November 14, 2024

ପ୍ରାକ୍ତନ କ୍ରୀଡା ଅଧ୍ୟାପକ ଦାମୋଦର ଦାଶ ଙ୍କ ଦ୍ବାଦଶ ତିଥିରେ ଶ୍ରଦ୍ଧାଞ୍ଜଳି

Share

ବୁଗୁଡା:-ତା-୧୪-୦୨-୨୦୨୩ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ଦୀର୍ଘ ୩୦ବର୍ଷ ଧରି କ୍ରୀଡା ଅଧ୍ୟାପକ ଭାବେ କାର୍ଯ୍ୟ କରି ୨ମାସ ତଳେ ଅବସର ନେଇଥିବା ବୁଗୁଡାର ଦାମୋଦର ଦାଶଙ୍କ ବିୟୋଗରେ ଆଜି ଦ୍ବାଦଶାହ ତିଥିରେ ତାଙ୍କ ବାସ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ବାଲିପଦର ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇ ସ୍ବର୍ଗତ ଆତ୍ମାର ସଦ୍ ଗତି କାମନା କରା ଯାଇ ଥିଲା। ଅଧ୍ୟାପକ ସରୋଜ କାନ୍ତଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ସର୍ବଶ୍ରୀ ଅଧ୍ୟାପକ କାମେଶ୍ୱର ବେହରା,ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ପ୍ରେମାନନ୍ଦ ପ୍ରଧାନ, ଅମିୟ କୁମାର ସ୍ବାଇଁ, ଶ୍ରୀମୟୀ ଦାସ, ଭାବଗ୍ରାହୀ ମହାପାତ୍ର, ରଶ୍ମି ରଞ୍ଜନ ତ୍ରିପାଠୀ, ବିଭୁତି ଭୁଷଣ ବେବର୍ତ୍ତା, କିଶୋର ଚନ୍ଦ୍ର ପଣ୍ଡା, କୈଳାସ ଚନ୍ଦ୍ର ସେନାପତି, ଜୟନ୍ତ କୁମାର ହୋତା, ଡ. ଦିଲ୍ଲିପ କୁମାର ପ୍ରଧାନ, ପ୍ରଦ୍ୟୁମ୍ନ କୁମାର ପାଢୀ, ଭାବଗ୍ରାହୀ ପଣ୍ଡା, ସଂଜୟ କୁମାର ପାତ୍ର, ଡ.ଶିଶିର କୁମାର ନାୟକ, ସଞ୍ଜୟ କୁମାର ବିଷୋୟୀ,ସନ୍ତୋଷ କୁମାର ପରିଡା, ରମାକାନ୍ତ ରାଉତ, ଏବଂ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସ୍ବର୍ଗତ ଦାମୋଦର ଦାଶ ଜଣେ ଛାତ୍ର ବତ୍ସଳ କର୍ମଚାରୀ ଥିଲେ ତାଙ୍କ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

*******