September 21, 2024

ଗଜପତି:- ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷ’ରୁ ନୂତନ ଯୁବ ଓଡ଼ିଶା ଏବଂ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରା’ରେ କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଯାପିତ ….

Share

ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ-(ଧନ୍ଦାମୂଳକ) ବିଦ୍ୟାଳୟ’ର ମିଳିତ ଆନୁକୁଲ୍ୟ’ରେ ନୂତନ ଯୁବ ଓଡ଼ିଶା – ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରା’ରେ ଗତ ୨ ଦିନଧରି ଚାଲିଥିବା କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।
ଅନୁଷ୍ଠିତ କାର୍ଯ୍ୟକ୍ରମ’ରେ ଶାରୀରିକ କ୍ରୀଡ଼ା ଶିକ୍ଷୟତ୍ରୀ ଶ୍ରୀମତୀ ବିଜୟ ଲକ୍ଷ୍ମୀ ପଣ୍ଡା , କ୍ରୀଡ଼ା ବିଭାଗୀୟ ମୁଖ୍ୟ ଡ଼ଃ ମହେନ୍ଦ୍ର ରଇତ , ଡଃ ବାଗ୍ମୀ ରଞ୍ଜନ , ତ୍ରିଲୋଚନ ବାରିକ , ବି: ରଜନୀ , ସଂଯୁକ୍ତା ପାତ୍ର , , ନୋଡାଲ ଅଫିସର ଶ୍ରୀମତୀ ସୋଫିଆ ମଣ୍ଡଳ ପ୍ରଭୃତି’ଙ୍କ ତତ୍ତ୍ୱାବଧାନ’ରେ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରୀ ଭଲିବଲ୍ ଓ କ୍ରିକେଟ ପ୍ରତିଯୋଗିତା’ରେ ଅଂଶଗ୍ରହଣ କରିଥିଲେ ।
ଏତଦ୍ ବ୍ୟତୀତ ଶିକ୍ଷାନୁଷ୍ଠାନ’ର ସମସ୍ତ ଅଧ୍ୟାପକ ଅଧ୍ୟାପିକା , ଅଣ ଶିକ୍ଷକ କର୍ମଚାରୀ ବୃନ୍ଦ ଏବଂ ବହୁ ସଂଖ୍ୟାରେ ଛାତ୍ରୀ ମାନେ ଯୋଗ ଦେଇ କ୍ରୀଡ଼ା ଖେଳ ପ୍ରତିଯୋଗିତା’ରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————–