September 21, 2024

ସକାଳର ଖବର, ୧୩-ଡିସେମ୍ବର-୨୦୨୩, ବୁଧବାର

Share

*╭──────────────────╮*
*🌄ସକାଳର ଖବର, ୧୩-ଡିସେମ୍ବର-୨୦୨୩, ବୁଧବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଭକ୍ତଙ୍କ ସୁବିଧା ପାଇଁ ଜୋରସୋର ରେ ଚାଲିଛି ପୁରୀ ବଡଦାଣ୍ଡରେ ଏସି ସେଡ୍ ପାଥ୍ ୱେର ନିର୍ମାଣ କାର୍ଯ୍ୟ l ଆସନ୍ତା ଡିସେମ୍ବର ୨୫ ସୁଦ୍ଧା ଏହି ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟ ସାରିବାକୁ ପ୍ରଶାସନର ଲକ୍ଷ l

➡️୨-ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ମାଗଣାରେ ଆଧାର ବିବରଣୀ ଅପ୍‌ଡେଟ୍‌ କରିବାର ମହଲତକୁ ୨୦୨୪ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ହେଲା ବୃଦ୍ଧି l ମାଇଁ ଆଧାର ପୋର୍ଟାଲ୍ ଜରିଆରେ ଲୋକମାନେ ଆଧାର ବିବରଣୀକୁ ମାଗଣାରେ ଅପ୍‌ଡେଟ୍ କରିପାରିବେ।

➡️୩-ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ଗ୍ରାଣ୍ଡ ଫାଇନାଲ୍ ରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ବିଶ୍ୱସ୍ତ ସାଥୀ’କୁ ମିଳିଲା ପ୍ରଥମ ପୁରସ୍କାର l

➡️୪-OSSC PET ପଦବୀ ପାଇଁ ପ୍ରକାଶ କଲା ମନୋନୀତ ପ୍ରାର୍ଥୀଙ୍କ ତାଲିକା l ଏହି ପଦ ପାଇଁ ମୋଟ ୪୫୨ ଜଣ ପ୍ରାର୍ଥୀ ବିବେଚିତ ହୋଇଛନ୍ତି। OSSSC ର ଅଫିସିଆଲ୍ ୱେବସାଇଟ୍‌ www.ossc.gov.in କୁ ଯାଇ ଚୟନ ତାଲିକା ଡାଉନଲୋଡ୍ କରିପାରିବେ l

➡️୫-ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୧୦, ୨୦୨୪ରେ ହେବ ଶେଷ । ଜାନୁଆରୀ ୧ରୁ ହେବ ପ୍ରାକ୍ଟିକାଲ l ଡେଟସିଟ୍ ଖୁବଶୀଘ୍ର ବୋର୍ଡର ଅଫିସିଆଲ ୱେବସାଇଟ (cbse.gov.in )ରେ ପ୍ରକାଶ ପାଇବ l

➡️୬-ସମ୍ବଲପୁର ରେଙ୍ଗାନି ନିକଟସ୍ଥ ଲାରିପାଲି ଜଙ୍ଗଲଭିତରେ ଥିବା ଏକ ବୋରୱେଲ ଭିତରୁ ଏକ ନବଜାତକୁ ସୁରକ୍ଷିତ ଭାବେ କରାଗଲା ଉଦ୍ଧାର l ପୁରା ଟିମକୁ ଧନ୍ୟବାଦ ଦେଲେ ନବୀନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ l

➡️୭-ଶ୍ରୀଲିଙ୍ଗରାଜ ମନ୍ଦିରରେ ଆସନ୍ତା ୧୬ ତାରିଖଠାରୁ ସକାଳ ୯ଟାରୁ ଠାକୁରଙ୍କ ଅବଢ଼ା ମିଳିବ। ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣ ଏହି ଭେଗ ପାଇପାରିବେ।

➡️୮-୮୦୦ କୋଟି ଟଙ୍କା ନିବେଶରେ କୁମାର ମଙ୍ଗଳମ ବିର୍ଲାଙ୍କ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସଂସ୍ଥା ହିଣ୍ଡାଲ୍‌କୋ ସମ୍ବଲପୁରରେ ଏକ ବ୍ୟାଟେରି ଫଏଲ୍ କାରଖାନା ସ୍ଥାପନ କରିବ l ୨୫,୦୦୦ ଟନ୍ କ୍ଷମତା ବିଶିଷ୍ଟ ଏହି କାରଖାନା ୨୦୨୫ ଜୁଲାଇରେ ହେବ କାର୍ଯ୍ୟକ୍ଷମ।

➡️୯-ଜେଲରୁ ବାହାରିଲେ ବହୁ ଚର୍ଚ୍ଚିତ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ l ଓକିଲ ଗେଟଅପରେ LAW ପରୀକ୍ଷା ଦେଇ କହିଲେ ଅପେକ୍ଷା କରନ୍ତୁ ସମସ୍ତଙ୍କ ମୁଖା ଖୋଲିବି l

➡️୧୦-ଫିଲ୍ମ ‘ଡଙ୍କି’ ରିଲିଜ୍ ପୂର୍ବରୁ ବୈଷ୍ଣୋ ଦେବୀ ମନ୍ଦିର ଗଲେ ଅଭିନେତା ଶାହରୁଖ ଖାନ l

➡️୧୧-ଆସନ୍ତା ଡିସେମ୍ବର ୨୨ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଲେ ମାଓ ସଂଗଠନ। ଏ ନେଇ ଆନ୍ଧ୍ର–ଓଡିଶା ବଡର ଡିଭିଜନର ସଚିବ ଗଣେଶ ଆଜି ପ୍ରେସ ବିଜ୍ଞପ୍ତିରେ ଦେଲେ ସୂଚନା l

➡️୧୨-୧୯୩୨ ମସିହାରେ ଏୟାର ଇଣ୍ଡିଆର ସ୍ଥାପନାର ଦୀର୍ଘ ୬ ଦଶନ୍ଧୀ ପରେ ବଦଳିଲା ଏହାର ଲୁକ୍, ଏଣିକି ବିମାନ ଚାଳକଦଳ ସଦସ୍ୟ ଡିସେମ୍ବର ସରିବା ପୂର୍ବରୁ ନୂଆ ୟୁନିଫର୍ମରେ ଦେଖାଯିବେ।

➡️୧୩-ଆସାମ ସରକାରଙ୍କ ବଡ଼ ପଦକ୍ଷେପ, ଏଣିକି ଜୀବନସାଥୀ ଜୀବିତ ଥାଇ ଅନ୍ୟ କାହାକୁ ବିବାହ କରିପାରିବେନି ସରକାରୀ କର୍ମଚାରୀ l

➡️୧୪-ଉତ୍ତରପ୍ରଦେଶର ବାଗପତରୁ ଜେଲଦଣ୍ଡ କାଟିଥିବା ଯୁବକ ଓକିଲାତି ପଢ଼ି ନିଜର ମାମଲା ନି‌ଜେ ଲଢ଼ି ନିର୍ଦ୍ଦୋଷରେ ହେଲେ ଖଲାସ l ଯୁବକ ୧୨ବର୍ଷ ପୂର୍ବେ ଜଣେ ପୁଲିସକର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜେଲ ଯାଇଥିଲେ। ଜେଲ ଯିବା ସମୟରେ ତାଙ୍କ ବୟସ ମାତ୍ର ୧୮ବର୍ଷ ଥିଲା।

➡️୧୫-ଦୁର୍ନୀତି ଅଭିଯୋଗରୁ ମୁକ୍ତ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍‌ l ଇସଲାମାବାଦ ହାଇକୋର୍ଟ ଗତକାଲି ଅଲ-ଅଜିଜିଆ ମାମଲାରେ ନୱାଜ ସରିଫଙ୍କୁ କଲେ ଦୋଷମୁକ୍ତ l

➡️୧୬-ଜାପାନର ଉତ୍ତରରେ ଥିବା ହାକୋଡେଟ୍‌ ବେଳାଭୂମିର ସମୁଦ୍ର ତଟରେ ପ୍ରାୟ ଅଧ ମାଇଲ ପର୍ଯ୍ୟନ୍ତ ହଜାର ହଜାର ଟନ୍‌ ମଲା ମାଛ ପଡ଼ିଛନ୍ତି। ରହସ୍ୟଜନକ ମାଛମୃତ୍ୟୁ ଘଟଣାର କାରଣ ଯଦିଓ ଜଣାପଡ଼ି ନାହିଁ ତଥାପି ଅଧିକାରୀମାନେ ମଲା ମାଛ ନମୁନା ସଂଗ୍ରହ କରିବା ସହିତ ଘଟଣାର ଅନୁସନ୍ଧାନ କରୁଛନ୍ତି।

➡️୧୭-ପାକିସ୍ତାନର ଖୈବର ପଖତୁନଖ୍ବାରେ ଡେରା ଇସ୍‌ମାଇଲ ସାମରିକ ଘାଟିରେ ଆତ୍ମଘାତୀ ବି‌ସ୍ଫୋରଣ ଯୋଗୁଁ ପାକିସ୍ତାନର ୨୫ ସୈନିକ ହେଲେ ନିହତ l

➡️୧୮-ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T-20 : ବାଧକ ସାଜିଲା ବର୍ଷା, 5 ଉଇକେଟରେ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଜିତିଲା ଦକ୍ଷିଣ ଆଫ୍ରିକା l

➡️୧୯-ଅଣ୍ଡର-19 ଏସିଆ କପରେ ଭାରତୀୟ ବୋଲର ଲିମ୍ବାନିଙ୍କ ଘାତକ ବୋଲିଂ, ନେପାଳ ବିରୁଦ୍ଧରେ ମାତ୍ର ୧୩ ରନ୍‌ରେ ନେଲେ ୭ ଓ୍ୱିକେଟ୍‌ l ଟିମ୍ ଇଣ୍ଡିଆ ମାତ୍ର ୭.୧ ଓଭରରେ ମ୍ୟାଚ୍ ଜିତିଗଲା l

➡️୨୦-ମ୍ୟାଚ୍ ଡ୍ର ରହିବା ପରେ ଗୋଟିଏ ଫୁଟ୍‌ବଲ୍‌ କ୍ଲବ୍‌ର ମାଲିକ ରେଫରୀଙ୍କୁ ମୁଥ ମାରିବା ଯୋଗୁଁ ତୁର୍କୀରେ ଖେଳା ଯାଉଥିବା ତୁର୍କିସ୍ ଫୁଟବଲ୍ ଲିଗ୍ ଅନିଶ୍ଚିତକାଳ ଯାଏ ହେଲା ସ୍ଥିଗତ l