September 26, 2026

ମିଶନ୍ ଶକ୍ତି ଗ୍ରୁପ୍ ମହିଳାମାନଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା

IOOOI0
Share

ବୁଗୁଡା : ସ୍ଥାନୀୟ ଏନ୍ଏସି କଲ୍ଯାଣୀ ମଣ୍ଡପ ପରିସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମିଶନ ଶକ୍ତି ଗୃପ ମହିଳାମାନଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ ଦକ୍ଷତା ବୃଦ୍ଧି କର୍ମଶାଳାରେ ତାଲିମଦାତା ଭାବେ ଡବ୍ଲ୍ୟୁଆରୟୁ ପରାମର୍ଶଦାତା ଦେବସୁନ୍ଦର ମହାପାତ୍ର ଓ ରାଜ୍ୟ ମିଶନ ପରିଚାଳକ ସ୍ମୃତିରଞ୍ଜନ ସିଂ ଯୋଗଦେଇ ମିଶନ ଶକ୍ତି ଗୃପ ମହିଳାମାନଙ୍କୁ ଦକ୍ଷତା ବୃଦ୍ଧିର କୌଶଳ ଏବଂ ଜଳ ସଂରକ୍ଷଣ ସାଙ୍ଗକୁ ଜଳାଶୟ ଗୁଡିକର ରୂପାନ୍ତିକରଣ ପ୍ରକ୍ରିୟା ବିଷୟରେ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ଚିତ୍ରସେନପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ ଓ କାଉନସିଲର ବୃନ୍ଦ ଓ ମିଶନ ଶକ୍ତି ଗୃପ ମହିଳାଗଣ ଯୋଗ ଦେଇଥିଲେ।

You may have missed