September 11, 2026

ବିଶ୍ଵଭାରତୀ ବିଦ୍ୟାଳୟ ଠାରେ କ୍ରୀଡା ପ୍ରତିଯୋଗିତା ଉଦଯାପନୀ…

UHIUHIUHF
Share

ବେଲଗୁଣ୍ଠା 14/12 ବେଲଗୁଣ୍ଠା ବ୍ଲକ ଗୋବରା ସ୍ଥିତ ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟ ଠାରେ ତ୍ରୟୋଦଶ ବାର୍ଷିକ କ୍ରୀଡା ଉତ୍ସବର ଉଦଯାପିତ ହୋଇଯାଇଛି l ସଭାପତି କୁଞ୍ଜ ବିହାରି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକର୍ମରେ ଯଶୋଦା ମହିଳା ମହାବିଦ୍ୟାଳୟ ର ପ୍ରତିଷ୍ଠାତା ପ୍ରଫେସର ଗୋବିନ୍ଦ ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥଲେ l ଶ୍ରୀ ପଣ୍ଡା ମଞ୍ଚlଷିନ ସମସ୍ତ ଅତିଥିମାନଙ୍କ ସହ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉପଢୌକନ ପ୍ରଦାନ କରିଥଲେ l ଛାତ୍ର ଛାତ୍ରୀ ମlନେ ହିଁ ଭଗବାନଙ୍କ ଅବିକଳ ରୂପ, ସେମାନେ ସୂର୍ଙ୍ଖଳିତ ଜ୍ଞାନ ଅର୍ଜନ କରିପାରିଲେ ହିଁ ଅନୁଷ୍ଠାନ ବୈକୁଣ୍ଠପୁର ପଲଟିଯାଏ ବୋଲି ପ୍ରକାଶ କରିଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମୂଖ୍ୟ ବକ୍ତା ଭାବେ ମଙ୍ଗରାଜ ପଣ୍ଡା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ଗଙ୍ଗାଧର ଦାସ, ସ୍ନାତକ ମହବିଦ୍ୟାଳୟର ଅଧ୍ୟକ୍ଷ ସୁବାସ ସାମଲ, ଅବସର ପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବିଶ୍ଵାଳ, ବୁଢ଼ାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରର ପ୍ରତିଷ୍ଠାତା ଦେବେସଚନ୍ଦ୍ର ମହାପାତ୍ର, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର, ରାମଚନ୍ଦ୍ର ସାହୁ, ଅରୁଣ ପଟ୍ଟନାୟକ , ଚିନ୍ତାମଣି ଦାସ, ସୂର୍ଯ୍ୟମଣି ଦାସ , ମଞ୍ଚାସିନ ସମସ୍ତ ଅତିଥି କ୍ରୀଡାର ମହତ୍ତ୍ଵ ବୁଝାଇବା ସହ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଶିକ୍ଷକ ମହେଶ୍ୱର ରାଉତ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଅନୁଷ୍ଠାନ ଅଧ୍ୟକ୍ଷ ବାବୁ ବେହେରା ଧନ୍ୟବାଦ୍ ଅର୍ପଣ କରିଥଲେ l ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମlନେ ସହଯୋଗ କରିଥିଲେ(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)