November 23, 2024

ପାଟବନ୍ଧ ଗ୍ରାମ ରେ ବୁଲିଲା ଜଗନ୍ନାଥ ଙ୍କ ଅର୍ପଣ ରଥ…

Share

ବୋଲଗଡ଼,(ଉପାନ୍ତ ଖବର): ସାରା ରାଜ୍ୟରେ ଗଡୁଛି ଜୟ ଜଗନ୍ନାଥଙ୍କ ଅର୍ପଣ ରଥ। ଜୟ ଜଗନ୍ନାଥ ଧ୍ଵନିରେ କମ୍ପୁଛି ପୁରପଲ୍ଲୀ। ଆସନ୍ତା ୧୭ତାରିଖରେ ହେବାକୁ ଥିବା ଜଗନ୍ନାଥ ଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଉପଲକ୍ଷେ ଆରମ୍ଭ ହୋଇଯାଇଛି ଓଡ଼ିଶାର ପ୍ରତ୍ୟେକ ଗାଁ ଠାରୁ ସହର ଯାଏଁ ଜାନୁଆରୀ ୬ତାରିଖରୁ ୧୭ତାରିଖ ପର୍ଯ୍ୟନ୍ତ ବୁଲିବ ଏହି ଜଗନ୍ନାଥ ଙ୍କ ଅର୍ପଣ ରଥ। ପରିକ୍ରମା ଲୋକାର୍ପଣ ପୂର୍ବରୁ ସବୁଠି ଜଗନ୍ନାଥଙ୍କ ରସରେ ବିଭୋର ଭକ୍ତ ଓ ଶ୍ରଦ୍ଧାଳୁ।ଏହା ପୂର୍ବରୁ ମହାପ୍ରଭୁ ଙ୍କୁ ଦର୍ଶନ କରିବେ ଶ୍ରୀକ୍ଷେତ୍ର ପୁରୀରେ ୧୫ତାରିଖରେ ଦଶ ହଜାର ରୁ ଅଧିକ ଯୁବ ଓ ଛାତ୍ର। ପରେ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ। ସେହିପରି ଆଜି ବୋଲଗଡ ବ୍ଲକ ସାଗରଗାଁ ପଞ୍ଚାୟତ ର ପାଟବନ୍ଧ ଗ୍ରାମ ରେ ବୁଲିଛି ଜଗନ୍ନାଥଙ୍କ ଅର୍ପଣ ରଥ। ଆଜି ଏହି ଜଗନ୍ନାଥଙ୍କ ଅର୍ପଣ ରଥ ସାଗରଗାଁ ପଞ୍ଚାୟତର ସରପଞ୍ଚ ରମାମଣୀ ଦେଇ ଙ୍କ ନେତୃତ୍ୱରେ ପ୍ରଥମେ ପଶ୍ଚିମେଶ୍ୱରଙ୍କ ପୀଠ ଓ ଦଧିବାମନଙ୍କ ପୀଠରେ ଜଗନ୍ନାଥ ଅର୍ପଣ ରଥକୁ ପୂଜାର୍ଚନା କରି ଗ୍ରାମରେ ପରିକ୍ରମା କରିଥିଲେ ଏଥିରେ ଦଧିବାମନ ଦେବ ସଂକ୍ରିତନ ମଣ୍ଡଳୀ ସାମିଲି ହୋଇ ନାମ ସଂକ୍ରିର୍ତ୍ତନ କରି ମହା ପ୍ରଭୁଙ୍କ ରଥକୁ ବୁଲାଇ ଥିଲେ ଗ୍ରାମରେ ହରିବୋଲ ହୁଳହୁଳିରେ ଗ୍ରାମ ପ୍ରକମ୍ପିତ ହୋଇଥିଲା। ଏବଂ ଏହି ରଥ ଗ୍ରାମ ପରିକ୍ରମା କରି ଗୁଆ, ଅରୁଆ ଚାଉଳ ଓ ବିଭିନ୍ନ ଫଳ ମୂଳ, ପୁଷ୍ପ ଆଦି ସଂଗ୍ରହ କରିଥିଲେ।ଏହି ଜଗନ୍ନାଥ ଙ୍କ ଅର୍ପଣ ରଥ ରେ ଅନେକ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)