September 21, 2024

ଝୋଟି ଓ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ…

Share

 

 

ସୁବର୍ଣ୍ଣପୁର ଜିଲ୍ଲାର ସ୍ଥାନୀୟ ବାଇଗଣଜୁରୀ ଗ୍ରାମ ଠାରେ ଗ୍ରାମସ୍ତରୀୟ ମା ମାନଙ୍କୁ ନେଇ ଏକ ଝୋଟି ଓ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ୨୧ ଜଣ ପ୍ରତିଯୋଗି ଭାଗ ନେଇଥିବା ବେଳେ ବିଚାରକ ଭାବେ ସୋନପୁର ରାଜ କଲେଜ ର ଅଧ୍ୟାପିକା ପ୍ରତିମା ରଥ, ବିଜୁପଟ୍ଟନାୟକ ମହିଳା କଲେଜ ର ଅଧ୍ୟାପିକା ସରସ୍ବତୀ ଦାସ ପ୍ରମୁଖ ଯୋଗ ଦେଇ ଥିଲେ l ଏହି କାର୍ଯ୍ୟକ୍ରମ କୁ ବାଇଗଣଜୁରୀ ପୂଜାକମିଟି ର ସଭାପତି ପୃଥ୍ୱୀରାଜ ବାଘ ପରିଚାଳନା କରିଥିବା ବେଳେ ଗୋପାଳ, ରଜନୀ, ଦୀପାଳି, ମାମୁନି, ଲିଜା, କାମଲିନି, ପ୍ରତିମା ଓ଼ ଅନ୍ୟାନ୍ୟ ସଭ୍ୟ ସହଯୋଗ ଗରିଥିଲେ l ଶେଷରେ ଝୋଟି ରେ କୋଶଲ୍ୟା ବାଘ ପ୍ରଥମସ୍ଥାନ, ପ୍ରମିଳା ଯୁଆଡ଼ି- ଦ୍ୱିତୀୟ, ଶାନ୍ତି ବାଘ -ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସେହିପରି ମୁରୁଜ ପ୍ରତିଯୋଗିତା ରେ ସନ୍ତୋଷିନୀ ବାଘ- ପ୍ରଥମ,କଳ୍ପନା ବାଘ -ଦ୍ୱିତୀୟ, ଭାଗ୍ୟଶିନୀ ତରିଆ – ତୃତୀୟ ସ୍ଥାନ ଅଧିକାର କରିଥିଲେ ଓ ଶେଷରେ ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l