ଗଞ୍ଜାମ ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସଵ ଉଦ୍ଧଯାପିତ ସମାରୋହ…
ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ 4ଦିନ ଧରି ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମରେ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସଵ ଅନୁଷ୍ଠିତ ହୋଇ ଶୁକ୍ରବାର ଉଦ୍ଧଯାପିତ ହୋଇଯାଇଛି l ଉଦ୍ଧଯାପନୀ ଉତ୍ସବରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, 15 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା,14ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ସ୍ୱାଇଁ ଗଞ୍ଜାମ ବ୍ଲକ ଉପାଧକ୍ଷ ଅନ୍ତର୍ଯ୍ୟାମୀ ବେହେରା ବିଡ଼ିଓ ବସନ୍ତ କୁମାର ମଲ୍ଲିକ ,ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଏ.ବି.ଓ ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଶିକ୍ଷକ ନିରଞ୍ଜନ ମହାପାତ୍ର ଓ ଜିପିଓ ଶ୍ରୀକାନ୍ତ କୁମାର ଗୌଡ଼ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଏହି ଅବସରରେ ନୂଆ ଓ -ଯୁବ ଓଡିଶା ନୂଆ ଓଡିଶା ମାଧ୍ୟମରେ ଯୁବକ ମାନଙ୍କ କ୍ରୀଡା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ବିଧାୟକ ବେହେରା ନିଜ ବକ୍ତବ୍ୟରେ କହିଥିଲେ l ଏଥିସହ ଭିତ୍ତି ଭୂମିର ବିକାଶ ସଙ୍ଗେ ସଙ୍ଗେ ସହର ଓ ଗ୍ରାମାଞ୍ଚଳ ଯୁବ ପୀଡିଙ୍କ ପ୍ରତିଭା ବିକାଶ ଓଡିଶାକୁଏକ ପ୍ରଗତିଶୀଳ ରାଜ୍ୟରେ ପରିଗଣିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ମୂଳ ଲକ୍ଷ ବୋଲି ବିଧାୟକ ନିଜ ପ୍ରତିକ୍ରିୟାରେ କହିଥିଲେ l କ୍ରୀଡା କ୍ଷେତ୍ରରେ ଯୁବ ଛାତ୍ରୀ ଛାତ୍ର ନିଜର ପ୍ରତିଭା ପ୍ରତିପାଦନ କରି ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି l ଏହି ପ୍ରତିଯୋଗିତାରେ ବହୁ ଟିମ ଅଂଶ ଗ୍ରହଣ କରିଛନ୍ତି l କବାଡି, ଫୁଟବଲ, କ୍ରିକେଟ ଓ ଖୋକୋ, ଭଲିବଲ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ କୃତି ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ଛାତ୍ରୀଛାତ୍ରଙ୍କୁ ଟ୍ରଫି ସହ ବିଜେତା ଙ୍କୁ 20 ହଜାର ଓ ରନର୍ସପ କୁ 15ହଜାର ପ୍ରଦାନ କରାଯାଇଥିଲା l ଏଈଈଓ ସୁଶୀଲ ପଣ୍ଡା, ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ, ଏପିଓ ବ୍ରଜ ବେହେରା ପ୍ରମୁଖ ସହଯୋଗ କରିଥିଲେ l ଭାରତୀ ବିଦ୍ୟାପୀଠ କ୍ରୀଡା ଶିକ୍ଷକ ପ୍ରତିରଞ୍ଜନ ପ୍ରଧାନ ଓ ଅନ୍ୟମାନେ ଖେଳ ପରିଚାଳନା କରିଥିଲେ l(ପ୍ରଦୀପ କୁମାର ପଣ୍ଡା)