September 21, 2024

ନବରଙ୍ଗପୁର ମହିଳା ସ୍ନାତକ ମହିଳା ମହା ବିଦ୍ୟାଳୟ ରେ “ଯୁବ ଓଡ଼ିଶା ନବୀନ ଓଡ଼ିଶା” ଉତ୍ସବ ଅନୁଷ୍ଠିତ

Share

 

)

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ନୂଆ – ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଦ୍ଵିତୀୟ ଦିବସର କାର୍ଯ୍ୟକ୍ରମ ରେ କାର୍ଯ୍ୟକ୍ରମରେ ନବରଙ୍ଗପୁର ତହସିଲ୍ ର ତହସିଲଦାର ଶ୍ରୀ କୈଳାଶ ଚନ୍ଦ୍ର ତ୍ରିପାଠୀ, ବିଶିଷ୍ଟ ଆଇନଜୀବୀ ତଥା କୋଣାର୍କ ଆଇ ଟି ଆଇ ର ନିର୍ଦ୍ଦେଶକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , DIC ର I.P.O ସୁଶ୍ରୀ ସ୍ଵାତି ମିଶ୍ର , ନବରଙ୍ଗପୁର ଟାଉନ ବି ଜେ ଡି ସଭାପତି ଶ୍ରୀ ପ୍ରମୋଦ କୁମାର ରଥ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ତ୍ରିପାଠୀ ଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶ୍ରୀ ମହାପାତ୍ର ସମୃଦ୍ଧ ଓଡ଼ିଶା ଗଠନରେ ନୂଆ -ଓ ର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ! ସୁଶ୍ରୀ ମିଶ୍ର ବିକଶିତ ରାଷ୍ଟ୍ର ଗଠନରେ କୁଶଳୀ ନାଗରିକ ଏବଂ ସେମାନଙ୍କ ଦକ୍ଷତା ବିକାଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶ୍ରୀ ରଥ ଦକ୍ଷ ମହିଳା ଉତ୍ତମ ସମାଜ ଗଠନ କରିପାରିବେ ବୋଲି ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁ ଶୃଙ୍ଖଳିତ ଛାତ୍ରୀ ମାନଙ୍କୁ ଏବଂ ତାଙ୍କ ପ୍ରତିଭାକୁ ପ୍ରଶଂସା କରିବା ସହିତ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆଦିବାସୀ ପାରମ୍ପରିକ ବେଶଭୂଷା , ଭାରତୀୟ ଫେସନ ସୋ ,ମେହେନ୍ଦି, ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହେଇଥିଲା। ସୁଶ୍ରୀ ପଲ୍ଲବୀ ପଟ୍ଟନାୟକ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ଏବଂ ଛାତ୍ରୀ ଅର୍ଚ୍ଚନା ସାହୁ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ । ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ଡ ସଂଯୁକ୍ତା ପଣ୍ଡା କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯଥା ଶ୍ରୀ ବିନୋଦ ବିହାରୀ ପ୍ରଧାନ, ଶ୍ରୀ ନୃପେନ୍ଦ୍ର ନାଥ ଖୋସଲା , ଶ୍ରୀମତୀ ତାଇରା ବେଗମ୍, ଶ୍ରୀମତୀ ରଞ୍ଜୁସା କୁମାରୀ ପ୍ରହରାଜ , ଶ୍ରୀମତୀ ସୁନିତା ପାତ୍ର , ଶ୍ରୀ ତ୍ରିପତି ମାଳି, ଶ୍ରୀ ଲକ୍ଷ୍ମୀକାନ୍ତ ସୌରା ଏବଂ ଶ୍ରୀ ପଞ୍ଚାନନ ଦାଶଙ୍କ ସହିତ ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଏବଂ ବହୁ ମାତ୍ରାରେ ଛାତ୍ରୀମାନେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ