September 21, 2024

ସକାଳର ଖବର, ୧୧-ଡିସେମ୍ବର-୨୦୨୩, ସୋମବାର

Share

*╭─────────────────────╮*
*🌄ସକାଳର ଖବର, ୧୧-ଡିସେମ୍ବର-୨୦୨୩, ସୋମବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ‘ବିକଶିତ ଭାରତ @2047, ଭଏସ ଅଫ୍‌ ୟୁଥ୍‌’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୨-ଆସନ୍ତାକାଲି ପବିତ୍ର ଦେବଦୀପାବଳିରେ ବଡ଼ଦାଣ୍ଡରେ ଜଳିବ ଏକ ଲକ୍ଷ ଦୀପ । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଛତିଶା ନିଯୋଗ ପକ୍ଷରୁ ଏହି ଦୀପଦାନ କରାଯିବ ।

➡️୩-୨୦୨୨-୨୩ ଆର୍ଥିକ ବର୍ଷରେ କାଟିଲା ଓଡ଼ିଶାର ୧,୧୪,୩୩୩ ଜାଲ ଜବ୍‌ କାର୍ଡ l ଯାହା ହେଉଛି ଦେଶରେ ଦ୍ବିତୀୟ ସର୍ବାଧିକ।

➡️୪-ସରିଲା ବଲାଙ୍ଗିର ସୁଦପଡ଼ା ମଦ ବ୍ୟବସାୟୀଙ୍କ ଟଙ୍କା ଗଣତି, ମଳିଲା ୩୦୫ କୋଟି l ୫ ଦିନ ହେଲା ମଣିଷଠୁ ମେସିନ୍ ଯାଏ ମଦ ବ୍ୟବସାୟୀଙ୍କଠୁ ଜବତ ଟଙ୍କା ଗଣାରେ ଲାଗିଥିଲେ l

➡️୫-ଏନ୍ସିଆରବି ପକ୍ଷରୁ ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ-୨୦୨୨ ରିପୋର୍ଟ ଅନୁସାରେ ଦୋଷୀ ସାବ୍ୟସ୍ତ ହାରରେ ଦେଶରେ ସର୍ବନିମ୍ନ ସ୍ଥାନରେ ରହିଛି ଓଡ଼ିଶା l

➡️୬-ନୂଆ ବର୍ଷ ଠାରୁ ମହଙ୍ଗା ହେବ ଗାଡ଼ି: ୩% ମୂଲ୍ୟ ବଢ଼ାଇବାକୁ ଟାଟାର ଘୋଷଣା, ଅନ୍ୟ କମ୍ପାନୀମାନେ ବି ବଢ଼ାଇବେ ଦାମ୍ l ସେପଟେ ବଢ଼ିବ ମହଙ୍ଗା ଭତ୍ତା, ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ର ସରକାର ନେବେ ବଡ଼ ନିଷ୍ପତ୍ତି l

➡️୭-ଆସନ୍ତା ଡିସେମ୍ବର ୧୯ ଅର୍ଥାତ୍ ମଙ୍ଗଳବାର ଦିନ ଦିଲ୍ଲୀରେ ହେବ ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକ। ଏନେଇ କଂଗ୍ରେସ ମହାସଚିବ ଜୟରାମ ରମେଶ ଦେଲେ ସୂଚନା l

➡️୮-ଛତିଶଗଡ଼କୁ ମିଳିବ ୨ଉପମୁଖ୍ୟମନ୍ତ୍ରୀ। ବିଷ୍ଣୁ ଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ପରେ ଏବେ ଅରୁଣ ସାଓ ଓ ବିଜୟ ଶର୍ମାଙ୍କୁ ମିଳିଲା ଉପମୁଖ୍ୟମନ୍ତ୍ରୀ ପଦ l

➡️୯-ଗୁଜରାଟ ପରେ ଆସାମରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ କରିବ ଟାଟା, ନିବେଶ କରିବ ୪୦ ହଜାର କୋଟି l

➡️୧୦-ଗୁଟଖା ବିଜ୍ଞାପନ ମାମଲାରେ ଅକ୍ଷୟ କୁମାର, ଶାହାରୁଖ ଖାନ, ଅଜୟ ଦେବଗନଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ହେଲା ନୋଟିସ l

➡️୧୧-ବିଶ୍ୱ ରେକର୍ଡ କଲା କାଶୀ କରିଡର l ନିର୍ମାଣ ପରଠାରୁ କାଶୀ ବିଶ୍ୱନାଥ ଧାମରେ ବଢ଼ିଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା, ଏପର୍ଯ୍ୟନ୍ତ ଦର୍ଶନ କଲେଣି ୧୩ କୋଟି ଭକ୍ତ l

➡️୧୨-ଭାରତରେ ପ୍ରତିବର୍ଷ ୫୦ ମିଲିଅନ iPhone ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି ଆପଲ l ପରବର୍ତୀ ଦୁଇ-ତିନି ବର୍ଷ ମଧ୍ୟରେ ଏହା ଉତ୍ପାଦନ ଆରମ୍ଭ ହୋଇଯିବ l ଭାରତରେ ପୁରା ବିଶ୍ୱର 25 ପ୍ରତିଶତ ଆଇଫୋନ ଉତ୍ପାଦନ ହେବ l

➡️୧୩-ଦେଶରେ ମାଲ ପରିବହନ କରୁଥିବା ଟ୍ରକଗୁଡିକ ପାଇଁ ନୂଆ ନିୟମ ଜାରି କଲେ କେନ୍ଦ୍ର ସରକାର | ଏଣିକି ୨୦୨୫ ଅକ୍ଟୋବର ସୁଦ୍ଧା ସବୁ ଟ୍ରକରେ ଏସି କ୍ୟାବିନ ରହିବା ବାଧ୍ୟତାମୂଳକ l

➡️୧୪-ମହାରାଷ୍ଟ୍ରର କସାର ରେଳ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ମାଲ୍‌ବାହୀ ଟ୍ରେନ୍, ୧୧ ଏକ୍ସପ୍ରେସ ଯାତାୟତ ହେଲା ବାଧାପ୍ରାପ୍ତ l

➡️୧୫-ବିଶ୍ୱର ସବୁଠାର ବଡ଼ ଏବଂ ଭୟଙ୍କର ବରଫ ଖଣ୍ଡ ଦେଇ ଅତିକ୍ରମ କଲା ବ୍ରିଟେନ୍‌ର ପୋଲାର ରିସର୍ଚ୍ଚ ଜାହାଜ । ଏହି ବରଫ ଖଣ୍ଡ ନ୍ୟୁୟର୍କ ସହରଠାରୁ ତିନି ଗୁଣା ବଡ଼ ହେବ l ଏନେଇ ବ୍ରିଟିସ ଆଣ୍ଟାର୍କଟିକା ସର୍ଭେ ସଂସ୍ଥା ପକ୍ଷରୁ ଆସିଲା ସୂଚନା l

➡️୧୬-୭୦୦ କୋଟି ଟଙ୍କାରେ ନିର୍ମାଣ ଚାଲିଛି UAEର ପ୍ରଥମ ହିନ୍ଦୁ ମନ୍ଦିର l ଏହି ବିଶାଳ ମନ୍ଦିରର ଉଚ୍ଚତା ୧୦୮ ଫୁଟ ରହିଥିବା ସୂଚନା ମିଳିଛି । ଏହା ପ୍ରଥମ ପଥର ହିନ୍ଦୁ ମନ୍ଦିର ଏବଂ ପଶ୍ଚିମ ଏସିଆର ବୃହତ୍ତମ ହିନ୍ଦୁ ମନ୍ଦିର ହେବ ବୋଲି ଜଣାପଡ଼ିଛି।

➡️୧୭-ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ T-20 ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ହେଲା ବାତିଲ। ଲଗାତାର ବର୍ଷା ହେତୁ ଏହି ମ୍ୟାଚର ଟସ୍ ମଧ୍ୟ ହୋଇପାରି ନଥିଲା।

➡️୧୮-ଦୁବାଇରେ ଅନୁଷ୍ଠିତ ଅଣ୍ଡର-19 ଏସିଆ କପରେ ପାକିସ୍ତାନ ଠାରୁ ଭାରତ ହେଲା ପରାସ୍ତ l

➡️୧୯-କ୍ୱାଲାଲୁମ୍ପୁରରେ ଖେଳାଯାଉଥିବା FIH ଜୁନିୟର ହକି ବିଶ୍ବକପ୍ କ୍ବାର୍ଟର ଫାଇନାଲରେ ପହଞ୍ଚିଲା ଭାରତ l ୧୦-୧ ଗୋଲରେ କାନାଡା ହେଲା ପରାସ୍ତ l ଭାରତ ୩ଟି ମ୍ୟାଚ୍‌ରୁ ୨ ବିଜୟ, ୧ ପରାଜୟ ସହ ୬ ପଏଣ୍ଟ ପାଇଛି ।

➡️୨୦-ଧାନ କ୍ଷେତରୁ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା, ୧୫ ଲକ୍ଷ ଟଙ୍କାରେ ସଜନା ସଜୀବନଙ୍କୁ କିଣିଲା ଏମଆଇ l

*📌ବି. ଦ୍ର : ଆମର ନୂଆ ହ୍ଵାଟ୍ସଆପ ଚ୍ୟାନେଲ ରେ ଯୋଡି ହେବାକୁ ଚାଁହୁଥିଲେ ଏହି https://whatsapp.com/channel/0029Va55L4h1t90flMIEIw26 ଲିଙ୍କକୁ କ୍ଲିକ କରିକି ଜୋଏନ ହେଇ ପାରିବେ ll*

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜିଠାରୁ ଦେବଦୀପାବଳୀ ଆରମ୍ଭ ll*
*🔅ଆଜି ଶିବ ଚତୁର୍ଦଶୀ ଉପବାସ ଓ ବେଢା ପରିକ୍ରମା ll*
*🔅ଆଜି ଆନ୍ତର୍ଜାତୀୟ ପର୍ବତ ଦିବସ ll*
*🔅ଆଜି ବିଶ୍ୱ ଶିଶୁ ପାଣ୍ଠି ଦିବସ ll*
*🔅ଆଜି ଶ୍ରୀ ବାଲାଜୀ ଜୟନ୍ତୀ ll*
*🔅ଆଜି ଜାତୀୟ ଆପ୍ ଦିବସ ll*
*🔅ଆଜି ୟୁନିସେଫ୍ ର ଜନ୍ମଦିନ ll*
*🔅ଆଜି ଶ୍ରୀ ପ୍ରଣବ ମୁଖାର୍ଜୀ ଜୟନ୍ତୀ ll*
*🔅ଆଜି ଅଭିନେତା ଦିଲୀପ କୁମାର ଜୟନ୍ତୀ ll*
*🔅ଆଜି ଶ୍ରୀ ବିନୟକ ଆଚାର୍ଯ୍ୟ ସ୍ମୃତି ଦିବସ ll*

*📌ବି. ଦ୍ର : ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତର Update News ଏବଂ ଏହିଭଳି ନିଉଜ ସର୍ବପ୍ରଥମେ ପାଇବା ପାଇଁ ଆମର NEWS ଗ୍ରୁପରେ ଅଂଶଗ୍ରହଣ କରିବାକୁ ଇଛୁକ ବନ୍ଧୁ ମାନେ ଆମସହ ଯୋଗାଯୋଗ କରିପାରିବେ l ମୋ : 9438253184 ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*