ଲୋଚାପଡାରେ ବିଜେଡ଼ିର କର୍ମୀ ସମ୍ମିଳନୀ…
କୁକୁଡାଖଣ୍ଡି ବ୍ଲକ ଅଧିନରେ ଥିବା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଲୋଚାପଡା ଗ୍ରାମରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବଡ଼ସାହି ବଦ୍ଯ ମଠ ସମୁଖରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ୧୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ, କର୍ପୋରେଟର ଦୁର୍ଗା ନାୟକ , ସନ୍ତୋଷ ସାହୁ, ରାଜେନ୍ଦ୍ର ଦାସ, ବି.ଚନ୍ଦ୍ର ପାତ୍ର, ସମାଜ ସେବୀ ରାଜେନ୍ଦ୍ର ପାତ୍ର , କୁନାଲ ସାହୁ ,ଡି.ଚନ୍ଦ୍ର ପାତ୍ର , ଗଙ୍ଗା ସାହୁ , କର୍ପୋରେଟର ମଳୟ ବିଷୋୟୀ , ପୂର୍ବତନ ବି.ଆର.ଏମ.ସି ସଭାପତି ସୁରେଶ ଚନ୍ଦ୍ର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କୁମାର ପାତ୍ର , ପୂର୍ବତନ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ , ଜ୍ୟୋତିରଞ୍ଜନ, ମଧୁ, ନରସିଂହ ସେଠୀ, ଲବ ସାହୁ, ପୁପୁନ ପ୍ରଧାନ,ପ୍ରତିମା ସାହୁ, ଅମୁଲ୍ୟ ସାହୁ, ସନୁ ସାହୁ, ଡି.ଦଣ୍ଡପାଣି ପାତ୍ର, ଡି. ଭଗବାନ ପାତ୍ର, ଲାଚନା ପାତ୍ର, ଜି. ସନ୍ତୋଷ ପାତ୍ର, ରବୀନ୍ଦ୍ର ପାତ୍ର, ଆଶିଷ ପାତ୍ର, ଶ୍ରୀବାସ ପାତ୍ର, ପୂର୍ବତନ ସରପଞ୍ଚ ମିନତୀ ବେହେରାଙ୍କ ସମେତ ପଞ୍ଚାୟତର ଏକ ହଜାର ରୁ ଉର୍ଦ୍ଧ୍ବ କର୍ମୀମାନେ ଉପସ୍ଥିତ ରହି ନୂତନ କମିଟି ଗଠନ କରିଥିଲେ।
(କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ)