September 21, 2024

ମୋହନା ମୋହତ୍ସବ ନିମନ୍ତେ ମଶାଲ ଶୋଭାଯାତ୍ରା….

Share


ଆଜି ଠାରୁ ଆରମ୍ଭ ହେବାକୁ ଥିବା ମୋହନା ମହୋତ୍ସବ ନିମନ୍ତେ ସ୍ଥାନୀୟ କଲେଜ ଛକ ଠାରୁ ଉତ୍ସବ ସ୍ଥଳ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା। ଏହି ମଶାଲ ଶୋଭାଯାତ୍ରାରେ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ମଶାଲ ଟି ଧରି ସହର ପରିକ୍ରମା କରି ଉତ୍ସବ ସ୍ଥଳ କୁ ବିରାଟ ପଟୁଆରରେ ଯାଇଥିଲେ। ଏହି ଶୋଭାଯାତ୍ରାରେ ବିଡିଓ ହଳଧର ଶବର, ତହସିଲଦାର ହରିଶ୍ଚନ୍ଦ୍ର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁହିଁଙ୍କ ସହ ସ୍ଥାନୀୟ ବଣିକ ସଙ୍ଗ, ଯୁବକ ସଂଘ, ସାମ୍ବାଦିକ ସଂଘ, ଶିଶୁ ବିକାଶ ବିଭାଗ, ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ସମେତ ଅଧ୍ୟାପକ, ମହିଳା ସଙ୍ଗ, ସ୍ବେଛାସେବୀ ସଂଘ, ଓକିଲ ସଂଘ ଙ୍କ ସମେତ ବହୁ ବୁଦ୍ଧି ଯିବି ମଶାଲ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ।ପ୍ରଥମ ଦିନରେ ସକାଳ ସମୟରେ ମଶାଲ ଶୋଭାଯାତ୍ରା ଆଡମ୍ବର ସହ ଆରମ୍ଭ ହେବାକୁ ଥିବା ବେଳେ ଉତ୍ସବ ସ୍ଥଳ ଆଡମ୍ବର ସହ ସାଜସଜ୍ଜା ହୋଇଥିବା ଦେଖିବାକୁ ମିଳୁଛି। ଏଥିରେ ଅଞ୍ଚଳ ବାସି ପୂର୍ଣ୍ଣ ସହଯୋଗ କରିବା ନିମନ୍ତେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ହଳଧର ଶବର ଅନୁରୋଧ କରିବା ସହ ଅଞ୍ଚଳରେ ହେବାକୁ ଥିବା ଲୁକ୍କାୟିତ ପ୍ରତିଭା ସହ ଓଡ଼ିଶାର ସୁନାମ ଧନ୍ୟ କଳାକାର ଙ୍କ ପ୍ରତିଭା ଗୁଡ଼ିକ ଦେଖି ଉପଭୋଗ କରିବା ନିମନ୍ତେ ବିଡିଓ ଶ୍ରୀ ଶବର ଆମନ୍ତ୍ରଣ କରିଛନ୍ତି। ସେହିପରି ଦ୍ୱିତୀୟ ଦିନରେ ମଧ୍ୟ ବିଭିନ୍ନ କଳାକାରଙ୍କ କଳା ପ୍ରଦର୍ଶନ ହେବା ସ୍ଥିର ହୋଇଛି ଏହି ସବୁ କାର୍ଯ୍ୟକ୍ରମରେ ସହଯୋଗ ନିମନ୍ତେ ବିଡିଓ ହଳଧର ଶବର ଅନୁରୋଧ କରିଛନ୍ତି।
ଗଜପତି ଜିଲ୍ଲା ମୋହନା ବ୍ଲକରେ ୧୭ ଓ ୧୮ ତାରିଖ ଦୁଇଦିନ ଆଡମ୍ବର ସହ ମୋହନା ମୋହ ଉତ୍ସବ ଅନୁଷ୍ଠିତ ହେବ। ଏହି ମଶାଲ ଶୋଭାଯାତ୍ରାରେ ସ୍ଥାନୀୟ ବାସିନ୍ଦା ସହ ରାଜନେତା, ବ୍ଲକ ଅଧ୍ୟକ୍ଷ, ଉପାଧକ୍ଷା, ସରପଞ୍ଚ, ସମିତି ସଭ୍ୟା ଓ ସଭ୍ୟ, ସରକାରୀ ଓ ବେସରକାରୀଅଧିକାରୀ, ବଣିକ ସଂଘ, ସାମ୍ବାଦିକ ସଂଘ, ଯୁବକ ସଂଘ, ପୋଲିସ, ସ୍ଵାସ୍ଥ୍ୟ ବିଭାଗ ସହ ସମସ୍ତ ସମାଜ ସେବୀ ଏହି ମଶାଲ ଶୋଭାଯାତ୍ରାରେ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି। ମୋହନା ମୋହଉତ୍ସବ ଆଡମ୍ବର ସହ ହେବାକୁ ଯାଉଛି ଏହାର ସୁଯୋଗ ନେବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପ୍ରତି ଦୃଷ୍ଟି ଦେଇ ଉପଭୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି। ଏଥି ସଙ୍ଗେ ମୋହନା ବଜାର ମଧ୍ୟରେ ଥିବା ଗଜପତି ମହାରାଜା ଙ୍କ ପ୍ରତିମୂର୍ତ୍ତି ରେ ଅଧ୍ୟକ୍ଷ ଙ୍କ ସମେତ ବିଡିଓ ପ୍ରଭୁତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।