September 21, 2024

ଚାଉଳ ମାଫିଆ ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା !

Share

ଚାଉଳ ମାଫିଆ ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା !

ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଡାବୁଗାଁ (ଆ ପ୍ର) ଜମି ମାଫିଆ, ବାଲି ମାଫିଆ,ବିଷୟରେ ଶୁଣିଛନ୍ତି, ଦେଖିଛନ୍ତି ଯେଉଁମାନେ କି ସରକାରୀ ରାଜସ୍ୱ କୁ ହାନି ପହଞ୍ଚାଇ ଲାଭବାନ ହେଉଛନ୍ତି କିନ୍ତୁ ଏଠାରେ ଗରିବ ନିରୀହ ଆଦିବାସୀ ଲୋକଙ୍କୁ ଭୁଆଁ ବୁଲେଇ କିଛି ଚାଉଳ ମାଫିଆ ଗରିବ ଙ୍କ ପେଟ ରେ ଲାତମାରୀ ମାଲାମାଲ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି!ଉକ୍ତ ଖବର ଟି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନରେ ଥିବା ଘୋଡ଼ାଖୁଣ୍ଟା ପଂଚାୟତ ର ଅଟେ!ଏହି ପଂଚାୟତ ରେ କିଭଳି କିଛି ଚାଉଳ ମାଫିଆ ଏବଂ ସରକାରୀ ବାବୁ ଲୋକଙ୍କୁ ଭୁଆଁ ବୁଲେଇ ଚାଉଳ କିପରି ହଡପ କରି ମାଲାମାଲ ହେଉଛନ୍ତି ତାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ!
ସୂଚନା ଅନୁଯାଇ!କେନ୍ଦ୍ର ଓ ରାଜ୍ୟ ସରକାର ଗତ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ଏପରି 3ମାସର ଚାଉଳ ମାଗଣାରେ ପ୍ରତ୍ୟେକ ପଂଚାୟତ ରେ ବଣ୍ଟନ କରେଇଛନ୍ତି!ସେଭଳି ଘୋଡ଼ାଖୁଣ୍ଟା ପଂଚାୟତ ରେ ମଧ୍ୟ ଗତ ନଭେମ୍ବର ମାସରେ ଅଗ୍ରିମ ତିନି ମାସର ଚାଉଳ ବଣ୍ଟନ କରିଛନ୍ତି!କିନ୍ତୁ ଏହି ପଂଚାୟତ ରେ କେଉଁ ଚାଉଳ ଦେବା କଥା ତାହା ସ୍ପଷ୍ଟ ହୋଇପାରୁନାହିଁ!କାରଣ ଏହି ପଂଚାୟତ ରେ FPS ଡିଲର କପି ସହିତ ଇସି ନଟ ରେ କେଉଁ ଚାଉଳ କେତେ ପରିମାଣ ର, କେଉଁ ମିଲରୁ, କେବେ ଆସିଛି, କେତେ ଆସିଛି, କେଉଁ ଗାଡ଼ିରେ ଆସିଛି, ମିଲ ର କୋଡ଼ ନଂ ସହିତ ସମସ୍ତ ତଥ୍ୟ ଉଲ୍ଲେଖ ରହିଥାଏ! ସେହି ଚାଉଳ ଉମରକୋଟ ଅଥବା ଜିଲ୍ଲା ର ଯେକୌଣସି ମିଲରୁ ଆସିବା କଥା କିନ୍ତୁ ଉକ୍ତ ଚାଉଳ ରାମ କ୍ରିଷ୍ନା ରାଇସ ମିଲ (ବୋରିଗୁମା )ରୁ କିପରି ଆସିଲା ଏବଂ କାହା ଅନୁମତି ରେ ଆସିଲା ତାହା ଏକ ପ୍ରଶ୍ନବାଚି? ଏହି ରାମ କ୍ରିଷ୍ନା ରାଇସ ମିଲ ରେ କେବଳ ଅରୁଆ ଚାଉଳ ମିଳେ କିନ୍ତୁ ଏହି ମିଲରୁ ଉଷୁନା ଚାଉଳ ଡାବୁଗାଁ ବ୍ଲକ କୁ କିପରି ବଣ୍ଟନ କରାଗଲା ଏହାର ତଦନ୍ତ କରିଵା ଆବଶ୍ୟକ!କିଛି ଚାଉଳ ବସ୍ତାରେ ସରକାରୀ ଲୋଗୋ ନ ଥିବା ଦେଖିବାକୁ ମିଳିଛି!କିଛିଦିନ ତଳେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନବରଙ୍ଗପୁର ରେ ହୋଇଥିବା DLPC ମିଟିଙ୍ଗ ରେ ଡାବୁଗାଁ ବ୍ଲକ ରେ ଭେଜାଲ ଚାଉଳ ବଣ୍ଟନ କରାଯାଉଛି ବୋଲି ବାରମ୍ବାର ପ୍ରଶ୍ନ କରିଥିଲେ ଏବଂ ଏହାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ କିନ୍ତୁ ତଦନ୍ତ ଶୂନଚାଉଳ ମାଫିଆ ଓ ସରକାରୀ ବାବୁ ମିଶି ଗରିବ ଲୋକଙ୍କୁ ଭୁଆଁ ବୁଲେଇ ଅନ୍ୟ ଜିଲ୍ଲା ରୁ ଗୁଡ଼ି ବାଲି ମିଶ୍ରିତ ଚାଉଳ ଆଣି ବଣ୍ଟନ କରି ମାଲାମାଲ ହେଉଥିବା ଦେଖିବାକୁ ମିଳିଛି!ଏଭଳି ଗରିବ ଲୋକଙ୍କୁ ଶୋଷଣ କରୁଥିବା କିଛି ମାଫିଆ ଙ୍କ ଉପରେ ଜିଲ୍ଲାପାଳ ଙ୍କ ନଜର କେବେ ପଡିବ? କେବେ ଏଭଳି ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ? ନାଁ କେବଳ କାଗଜ କଲମରେ ସୀମିତ ହୋଇ ରହିଯିବ?ଆଗାମୀ ଦିନରେ ଆଉ କିଛି ତଥ୍ୟ ସହିତ ଏଭଳି ଚାଉଳ ମାଫିଆ ଙ୍କ କାରନାମା ବିଷୟରେ ଲୋକ ଲୋଚନ କୁ ଅଣାଯିବ!