ଆଜିର ଖବର…
➡️୧-ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି ଶିକ୍ଷକ ଏବଂ ୪୫୨ ପିଇଟିଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
➡️୨-ରାଜ୍ୟ ସରକାରଙ୍କ ପକ୍ଷରୁ ୫୯ ଗୋଟି ପଞ୍ଜୀକୃତ ଗୋଶାଳାକୁ ୮ କୋଟି ୧୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଗଲା l
➡️୩-୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫.୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପଗୁଡକର ନୂତନ ନିର୍ମାଣ ସହିତ ଉନ୍ନତିକରଣ କାର୍ଯ୍ୟ କରାଯିବ।
➡️୪-ଚନ୍ଦ୍ରଯାନ-୩ର ସଫଳତା ପାଇଁ ISROଙ୍କୁ ମିଳିଲା ‘ଲିଫ ଏରିକସନ ଲୁନର’ ପୁରସ୍କାର l ଇସ୍ରୋଙ୍କୁ ଆଇସ୍ଲ୍ୟାଣ୍ଡରେ ହୁସାଭିକ୍ ସଂଗ୍ରହାଳୟ ଦ୍ୱାରା ଏହି ପ୍ରତିଷ୍ଠିତ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି।
➡️୫-ବର୍ଷ ୨୦୨୩ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ହେଲା ଘୋଷଣା l ବିଶିଷ୍ଟ କବି ଆଶୁତୋଷ ପରିଡ଼ା ପାଇବେ ଏହି ସମ୍ମାନଜନକ ପୁରସ୍କାର।
➡️୬-ବିଶିଷ୍ଟ କବି ଆଶୁତୋଷ ପରିଡ଼ା ବର୍ଷ ୨୦୨୩ ପାଇଁ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର l ସ୍ବରଚିତ କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ପାଇବେ ପୁରସ୍କାର l
➡️୭-ଭାରତର ବହୁ ଚର୍ଚ୍ଚିତ ପ୍ରଥମ ସୂର୍ଯ୍ୟ ଅଭିଯାନ ଆଦିତ୍ୟ-ଏଲ୍-୧ ଜାନୁଆରୀ ପ୍ରଥମ ସପ୍ତାହରେ ଲ୍ୟାଗ୍ରେଞ୍ଜ ପଏଣ୍ଟ-୧ରେ ପହଞ୍ଚିବ। ଏଲ୍-୧ ପଏଣ୍ଟରେ ଅବସ୍ଥାନ ପରେ ଆଦିତ୍ୟ ଉପଗ୍ରହ କୌଣସି ଗ୍ରହଣ/ପରାଗ ବିହୀନ ଓ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟଙ୍କୁ ଦେଖିପାରିବ।
➡️୮-ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ଇଡିରେ ହାଜର ହେବେନି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ୧୦ ଦିନ ପାଇଁ ଧ୍ୟାନ କେନ୍ଦ୍ରକୁ ଗଲେ କେଜ୍ରିୱାଲ l
➡️୯-ଏଣିକି ଡାଇବେଟିସ ରୋଗୀଙ୍କୁ ମିଳିବ ସ୍ୱଦେଶୀ ଇନସୁଲିନ l USV ଭାରତର ମଧୁମେହ ରୋଗୀଙ୍କ ପାଇଁ ପ୍ରଥମ ବାୟୋସିମିଲାର ଇନସୁଲିନ୍ ଆସପାର୍ଟ insuquick ପାଇଁ ବାୟୋଜେନୋମିକ୍ସ ସହିତ ହେଲା ସହଭାଗୀ l
➡️୧୦-ରିଲିଜ ପୂର୍ବରୁ ରେକର୍ଡ: ଆଡଭାନ୍ସ ଟିକେଟ ବୁକିଂରେ ଡଙ୍କିକୁ ପଛରେ ପକାଇଲା ଫିଲ୍ମ ସାଲାର l
➡️୧୧-ଏଣିକି ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ । ଲୋକସଭାରେ ପାରିତ ହେବ ନୂଆ କ୍ରାଇମ୍ ବିଲ୍ । ଖୁବଶୀଘ୍ର ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହେବ ।
➡️୧୨-ରାଉରକେଲାରେ ହଇଜା ବ୍ୟାପୀ ପ୍ରାୟ ୧୩ଜଣଙ୍କ ମୃତ୍ୟୁ ଅଭିଯୋଗ ହେବାପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଲୋଡିଲେ ସହଯୋଗ l
➡️୧୩-ଚଳିତ ବର୍ଷର ସେପ୍ଟେମ୍ବର ମାସରେ କାଟିଲେ ୫ ଲକ୍ଷ ମୋବାଇଲ୍ ଗ୍ରାହକ l ସର୍ବାଧିକ ହରାଇଲା ବିଏସ୍ଏନ୍ଏଲ୍ l
➡️୧୪-ତାମିଲନାଡୁ ବର୍ଷା ତାଣ୍ଡବ, ୧୦ ମୃତ l ସ୍କୁଲ ଓ କଲେଜ ହେଲା ଛୁଟି ଘୋଷଣା l ୨ ହଜାର କୋଟି ତତ୍କାଳ ସହାୟତା ମାଗିଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ l
➡️୧୫-ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଦେଶର ମୋଟ ଋଣ ପରିମାଣ ୨୦୫ ଲକ୍ଷ କୋଟି ଟଙ୍କାକୁ ହେଲା ବୃଦ୍ଧି l ମୋଟ ଋଣରେ କେନ୍ଦ୍ର ସରକାରଙ୍କ ଋଣର ଭାଗ ସର୍ବାଧିକ ୪୬.୦୪ ପ୍ରତିଶତ ରହିଛି।
➡️୧୬-ରିପବ୍ଲିକାନ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ ତାଙ୍କ ବିରୋଧରେ ଥିବା ଅଭିଯୋଗ ପାଇଁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ ନାହିଁ l ଅଯୋଗ୍ୟ ଘୋଷଣା କଲା କୋର୍ଟ l
➡️୧୭-ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ତ ସିଂହ ପାନୁ ହତ୍ୟା ମାମଲାରେ ପୁଣି ଭାରତକୁ ଟାର୍ଗେଟ କଲେ କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ l
➡️୧୮-ଫେବ୍ରୁଆରିରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେଲା ଆରମ୍ଭ l ଡିସେମ୍ବର ୨୩ରେ ଇସିପି ପ୍ରାର୍ଥୀଙ୍କ ପ୍ରାରମ୍ଭିକ ତାଲିକା ପ୍ରକାଶ କରିବ ଏବଂ ଡିସେମ୍ବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଯାଞ୍ଚ ହେବ।
➡️୧୯-ଭାରତ-ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଆଜି ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ପର୍ଲରେ ଖେଳାଯିବ। ଉଭୟ ଦଳ ମ୍ୟାଚ୍ ଜିତି ଶୃଙ୍ଖଳା କରାୟତ୍ତ କରିବାକୁ ଚାହିବେ।
➡️୨୦-ଆଇପିଏଲ ବଦଳାଇଦେଲା ଭାଗ୍ୟ । ୬ କୋଟିରେ ବିକ୍ରି ହେଲେ ମହାରାଷ୍ଟ୍ର ନାଗପୁରର ପାନ ଦୋକାନୀଙ୍କ ପୁଅ l ଶୁଭମ ଦୁବେଙ୍କୁ ୫.୮୦ କୋଟି ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ ।
➡️୨୧-ଘୋଷଣା ହେଲା ଜାତୀୟ କ୍ରୀଡ଼ା ପୁରସ୍କାର, ୨୬ ଖେଳାଳିଙ୍କୁ ମିଳିବ ଅର୍ଜ୍ଜୁନ ପୁରସ୍କାର l ସାତ୍ତ୍ୱିକ-ଚିରାଗଙ୍କୁ ମିଳିବ ଖେଳରତ୍ନ, ସାମି ପାଇବେ ଅର୍ଜ୍ଜୁନ ପୁରସ୍କାର l
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ମାର୍ଗଶିର ମାସର ଶେଷ ମାଣବସା ଗୁରୁବାର ଓଷା ll
🔅ଆଜି ଜାତୀୟ ଭୂମିହୀନ ବ୍ୟକ୍ତିଙ୍କ ସ୍ମୃତି ଦିବସ ll
🔅ଆଜି ନୀଳ ଖ୍ରୀଷ୍ଟମାସ ସେବା ଦିବସ ll
🔅ଆଜି ଜାତୀୟ କ୍ରସ୍ ୱାର୍ଡ ପଜଲ୍ ଦିବସ ll
🔅ଆଜି ବଲିଉଡ଼ ଆକ୍ଟର ଗୋବିନ୍ଦାଙ୍କ ଜନ୍ମଦିନ ll
🔅ଆଜି ବର୍ଷର ସବୁଠାରୁ ଛୋଟ ଦିନ ll
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll