November 22, 2024

ଦୟାପଲ୍ଲୀରେ ଶୁଭାରମ୍ଭ ହେଲା ଜଗନ୍ନାଥ ଅର୍ପଣ ରଥ …

Share


କୁକୁଡ଼ାଖଣ୍ତି ,: ଶ୍ରୀଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ସୁରକ୍ଷା ଓ ପ୍ରଚାର ପ୍ରସାର, ଓଡିଶା ସରକାରଙ୍କ “ ଆମ ଓଡିଶା ନବୀନ ଓଡିଶା “ ଯୋଜନା ର ଅନ୍ଯତମ ଅଂଶବିଶେଷ I ଏହି କ୍ରମରେ ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୭ ତାରିଖ ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ନିର୍ମିତ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ I ଏହି ଐତିହାସିକ ମୂହୁର୍ତ୍ତରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସମଗ୍ର ରାଜ୍ୟରୁ ଶ୍ରଦ୍ଧାଳୁ ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନିମନ୍ତେ ନିମନ୍ତ୍ରଣ କରିଛନ୍ତି I ଏହି ମୂହୁର୍ତ୍ତକୁ ଅଧିକ ଭାବପୂର୍ଣ୍ଣ କରିବା ପାଇଁ ବିବିଧ ସାଂସ୍କୃତିକ ଓ ପ୍ରଚାରଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମ ପଞ୍ଚାୟତ ରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଅଂଶ ଗ୍ରହଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି I ସୂଚନା ଅନୁସାରେ ଆଜି ଶନିବାର ତା ୦୬ ଠାରୁ ୧୬ ରିଖ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ବ୍ଲକରେ ଜଗନ୍ନାଥ ସଂସ୍କୃତି ସହିତ ଜଡିତ ବିବିଧ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଅଛି I ହିଞ୍ଜିଳି ପଞ୍ଚାୟତ ସମିତିର ଯୋଜନା ପ୍ରକାରେ ତିନି ଗୋଟି ଅର୍ପଣ ରଥ ୦୬/୦୧ ଠାରୁ ୧୪/୦୧ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ସମିତିର ସମସ୍ତ ଗ୍ରାମରେ ଘରକୁ ଘର ବୁଲି ପ୍ରତ୍ଯେକ ପରିବାରଙ୍କ ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗୋଟିଏ ଗୁଆ ସଂଗ୍ରହ କରିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି I କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଅର୍ପଣ ରଥ ଦୟାପଲ୍ଲୀ ଗ୍ରାମରେ ଭ୍ରମଣ କରି ଶ୍ରଦ୍ଧାଳୁଙ୍କ ଠାରୁ ଭକ୍ତିପୂର୍ଣ ପରିବେଶରେ ସମବେତ ଜନତାଙ୍କ ଉପସ୍ଥିତିରେ ଅର୍ପଣ ସଂଗ୍ରହ କରାଯାଇଛି I ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଶୁଭାରମ୍ଭ କରିଥିଲେ I ଦୟାପଲ୍ଲୀ ଗ୍ରାମର ବାଲୁଙ୍କେଶ୍ଵର ମନ୍ଦିରରୁ ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରିବା ସହ ୬୯ ନଂ ଜିଲ୍ଲା ପରିଷଦ ଜୋନ ସଭ୍ୟା ପ୍ରୀତି ସାହୁ , ସରପଞ୍ଚ ବି.ସଞ୍ଜିତା, ସମିତି ସଭ୍ଯ ଇପିଲି ରାଜାରାଓ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଶଙ୍କର ରାଓ , ଜିଆରଏସ ପ୍ରଫୁଲ୍ଲ କୁମାର ସାହୁ ଓ ପଞ୍ଚାୟତର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।(ପି.କୃଷ୍ଣମୂର୍ତ୍ତି)

You may have missed