September 21, 2024

ସିସିଡି: ଅନୁଷ୍ଠାନ ପକ୍ଷ’ରୁ ମହିଳା ଓ କିଶୋରୀ ମାନଙ୍କ ନିମନ୍ତେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

Share

ଗଜପତି:- ସିସିଡି: ଅନୁଷ୍ଠାନ ପକ୍ଷ’ରୁ ମହିଳା ଓ କିଶୋରୀ ମାନଙ୍କ ନିମନ୍ତେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦକ୍ଷତା ଓ ସଶକ୍ତିକରଣ କ୍ଷେତ୍ରରେ ମହିଳା ଓ କିଶୋରୀ ମାନଙ୍କ ଅଭିବୃଦ୍ଧି କରାଯିବା ନିମନ୍ତେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡ଼ି: ପକ୍ଷ’ରୁ ୨୬ ଓ ୨୭ ତାରିଖ ଦୁଇଦିନ ଧରି ଦେଶାଇ ଫୋୖଣ୍ଡସନ ସହାୟତା’ରେ ଏକ ପ୍ରଶିକ୍ଷଣ ଶିବିର ଗଜପତି ଜିଲ୍ଲା’ର ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ମାର୍ଲବା ଓ ମଣ୍ଡଳସାହି ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯକ୍ରମ’ର ପ୍ରଶିକ୍ଷଣ ଭାବେ ଜିଲ୍ଲା ଶିଳ୍ପ କେନ୍ଦ୍ର’ର ଆଇପିଓ: ଶ୍ରୀ ଭିବୁ ରଞ୍ଜନ ସ୍ୱାଇଁ , ଜିଲ୍ଲା ଡ଼ିଆଇପିଏ: ର ଆଇପିଇ: କୁମାର ଜ୍ୟୋତି ରଞ୍ଜନ ତ୍ରିପାଠୀ ଏବଂ ଜନଶିକ୍ଷା ସଂସ୍ଥାନ’ର ନିର୍ଦ୍ଦେଶକ ଶ୍ରୀ ଜୀବନ ଦାସ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।
ମୁଖ୍ୟତଃ ଏହି କାର୍ଯ୍ୟକ୍ରମ’ରେ ମଞ୍ଚାସିନ ଅତିଥି ମାନେ ରାଜ୍ୟ ଓ କେନ୍ଦ୍ର ସରକାର’ଙ୍କ ବିଭିନ୍ନ ଯୋଜନା ଯଥା:- ପ୍ରଧାନମନ୍ତ୍ରୀ’ଙ୍କ ନିଯୁକ୍ତି ସୃଜନକାରୀ କାଯ୍ୟକ୍ରମ ପି.ଏମ.ଇ.ଜି.ପି: ବିଷୟରେ ସଚେତନତା କରିବା ସହ ନିଜ ଗ୍ରାମ’ରେ ଅମଳ ହେଉଥିବା ଶସ୍ୟ’ରେ କିପରି ଖାଦ୍ୟ ପ୍ରକିୟା କରଣ ଉଦ୍ୟୋଗ ଗୁଡିକ ସ୍ଥାପନ କରିହେବ ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି କିପରି ବେକାର ଯୁବତୀ , ସ୍ଵଂୟ ସହାୟକ ଗୋଷ୍ଠୀ , ଫାରମର ପ୍ରଡୁସର ଗ୍ରୁପ ଓ ସମବାୟ ସମିତି ବ୍ୟାଙ୍କ ଜରିଆ’ରେ ଋଣ ନେଇ ପାରିବେ , ଋଣ କିପରି ଆବେଦନ କରିବେ ଓ ସବସିଡି ସୁବିଧା ପ୍ରଭୃତି ବିଷୟରେ ବୁଝାଇ ସଚେତନ କରାଇ ଥିଲେ ।
ଶିବିର’ର ସଚେତନତା କାର୍ଯ୍ୟକ୍ରମ’ରେ ସିସିଡ଼ି: ଅନୁଷ୍ଠାନ’ର ଶ୍ରୀ ବିଜୟ କୁମାର ପ୍ରଧାନ ସଂଯୋଜନା କରିଥିଲେ ।
ଏହି କାଯ୍ୟକ୍ରମ’ରେ ଦେଶାଇ ଫାଉଣ୍ଡେସନ’ର କର୍ମକର୍ତ୍ତା ଶ୍ରୀ ଅନୁକ କାର୍ଜି ଓ ଶ୍ରୀ ଜଗନ୍ନାଥ ଗମାଙ୍ଗ ପ୍ରମୁଖ ପରିଚାଳନା’ରେ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ’ରେ ୯୦ ଜଣ ମହିଳା ଓ କିଶୋରୀ ଯୋଗ ଦେଇଥିଲେ।

(ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)