September 21, 2024

ବିଭିନ୍ନ ଦାବି ନେଇ କାଉନସିଲର ମୁନ। ପାଢୀ ଙ୍କ ପୌର ପରିଷଦ ଅଫିସ ସମ୍ମୁଖ ରେ ଧାରଣା

Share

 

 

ଉମରକୋଟ – ପୌର ପରିଷଦ ର ବିଭିନ୍ନ ସମସ୍ୟା ନେଇ ପୈର ପରିଷଦ ଆଗରେ ଧାରଣା ରେ ବସିଲେ ୧୧ନଂ ୱାର୍ଡ କାଉନସିଲର ତଥା କଂଗ୍ରେସ ପିସିସି ସଦସ୍ୟ ସାଇ ନାରାୟଣ ପାଢ଼ୀ ଓରଫ ମୁନ। ଦାବି ଗୁଡ଼ିକ ମଧ୍ୟରୁ ଉମରକୋଟ ପୈର ପରିଷଦ ର ସମସ୍ତ ସାହିରେ ଷ୍ଟ୍ରିଟ ଲାଇଟ ଲଗାଇବା , ୨୦୨୩- ୨୪ ଆର୍ଥିକ ବ୍ୟୟ ବରାଦ ଯାହା କି ଏପ୍ରିଲ ମାସ ରେ ଯିବା କଥା ବର୍ତ୍ତମାନ ଯାଇଁ ଗଲାନି,, ପୈର ପରିଷଦ ର ସମସ୍ତ ୱାର୍ଡ ର ଗରିବ ହିତାଧିକାରୀ ମାନଙ୍କୁ ପଡି କାର୍ଡ ର ବ୍ୟବସ୍ଥା, ଆର୍ଥିକ ବର୍ଷ ୨୦୨୨–୨୦୨୩ ର ବଜେଟ୍ ଆଗତ କରାଯିବା ଓ ପୈର ପରିଷଦ ଗଠନ କରିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଆୟ ର ବିବରଣୀ ପ୍ରଦାନ ପରିଷଦ ତରଫ ରୁ n ପ୍ରଦାନ କରାଯିବା ଭଳି ଦାବି ଗୁଡ଼ିକୁ ନେଇ ଅନଶନରେ ବସି ଛନ୍ତୁ ମୁନ। ପାଢୀ।
ଉମରକୋଟ ପୌର ପରିଷଦ ର ବିଭିନ୍ନ ସମସ୍ୟା କୁ ନେଇ ଆଗରୁ ମଧ୍ୟ କଂଗ୍ରେସ୍ ଦଳ ପୌର ପରିଷଦ କାର୍ଯ୍ୟଳୟ କୁ ତାଲା ପକାଇବା ଭଳି ଘଟଣା ଦେଖିବାକୁ ମିଳିଥିଲା। ବିଗତ ଦିନରେ ଅନେକ ଥର ଅଭିଯୋଗ କଲେ ମଧ୍ୟ ଅଭିଯୋଗ ଗୁଡିକୁ ଅଣଦେଖା କରାଯାଉଛି। ଏସବୁ ଦୃଷ୍ଟି ରେ ରଖି କରି କାଉନସିଲର ସାଇ ନାରାୟଣ ପାଢ଼ୀ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ କଂଗ୍ରେସ ର ବରିଷ୍ଠ ନେତା ସୁରେନ୍ଦ୍ର ନାୟକ, ଏସ. ବିଜୟ, ଦେବରାଜ ଦାସ
ପ୍ରମୁଖ ଧାରଣାରେ ବସି ଥିଲେ। ଆଜି ପୌର ନିର୍ବାହୀ ଅଧିକାରୀ ଅନଶନ ସ୍ଥଳକୁ ଯାଇ ମୁନ।ପାଢ଼ୀ ଙ୍କୁ ଅନଶନ ରୁ ହଟେଇବା ପାଇଁ ଅନୁରୋଧ କଲେ ମଧ୍ୟ କର୍ଣ୍ଣ ପ।ତ କରି ନଥିଲେ। ଏହି ଅନଶନ ଆଗମୀ ଦିନରେ ମଧ୍ୟ ଚାଲିବ ବୋଲି ମୁନ। ପାଢୀ କହିଛନ୍ତି।(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)