September 21, 2024

ଜାମରଣ୍ଡ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ଓଡ଼ିଶା ଓ ନବିନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

Share

 

ଉମରକୋଟ – ଉମରକୋଟ ବ୍ଳକ୍ ଅନ୍ତର୍ଗତ ଯାମରଣ୍ଡା ଠାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ତିନି ଦିନ ଧରି ସରକାରଙ୍କ ^ନୂଆ ଓ’ ଆନୁକୂଲ୍ୟରେ ଯୁବ ଓଡ଼ିଶାର, ନବୀନ ଓଡ଼ିଶା ତରଫରୁ ସମ୍ମନିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଝରିଗାଁ ବିଧାୟକ ଇଂ,ପ୍ରକାଶ ଚନ୍ଦ୍ର ମାଝୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଆରମ୍ଭ କରିଥିଲେ।ଏହି କର୍ଯ୍ୟ କ୍ରମରେ ମୁଖ୍ୟ ବକ୍ତା ରୂପେ ଉଠା ଜଳସେଚନ ପ୍ରକଳ୍ପର ଉପଦେଷ୍ଟା ଶ୍ରୀ ପ୍ରମୋଦ କୁମାର ପାଢୀ ଓ ସ୍ନମାନିତ ଅତିଥି ଭାବେ ଜାମରଣ୍ଡା ପଞ୍ଚୟତର ସରପଞ୍ଚ ଶ୍ରୀ ଜଗଦିଶ ଗଣ୍ଡ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ କର୍ଣ ଦାଶ ଗୌଡ଼ ଯୋଗା ଦେବା ସହ ଏଥିରେ ଅଧକ୍ଷତା କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଘନ ଶ୍ୟାମ ମାଝୀ।ଏହି ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟତଃ ବିଦ୍ୟାଳୟର ଛ।ତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ଧ ବିଶ୍ୱାସ ଦୂରୀକରଣ, କୁସଂସ୍କାର, ପଲିଥିନି ଆବର୍ଜନା ଦୂରୀକରଣ, ସ୍ୱଚ୍ଛ ଭାରତ ଉପରେ ପଥ ପ୍ରାନ୍ତ ନାଟକ ସହ ବିଭିନ୍ନ ପ୍ରକାର କ୍ରୀଡା ମାନ ଗୁଡିକ ଦୁଇ ଜଣ ଖେଳ ଶିକ୍ଷକ ଶ୍ରୀ ପ୍ରଦୀପ ବିଶ୍ଵ।ସ ଓ କିଶୋର କୁମାର ସୀଲ ଙ୍କ ଦ୍ଵାରା ପରିଚାଳନା କରି ଥିଲେ । ସେହି ପରି ଉଦଯାପନ ଦିବସରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ଡିଏଫଓ ଶ୍ରୀ ଶୁଭେନ୍ଦୁ ପ୍ରସାଦ ବେହେରା ଓ ମୁଖ୍ୟ ବକ୍ତା ରୂପେ ଉମରକୋଟ, ଚଢେଇ ଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ, ଓ ସମ୍ମାନୀତ ଅତିଥି ଭାବେ ଉମରକୋଟ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ସରକାର ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଘନଶ୍ୟାମ ମାଝି।ଉଦଯାପିତ ଦିବସରେ କ୍ରୀଡ଼ାରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ହାତରେ ପୁରସ୍କାର ବିତରଣ କରଯାଇଥିଲା। ସେହିପରି ଉମରକୋଟ ଆଦର୍ଶ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀ ଛାତ୍ର ଶ୍ୱାସତ ପଟ୍ଟନାୟକ ,ଯେକି କୋନ ବନେଗା କୋରଡ ପୋତି କାର୍ଯ୍ୟକ୍ରମ ରେ ଭାଗନେଇ ଆସି ଥିବାରୁ ବିଦ୍ୟାଳୟ ତରଫରୁ ସମ୍ମାନୀତ କରା ଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନ କରିଥିଲେ ବିଦ୍ୟାଳୟର ଶିକ୍ଷକ ଡ଼, ପ୍ରଦୀପ ମିଶ୍ର। ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ବିଦ୍ୟାଳୟ ଶିକ୍ଷକ ଅଭିନ୍ନ କୁମାର ଦାସ, ଜିତେନ୍ଦ୍ର ସେଠି, ଲିଙ୍ଗରାଜ ଭତ୍ରା, ଶିକ୍ଷୟିତ୍ରୀ ଶୈଳବାଳ।ସାହୁ, ଅନିନ୍ଦିତା ରାୟ ଙ୍କ ସହ ଅନ୍ୟ ଶିକ୍ଷକ  ଓ ଶିକ୍ଷୟତ୍ରୀ ସୋହଜଗ କରିଥିଲେ।(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)