍ର,ଆଇନଜୀବୀ ପ୍ରଦୀପ କୁମାର ବେହେରା, ଲକ୍ଷ୍ମୀନୃସିଂହ ସାହୁ, ବି.ଜନାର୍ଦନ ରେଡ୍ଡୀ, ଉମାଶଙ୍କର ସାହୁ, କୀର୍ତ୍ତନ ସାହୁ, ସ୍ୱପ୍ନା ବେହେରା, ଦୀପ୍ତିମୟୀ ସାହୁ, କେ.ଇନ୍ଦୁ, ମାମାଲି ସେଠୀ, ରାଧାରାଣୀ ସାମନ୍ତରାୟ, ବଦ୍ରୀ ନାରାୟଣ ପାତ୍ର, କାମ୍ପନିଧି ସହି, ଜୟସେନ ସାହୁ, ସ୍ୱରାଜ୍ୟ ପଟ୍ଟନାୟକ, ଶିବରାମ ବେହେରା, ପୂର୍ବତନ ସରପଞ୍ଚ ବସନ୍ତ କୁମାର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଶିବିର କୁ ସହଯୋଗ କରିଥିଲେ। (କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ)