ଜିଲ୍ଲା ସାମ୍ୱାଦିକ ସଙ୍ଘର ବନ୍ଧୁମିଳନ କାର୍ଯ୍ୟକ୍ରମ…
ରାୟଗଡ଼ା ଜିଲ୍ଲାର ଜିଲ୍ଲା ସାମ୍ୱାଦିକ ସଙ୍ଘର ଆଜି ବନ୍ଧୁମିଳନ ଏବଂ ସାଧାରଣ ପରିଷଦ ବୈଠକ କାର୍ଯ୍ୟକ୍ରମ ସ୍ଥାନୀୟ ଭାକୁରଗୁଡା ଉଦ୍ୟାନ ବିଭାଗର ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ସଂଘର ସଭାପତି ଡଃ ବାଦଲ କୁମାର ତା ଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସଂଘର ସାଧାରଣ ସମ୍ପାଦକ ରବିନ୍ଦ୍ର ପାଟଖଣ୍ଡାଳ ଉପସ୍ଥିତ ସଦସ୍ୟଙ୍କୁ ସ୍ୱାଗତ କରିବା ପରେ ସଂଘ ଗତ ୨୦୨୩ରେ କଣ ସବୁ ସାମାଜିକ କାର୍ଯ୍ୟ କରାଯାଇଛି ସେହି ବିବରଣୀ ପାଠ କରିଥିଲେ। ସଭାପତି ଡଃ ବାଦଲ ଏହି ସଂଘ ଆମ ପାଇଁ କଣ ଆବଶ୍ୟକ ଏବଂ ଆମ ଭୂମିକା କଣ ସେ ବିଷୟରେ ଆଲୋଚନା କରିଥିଲେ । ସଂଘ କଣ କରୁଛି ସର୍ବ ସାଧାରଣରେ ଜାଣିବା ଆବଶ୍ୟକ ବୋଲି ଉପଦେଷ୍ଟା ବିଜୟ କୁମାର ମିଶ୍ର କହିଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରମୋଦ ସାହୁ ସଂଘର ସଭ୍ୟ ମାନେ ଜିଲ୍ଲାର ସମସ୍ୟା ଓ ସମ୍ଭାବନା ଉପସ୍ଥାପନ କରି ଜିଲ୍ଲାର ଉନ୍ନୟନ ପ୍ରକ୍ରିୟାକୁ ଆଗେଇ ନେବାକୁ ପ୍ରସ୍ତାବ ରଖିଥିଲେ । ଉପ-ସଭାପତି ଅନିଲ ସାହୁକାର ଅତିଥିଙ୍କୁ ସ୍ବାଗତ କରିଥିଲେ । କୋଷାଧ୍ୟକ୍ଷ ବିଜୟ କୁମାର ଦାସ ବର୍ଷର ଆୟ ବ୍ୟୟ ହିସାବ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଘର ଶତାଧିକ ପୁରାତନ ସଭ୍ଯ ଯୋଗ ଦେଇଥିଲେ ଏବଂ ନୂତନ ସଭ୍ୟମାନଙ୍କୁ ଉପଢୈାକନ ଓ ପୁଷ୍ପ ଦେଇ ସ୍ଵାଗତ କରାଯାଇଥିଲା । ଜିଲ୍ଲା ସମ୍ବାଦିକ ସଙ୍ଘ, ରାୟଗଡର ସାଧାରଣ ସମ୍ପାଦକ ଶ୍ରୀ ପାଟଖଣ୍ଡାଳ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୧ଟି ବ୍ଲକରୁ ୮୦ ଜଣ ସଦସ୍ୟ ଯୋଗ ଦେଇଥିଲେ । ଜିଲ୍ଲା ସାମ୍ବାଦିକ ସଂଘର ଏଭଳି ଶୃଙ୍ଖଳିତ ଚିନ୍ତାଧାରାକୁ ନେଇ ଜିଲାର ସମସ୍ତ ବ୍ଲକ ପ୍ରତିନିଧିମାନେ ଆକୃଷ୍ଟ ହୋଇ ସଂଘରେ ସାମିଲ ହୁଅନ୍ତି ବୋଲି ମତ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ମଧ୍ୟ ସଙ୍ଘ ସଦସ୍ୟ ମାନଙ୍କ ସାମୁହିକ ସହଯୋଗରେ ଜିଲ୍ଲାର ପ୍ରତ୍ୟେକ ଉନ୍ନତି କ୍ଷତ୍ରରେ ନିଜର ଦାୟିତ୍ୱ ବହନ କରିବ । ଏହିଭଳି ସମସ୍ତଙ୍କ ଦାୟିତ୍ଵବୋଧ ରହିଲେ ସଂଘ ନିଶ୍ଚିତ ଆଗକୁ ବଢିବ ବୋଲି ବରିଷ୍ଠ ସାମ୍ବାଦିକ ଶ୍ରୀ ବ୍ରଜ ସୁନ୍ଦର ପାଢୀ କହିଛନ୍ତି । ସଂଘ ବରିଷ୍ଠ ସାମ୍ବାଦିକ ଉମାକାନ୍ତ ନିମାଲପୁରୀ, ବିଜୟ କୁମାର ଉଲ୍ଲାକା, ପ୍ରସାଦ ଲିମା, ଗୋଲକ ବିହାରୀ ସାମନ୍ତରାୟ, ରାଜେନ୍ଦ୍ର ମିଶ୍ର, ରଞ୍ଜନ ସ୍ବାଇଁ ଯୋଗ ଦେଇଥିଲେ ।
ତିନୋଟି କାରଖାନା ଯଥା ଉତ୍କଳ ଆଲୁମିନା, ଇମ୍ଫା, ଜେକେ ପେପର୍ ର ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ମୌସୁମୀ, ଶ୍ରୀ ଶକ୍ତି ପାଣିଗ୍ରାହୀ, ଶ୍ରୀ ମିଲନ ଲେଙ୍କା ଉପସ୍ଥିତ ଥିବା ବେଳେ ସୂଚନା ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷା ଶ୍ରୀମତୀ ବିଦୁଲତା ହୁଇକା, ଶ୍ରୀ ଗାଗାରିନ ଶବର, ଶ୍ରୀ କୈଳାସ ପାଳ, ପ୍ରେସ କ୍ଳବ ସଭାପତି ଯୋଗେଶ ଦାସ, ରଞ୍ଜନ କୁମାର ରଥ, କେକେ ଜେନା, ବି କେ ପଟ୍ଟନାୟକ, ଶ୍ରୀ ନାଗରାଜୁ, ଶ୍ରୀ ଦାମୁ, ପ୍ରେସ ୟୁନିୟନ ସଭାପତି ମାଉଡି ବାରିକ, ଶିବାଜୀ ଦାସ, ବରିଷ୍ଠ ସାମ୍ବାଦିକ ଅମୁଲ୍ୟ ସାହୁ, ରଶ୍ମିରଞ୍ଜନ ଦୋରା, ସ୍ମୃତି ମହାନ୍ତି, ଖଗେଶ୍ବର ସିଂ, ଦୀପକ କୁମାର ପୃଷ୍ଟି, ନିରଞ୍ଜନ ପାଳ, ସୁରେଶ ଦାସ, ରଘୁନାଥ କାମ୍ବା, ନଳିନୀ ପାଣି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଶ୍ଯାମ କୁମାର ଦାସ, ପ୍ରମୋଦ କୁମାର ପଣ୍ଡା, ବିଦ୍ଯା ପଣ୍ଡା, ବିଦ୍ଯା ସାଗର, ଗଣେଶ ସାହୁ ସଦସ୍ୟଙ୍କ ପଞ୍ଜିକରଣ ଉପହାର ବିତରଣ କରିବାରେ ସହଯୋଗ କରିଥିଲେ ।
(ରିପୋର୍ଟ ସଞ୍ଜିବ କୁମାର ଦାଶ)