March 13, 2026

ୟୁଥ୍ ରେଡ୍ କ୍ରସ୍ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ…

ugtutu
Share


ବୁଗୁଡ଼ା :  ସ୍ଥାନୀୟ ପିପୁଲ୍ସ କଲେଜର ୟୁଥ୍ ରେଡ୍ କ୍ରସ୍ ପକ୍ଷରୁ ସଡକ ସୁରକ୍ଷା ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଆରଟିଓ ଶୁଭେନ୍ଦୁ ରଞ୍ଜନ ରାୟ ଯୋଗ ଦେଇ ସଡକ ସୁରକ୍ଷାର ବିଭିନ୍ନ ନିୟମ ପ୍ରୋଜେକ୍ଟର ମାଧ୍ୟମରେ ଦର୍ଶାଇ ସଚେତନତା ସୃଷ୍ଟି କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ରେଡକ୍ରସ ସଂଯୋଜକ ବି.ଗୋବିନ୍ଦ ରାଓ ଯୋଗ ଦେଇ ପ୍ରାଥମିକ ଅତର୍କିତ ଚିକିତ୍ସା ଓ ଆଘାତପ୍ରାପ୍ତ ବ୍ଯକ୍ତିଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ସମ୍ପର୍କେ ଦୀକ୍ଷାନ୍ତ ଉଦବୋଧନ ଦେଇଥିଲେ । ପ୍ରାରମ୍ଭରେ ଓ୍ବାଇଆରସି ସଂଯୋଜକ ବିନୋଦ କୁମାର କର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ପରିଶେଷରେ ସଂଯୋଜିକା ସନ୍ଧ୍ଯାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।