September 21, 2024

ଘୁମୁସର ଜିଲ୍ଲା ଦାବିରେ ବୁଗୁଡ଼ାରେ ପହଞ୍ଚିଲା ସଚେତନତା ରଥ

Share

ବୁଗୁଡ଼ା : ଘୁମୁସର ଜିଲ୍ଲା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ “ଗାଁ କୁ ଚାଲ ଅଭିଯାନ” ଆନୁକୂଲ୍ୟରେ ବାହାରିଥିବା ରଥ ଆଜି ବୁଗୁଡ଼ାରେ ପହଞ୍ଚି ଘୁମୁସର ଜିଲ୍ଲା ଗଠନର ଯଥାର୍ଥତା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲା l ବୁଗୁଡ଼ା ବିରଞ୍ଚି ନାରାୟଣ ମନ୍ଦିର ଠାରେ କମିଟି ସଭାପତି ସୋମନାଥ ନାୟକ,ସମ୍ପାଦକ ରବି ନାରାୟଣ ସାମନ୍ତ,ସଦସ୍ୟ ପ୍ରକାଶ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ବୁଗୁଡ଼ା ବ୍ଲକ କ୍ରିୟାନୁଷ୍ଠାନ କମିଟି ସଭାପତି ଭକ୍ତରାମ ଦାଶ, ସଂଯୋଜକ ଅନିଲ ପଟ୍ଟନାୟକ, ସମ୍ପାଦକ ହର ପ୍ରସାଦ ଦାଶ, କୋଷାଧକ୍ଷ ସତ୍ୟନାରାୟଣ ଦାଶ, ବିଶ୍ୱ ମୋହନ ମିଶ୍ର,ରଘୁନାଥ ସାହୁ,ସନ୍ତୋଷ କୁମାର ସାହୁ,ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ରହି ରଥକୁ ସ୍ୱାଗତ କରିଥିଲେ l ଏହି ରଥ ବୁଗୁଡ଼ା ବ୍ଲକର ବାଲିପଦର, ପାଙ୍ଗିଡ଼ି, ଖୋଳଖାଳି, ଗୋଲିଆ ଆଦି ପଞ୍ଚାୟତ ପରିଭ୍ରମଣ କରିଥିବା ବେଳେ ସବୁ ସ୍ଥାନରେ ତାହାକୁ ବିପୁଳ ସମର୍ଥନ ମିଳିଥିବା ଦେଖାଯାଇଥିଲା ।