November 24, 2024
Share

➡️୧-ମୁମ୍ବାଇର ମେକଓଭର କରୁଥିବା ଦେଶର ଦୀର୍ଘତମ ସମୁଦ୍ର ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ମୁମ୍ବାଇ-ନଭି ମୁମ୍ବାଇକୁ ଯୋଡିବ ୨୨ କିଲୋମିଟର ଅଟଳ ସେତୁ l

➡️୨-ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ବ୍ରାହ୍ମଣବରଣ ସହ ଆଜିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଆଦ୍ୟପର୍ବ। ଆଜି ଆରମ୍ଭ ହେବ ଅଙ୍କୁରପୂଜନ ସହ ଅନ୍ୟାନ୍ୟ ନୀତିକାନ୍ତି। ୧୭ ତାରିଖ ପୌଷ ଶୁକ୍ଳ ପକ୍ଷ ଶୁଭଦିନରେ ହବ ପୂର୍ଣ୍ଣାହୁତି। ୧୫,୧୬, ୧୭ରେ ହୋମଯଜ୍ଞ ହେବ।

➡️୩-ଏଣିକି କଲେଜ୍‌ ଷ୍ଟୁଡେଣ୍ଟ କରିବେ ରିଲ୍ସ ସହ ଭିଡ଼ିଓଗ୍ରାଫି । ରାଜ୍ୟ ସରକାର ଦେବେ ଅର୍ଥ ପୁରସ୍କାର । ଆସନ୍ତା ଫେବୃଆରୀ ୨୬ ଯାଏଁ ଚାଲିବ ଏହି ଡିଜିଟାଲ ପ୍ରତିଯୋଗିତା । ସୋସିଆଲ ମିଡିଆରେ ପିଲାଏ ନୂଆ-ଓ, ଆମ ଓଡ଼ିଶା ନବୀନ ଓଡ଼ିଶା ହାସ୍ ଟ୍ୟାଗ୍ ଦେଇ ପ୍ରତିଯୋଗିତାରେ ଭାଗ ନେଇପାରିବେ l

➡️୪-ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରିପ୍ରେକ୍ଷୀରେ ୧୧ ଦିନିଆ ସ୍ବତନ୍ତ୍ର ପୂଜା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଅଡିଓ ବାର୍ତ୍ତା ଦେଇ କହିଲେ ‘ମୁଁ ଭାବବିହ୍ବଳ ହୋଇପଡ଼ିଛି’ l

➡️୫-ଏଣିକି ଶିଶୁଶ୍ରମିକ ରଖିବେ ନାହିଁ ବୋଲି ଉଠାଦୋକାନୀମାନଙ୍କୁ ଦେବାକୁ ପଡ଼ିବ ଅଣ୍ଡରଟେକିଂ। ନଚେତ୍‌ ସେମାନଙ୍କୁ ଏଲ୍‌ଓଆର୍‌ ପ୍ରମାଣପତ୍ର ମିଳିପାରିବ ନାହିଁ। ଏ ନେଇ କେନ୍ଦ୍ର ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମ୍ୟୁନିସିପାଲଟି ପ୍ରଶାସକଙ୍କୁ ଲେଖିଲେ ଚିଠି l

➡️୬-ଭୁବନେଶ୍ୱର ଜନତା ମଇଦାନଠାରେ ‘କୃଷି ଓଡିଶା-୨୦୨୪’ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ।

➡️୭-ଅଯୋଧ୍ୟାର ରାମ ମନ୍ଦିରରେ ପୂଜାର୍ଚ୍ଚନା ସମାରୋହ ଦିନ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମୁତୟନ କରାଯିବ ଡ୍ରୋନ୍‌, ଜିଲ୍ଲାରେ ଲାଗିଲାଣି ୧୦ ହଜାର ସିସିଟିଭି l

➡️୮-ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା କଲା ଜାରି l ଏଣିକି ସ୍ପଷ୍ଟ ଅକ୍ଷରରେ କିମ୍ବା ଟାଇପ କରି ଔଷଧ ଚିଠା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହେଲା ନିର୍ଦ୍ଦେଶ l

➡️୯-ବିଶ୍ବର ସର୍ବୋଚ୍ଚ ଶୃଙ୍ଘ ଏଭରେଷ୍ଟର ବେସ୍‌ କ୍ୟାମ୍ପକୁ ଯାଜପୁର ଜିଲା ଧର୍ମଶାଳା ପଟୁଣିଆ ଗ୍ରାମର ମୂଳ ବାସିନ୍ଦା ମହିଳା ମମତା ରାଉତ ସଫଳତାର ସହିତ କଲେ ଆରୋହଣ l

➡️୧୦-ବାତିଲ ହେଲା ସମ୍ବଲପୁର ଜିଏମ୍‌ୟୁରେ ହେବାକୁ ଥିବା କଳା, ବିଜ୍ଞାନ, ବାଣିଜ୍ୟ, ଶିକ୍ଷା ବିଭାଗର ସ୍ନାତକ, ବିବିଏ, ଆଇଏସ୍‌ଟି ତୃତୀୟ ସେମିଷ୍ଟର ପରୀକ୍ଷା l ଏହି ପରୀକ୍ଷା ଆସନ୍ତା ୨୪ ତାରିଖରେ ଦୁଇଟି ସିଟିଂ ଯଥାକ୍ରମେ ୯ଟା ୩୦ରୁ ୧୨ଟା ୩୦ ଓ ୧ଟା ୩୦ ମିନିଟରୁ ୪ଟା ୩୦ ମିନିଟ ମଧ୍ୟରେ ଅନୁଷ୍ଠିତ ହେବ।

➡️୧୧-ଆଜି ବାଲେଶ୍ୱର-ଗୋପୀନାଥପୁର ନୀଳଗିରି ପାସେଞ୍ଜର ଲାଇନ୍ ର ନୂଆ ମେମୁ ଟ୍ରେନ୍ ଲୋକାର୍ପଣ କରିବେ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ l

➡️୧୨-ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ୍ ପ୍ରଦାନ ସପକ୍ଷରେ ହାଇକୋର୍ଟ କଲେ ଦେଲେ ରାୟ । ପୂର୍ବରୁ ଆବେଦନକାରୀ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ପ୍ରଦାନ ଦରଖାସ୍ତକୁ ଖାରଜ କରି ସରକାର ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ କଲେ ରଦ୍ଦ।

➡️୧୩-ପଟ୍ଟାମୁଣ୍ତାଇ ବ୍ଲକ ସଂସାରଫଳ ଗ୍ରାମରେ ୫୦ ଉର୍ଦ୍ଧ୍ବ କାଉଙ୍କ ହେଲା ମୃତ୍ୟୁ l ଗୋଟିଏ ଗାଁରେ ଦୁଇ ଦିନ ଭିତରେ ୫୦ରୁ ଅଧିକ କାଉଙ୍କ ମୃତ୍ୟୁ ସ୍ଥାନୀୟ ଅଂଚଳରେ ଆତଙ୍କର କାରଣ ହୋଇଛି l

➡️୧୪-୨୦୨୪ ପାଇଁ ବିଜେପିର ନୂଆ ଫର୍ମୂଲା l ଏଥର ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବନି ଟିକେଟ , ୩ ଥରରୁ ଅଧିକ ଜିତିଥିଲେ କଟିବ ଟିକେଟ୍ , ନୂଆ ଚେହେରା ବାଜିରେ ଲାଗିବେ l

➡️୧୫-ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି l ସେ ଭୁବନେଶ୍ବରରେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେବେ l

➡️୧୬-୨୦୧୬ରେ ବଙ୍ଗୋପସାଗରରେ ନିଖୋଜ ହୋଇଥିବା ବାୟୁସେନାର ଏଏନ୍‌-୩୨ ବିମାନର ଭଗ୍ନାବଶେଷ ହେଲା ଉଦ୍ଧାର l ଏହି ବିମାନରେ ୨୯ ଜଣ ଯବାନ ଥିଲେ।

➡️୧୭-ଆଜି ବସିବ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୪ଦଳର ମୁଖ୍ୟ ଦେବେ ଯୋଗ, ଜେଡିୟୁ ମୁଖିଆ ନୀତୀଶ କୁମାରଙ୍କୁ ମିଳିପାରେ ବଡ ଦାୟିତ୍ୱ l

➡️୧୮-ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆସନ୍ତାକାଲି ଇନ୍ଦୋରଠାରେ ଖେଳାଯିବ l

➡️୧୯-ଇଂଲଣ୍ଡ ବିପକ୍ଷ ଟେଷ୍ଟ: ଭାରତୀୟ ଦଳ ଘୋଷଣା କଲା BCCI, ୨୨ ବର୍ଷୀୟ ୱିକେଟ କିପର କେଏସ ଭରତ ଙ୍କୁ ମିଳିଲା ସୁଯୋଗ l ରୋହିତ ଶର୍ମା ଏହି ଟେଷ୍ଟ ସିରିଜରେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ଓ ଯଶପ୍ରୀତ ବୁମ୍ରା ଉପନାୟକ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ l

➡️୨୦-ଅଲ୍ଟିମେଟ ଖୋ ଖୋ ସିଜନ-୨ l ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଫାଇନାଲରେ ଗୁଜରାଟ ଜିଆଂଟ୍ସକୁ ଭେଟିବ ଚେନ୍ନାଇ କ୍ୱିକ ଗନ୍ସ l