April 30, 2026

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଟୁରିଜିମ୍ ଓ ଟ୍ରାଭଲ ଶିକ୍ଷା ବିଭାଗର ଜାତୀୟ ସମ୍ମିଳନୀ

jgkhk
Share

ଗୋପାଳପୁର ୨୦/୧୨/୨୩ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଆଜି ଉଚ୍ଚ ଶିକ୍ଷା ବିଭାଗ ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟ ମିଳିତ ସହଯୋଗ ରେ ଉପକୂଳ ଓ ସାମୁଦ୍ରିକ ପର୍ଯ୍ୟଟନ ସ୍ଥଳୀର ସ୍ଥାୟୀ ରକ୍ଷଣ ବେକ୍ଷଣ ଶୀର୍ଷକ କୁ ନେଇ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଥିଲା।ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଅଧ୍ୟକ୍ଷତା କରି ଭାରତର ଉପକୂଳ ଓ ସାମୁଦ୍ରିକ ପର୍ଯ୍ୟଟନ ସ୍ଥଳୀ ଉପରେ ଆଲୋଚନା କରିବା ସହ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ମଧ୍ୟ କୌଣସି ଗୁଣରେ କମ୍ ନୁହେଁ ବୋଲି କହିଥିଲେ। ତାହା ସହ ସ୍ଥାୟୀ ରକ୍ଷଣ ବେକ୍ଷଣ ର ଆବଶ୍ୟକତା ଏବଂ ତାହାର ଉନ୍ନତି କରଣ କରିବା ପାଇଁ କହିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ରଫେସର ସୀତାକାନ୍ତ ମିଶ୍ର ଯୋଗ ଦେଇ ସାମୁଦ୍ରିକ ଏବଂ ଉପକୂଳ ପର୍ଯ୍ୟଟନ ସ୍ଥଳୀର ଆଧ୍ୟାତ୍ମିକତା କ୍ଷେତ୍ର ଉପରେ ଗୁରୁତ୍ବ ଦେଇ ଏହାର ସଂରକ୍ଷଣ କରିବା ପାଇଁ କହିଥିଲେ। ତାହା ସହ ବର୍ତ୍ତମାନ ଭୌଗଳିକ ସ୍ଥିତି କୁ ନେଇ କିଛି ଗବେଷକ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ କାର୍ଯ୍ୟ ଜାରି ରଖିଥିବା କହିଥିଲେ। ବକ୍ତା ଭାବେ ନୂଆ ଦିଲ୍ଲୀ ସ୍ଥିତ ଜାମିଆ ମିଲିଆ ଇସଲାମୀଆ ବିଶ୍ଵବିଦ୍ୟାଳୟ ର ପର୍ଯ୍ୟଟନ ବିଭାଗର ମୁଖ୍ୟ ପ୍ରଫେସର ନୀମିତ ରଞ୍ଜନ ଚୌଧୁରୀ ଯୋଗ ଦେଇ କୋଭିଡ ସମୟରେ ପର୍ଯ୍ୟଟନ ସ୍ଥଳୀର ବିକାଶ ଧାରାରେ ଉପୁଜିଥିବା ବାଧା ବିଘ୍ନ ଉପରେ ଆଲୋକପାତ କରିଥିଲେ।ସମ୍ମାନୀତ ଅତିଥି ଭାବେ ରାଜ୍ୟ ସରକାର ଙ୍କ ପର୍ଯ୍ୟଟନ ବିଭାଗର ପୂର୍ବତନ ସହ ନିର୍ଦ୍ଦେଶକ ଡ଼ଃ ରତି କାନ୍ତ ପଟ୍ଟନାୟକ ଯୋଗ ଦେଇ ଶୀର୍ଷକ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଦୁଇଟି ପୁସ୍ତିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ସମ୍ମିଳନୀର ଆବାହିକା ରିତୁ ତିୱାରୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡ଼ଃ ଇକବଲ ଅହମଦ ଭଟ୍ଟ ଅତିଥି ପରିଚୟ ପ୍ରଦାନ କରିଥିଲେ।ଛାତ୍ରୀ ଦିପଶିଖା ସଭା ପରିଚାଳନା କରିଥିବା ବେଳେ ଯୋଗେଶ ଭାଉସାହେବ୍ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପିକା କଳ୍ପନା ବେହେରା ଙ୍କ ସମେତ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ। ଶେଷରେ ସମସ୍ତ ଅତିଥି ଙ୍କ ସମେତ ପର୍ଯଟନ ଭାରତର ସମ୍ପାଦକ ନାରାୟଣ ମହାଙ୍କୁଡ଼ ଙ୍କୁ ବିଭାଗ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ଦ୍ଵିତୀୟ ଅଧିବେଶନ ରେ ତିନୋଟି ଟେକ୍ନିକାଲ ସେକ୍ସନ ରେ ରାଜ୍ୟ ଓ ରାଜ୍ୟ ବାହାରରୁ ୫୫ ଜଣ ଗବେଷକ ଗବେସିକା ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।

You may have missed