March 13, 2026

ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ବହି ପୂଜନ

IMG-20231211-WA0000
Share

ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ବହି ପୂଜନ

—————————————

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହର କଳା କଳାକାର ସହର l ଗଞ୍ଜାମ ସହର ଓ ଆଖ ପାଖ ଅଞ୍ଚଳ କଳାକାର ସଂଘଟିତ ଅନୁଷ୍ଠାନ ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚର ତୃତୀୟ ଅବଦାନ ଦୁଇଗୋଟି ନାଟକ ଗଞ୍ଜାମ ସହାରକୁ ଭେଟି ଦେବାକୁ ଯାଉଅଛି l ରବିବାର ବାର ଦିନ ମା ଦୁର୍ଗାଦେବୀ ମନ୍ଦିରରେ ବହି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନାଟ୍ୟ ନିର୍ଦ୍ଧେଶକ ଗୁରୁ ରତ୍ନମଣି ଉପାଧି ପ୍ରାପ୍ତ ଡ଼ଃ ଗୌରୀ ଶଙ୍କର ଶତପଥୀ ନିର୍ଦେଶନା ରେ “ପରାଗ ଲାଗିଛି ଶୁଭ ଲଗାନେ ଏବଂ ବରିଷ୍ଠ ଆଇନଜୀବୀ ପଙ୍କଜ କୁମାର ବାରିକି ନିର୍ଦେଶନା ଏତେ ଦୁଃଖ ଦେଲୁ କାଇଁ ଦଇବ” ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜାନୁ୍ୟାରୀ 26 ଓ 28 ତାରିଖରେ ପରିବେଷଣ ହେବ l
ଯାହାକୁନେଇ ମଞ୍ଚର କର୍ମକର୍ତ୍ତା ସଦସ୍ୟ ଓ ଉଭୟ ନାଟ୍ୟ ନିର୍ଦେଶକ ଙ୍କ ଉପସ୍ଥିରେ ନାଟକ ବହି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ମଞ୍ଚ ସଭାପତି ଶବର କୁମାର ତରାଇ, ମ୍ୟାନେଜର ଗୋବିନ୍ଦ ରେଡି, ଉପଦେଷ୍ଟା ଉମାକାନ୍ତ ବେହେରା, ସୁଧିର କୁମାର ପାଢ଼ୀ, ନୀଳାଞ୍ଚଳ ବାରିକି ସମ୍ପାଦକ ରାକେଶ ରଞ୍ଜନ ଦାସ ,ଉପ ସଭାପତି ବିଦ୍ୟାଧର ସାହୁ,ପ୍ରଦୀପ କୁମାର ପଣ୍ଡା ଅରୁଣ କୁମାର ରାଉଳ, ମନୋରଞ୍ଜନ ଜେନା,କାର୍ତ୍ତିକ ତରାଇ, ବିଷ୍ଣୁ କେଶରୀ ଦାଶ, ଅକ୍ଷୟ କୁମାର ସ୍ୱାଇଁ,ଦୁର୍ଗା ମାଧବ ପାଣିଗ୍ରାହି, ବଳରାମ ମାଳି, କୃଷ୍ଣ ଦାସ ବିଭୁ ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ l