September 21, 2024

ସରକାରୀ ଉଚ୍ଚବିଦ୍ୟାଳୟ ସାଗରଗୁଆଁ, ବାର୍ଷିକ କ୍ରୀଡା ପ୍ରତିଯୋଗିତା୨୦୨୩-୨୪।

Share

ସରକାରୀ ଉଚ୍ଚବିଦ୍ୟାଳୟ ସାଗରଗୁଆଁ, ବାର୍ଷିକ କ୍ରୀଡା ପ୍ରତିଯୋଗିତା୨୦୨୩-୨୪।


ବୋଲଗଡ଼,୧୩/୧୨(ଉପାନ୍ତ ଓଡିଶା ): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ୪୭ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ମହାଦେବ ପାଟ୍ଟଯୋସି ଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ସ୍କୁଲ୍ ପରିଚାଳନା କମିଟି ପକ୍ଷରୁ ଶ୍ରୀଯୁକ୍ତ ପାଟ୍ଟଯୋସି ମସାଲ ଜାଳି କ୍ରୀଡ଼ା ପତକା ଉତୋଳନ କରି ଉଦ୍ଘାଟନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କର ମାନସିକ ଓ ଶାରୀରିକ ଦକ୍ଷତା ବୃଦ୍ଧି ପାଇଁ କ୍ରୀଡ଼ା ର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ଉଭୟ ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ବର୍ଗର ଲମ୍ବ ଡିଆଁ, ଉଚ୍ଚଡିଆଁ, ଦଉଡ, ରସିଡିଆଁ, ବାଲନସରେସ୍, ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତା ସୋମବାର ଦିନ ଉଦ୍ଘାଟନ ହୋଇ ବୁଧବାର ଦିନ ଉଦଯାପିତ ହୋଇଯାଇଛି। ଏହି ଉଦଯାପିତ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୨୬ନମ୍ବର ଯୋନର ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟଗୁରୁ,ସରପଞ୍ଚ ରମାମଣୀ ଦେଇ,ଚେୟାର ପରସନ ଅଂଶୁମାନ ବେହେରାର,ପୂର୍ବତନ କ୍ରୀଡ଼ା ଶିକ୍ଷକ ଗୋପାଳ ଚରଣ ମହାନ୍ତି,ପୂର୍ବତନ ବିଗ୍ୟାନ ଶିକ୍ଷକ ଧନେଶ୍ଵର ପାତାଳସିଂହ ପ୍ରମୁଖ ଯୋଗଦେଇ କ୍ରୀଡ଼ା ର ମହତ୍ତ୍ୱ ବାବଦରେ ଆଲୋକ ପାତ କରି ଥିଲେ। କୃତି ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)