September 21, 2024
Share

ସୁବର୍ଣ୍ଣପୁର ଜିଲ୍ଲାର ସ୍ଥାନୀୟ ପଏଁରୀ କାର୍ଯ୍ୟାଳୟ ଠାରେ ଆଜି ଆସନ୍ତା ପଏଁରୀ ତିହାର ୨୦୨୪ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ସଭାପତି ଲଡ଼ୁକିଶୋର ମଲ୍ଲିକ ଙ୍କ ସଭାପତିତ୍ୱ ରେ ହୋଇଥିବା ଏହି ସମ୍ମିଳନୀ ରେ ପ୍ରଥମେ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଏହି ସମ୍ମିଳନୀ ରେ ଅନୁଷ୍ଠାନ ର ଉପଦେଷ୍ଟା ଅଭିମନ୍ୟୁ କୁଶଳ,ଉପଦେଷ୍ଟା ଶ୍ରୀବର୍ସ ମଲ୍ଲିକ ପ୍ରମୁଖ ଆଗାମୀ ପଏଁରୀ ତିହାର ୨୦୨୪ ର ପ୍ରଚାର ପ୍ରସାର ପାଇଁ ସହଯୋଗ କାମନା କରିଥିଲେ । ପରେ ଅନୁଷ୍ଠାନ ର ସମ୍ପାଦକ ଚୌଧୁରୀ ବିଭାର ଚଳିତ ବର୍ଷର ପଏଁରୀ ତିହାର କିପରି ଆୟୋଜନ କରାଯିବ ସେ ଦିଗରେ ବିସୃତ ବିବରଣୀ ପ୍ରଦାନ କରିବା ସହ ଚଳିତ ବର୍ଷ ମଧ୍ୟ ଏକ ସୋଭାଯାତ୍ରା ଇଷ୍ଟ ଦେବି ସୁରେଶ୍ୱରୀ ମନ୍ଦିର ରୁ ବାହାରି ନୂତନ ଟାଉନହଲ ପହଂଚିବା ସହ ଉଦଘାଟନ ଉତ୍ସବ ହେବାସହ ଚଳିତ ବର୍ଷ ମଧ୍ୟ ୨୦ ଟି ଦଳ ରାଜ୍ୟ ଓ ରାଜ୍ୟ ବାହାରୁ ଯୋଗ ଦେବା ,୫୦୦ରୁ ଉଦ୍ଦ କଳାକାର ଯୋଗ ଦେବେ ଓ଼ ପ୍ରତି ସନ୍ଧ୍ୟା ରେ ଲୋକ ଗୀତ ଓ଼ ଲୋକ ନାଚ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ ପରେ ଅନୁଷ୍ଠାନ ର ଉପସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଅର୍ପଣ କରି ଥିଲେ l ଏହି ସମ୍ମିଳନୀ ରେ ଅନୁଷ୍ଠାନ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ.