September 21, 2024

କାଉନସିଲ ମିଟିଂ ରେ ଅଭାବନୀୟ ଘଟଣା —-

Share

କାଉନସିଲ ମିଟିଂ ରେ ଅଭାବନୀୟ ଘଟଣା —-
ପୌର ପରିଷଦରେ ଅଧ୍ୟକ୍ଷା କାଉନସିଲର ଙ୍କୁ ଗେଟ ଆଉଟ କହିବା ଅଭିଯୋଗ କଲେ
କାଉନସିଲର,ଅଭିଯୋଗ ମିଥ୍ୟା କହିଲେ – ଅଧ୍ୟକ୍ଷା

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନାଶୁ ଆଚାରୀ ଙ୍କ ରିପୋର୍ଟ )

ଉମରକୋଟ – ଗତ ୬ ତାରିଖ ଦିନ ଉମରକୋଟ ପୌର ପରିଷଦର କାଉନସିଲ ବୈଠକ
ଥିଲା। ଏହି ବୈଠକରେ ଉମରକୋଟ ବିଡ଼ିଓ ତଥା ନିର୍ବାହୀ ଅଧିକାରୀ , ସମସ୍ତ କାଉନସିଲର ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ବୈଠକ ଚାଲିବା ସମୟରେ ୭ନମ୍ୱର ୱାର୍ଡ ବିଜେଡି କାଉନସିଲର ନିଜ ୱାର୍ଡ଼ର କିଛି ସମସ୍ୟା ଉଠାଇବା ବେଳେ ଏଥିରେ ରାଗିଯାଇ ମୋତେ ଗେଟ ଆଉଟ କହିଲେ ବୋଲି କାଉନସିଲର ନେତ୍ର ହରିଜନ ଅଭିଯୋଗ କରିଛନ୍ତି। କାଲି ରାତି ୭ ନମ୍ବର ୱାର୍ଡରେ ଆସୁଥିବା କୁସୁମ ଗୁଡା ଠାରେ ଥିବା ଶିବ ମନ୍ଦିର ପ୍ରାଙ୍ଗଣରେ ନିଜ ୱାର୍ଡ଼ ର କିଛି ସମର୍ଥକଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରି ନେତ୍ର ହରିଜନ ଏହି ଅଭିଯୋଗ କରିଛନ୍ତି। ନେତ୍ର କହିଛନ୍ତି
କାଉନସିଲ ମିଟିଂ ଚାଲିବା ବେଳେ ମୋର
୭ ନମ୍ବର ୱାର୍ଡ ର କିଛି ଉନ୍ନୟନ ମୁଳକ କାର୍ଯ୍ୟ କାହିଁକି ହେଉନି ବୋଲି ଅଧ୍ୟକ୍ଷାଙ୍କୁ ପ୍ରଶ୍ନ କରିଥିଲି। ଏଥିରେ ଅଧ୍ୟକ୍ଷା ରାଧା ଭତ୍ରା ରାଗିଯାଇ ଗେଟ ଆଉଟ କହିବାରୁ ମୋତେ ବେଶୀ ବାଧିଲା। ଏହି କଥା ମୁଁ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମାଝୀଙ୍କୁ ଜଣାଇଲି। ଯଦି ସେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ମୁଁ ଆଉ ଆମ ୱାର୍ଡ଼ ର ବିଜେଡି କର୍ମୀ ମାନେ ଦଳ ଛାଡ଼ିବୁ ବୋଲି କହିଥିଲେ। ତେବେ ଅଧ୍ୟକ୍ଷା ରାଧା ଭତ୍ରାଙ୍କୁ ପଚାରିବାରୁ କହିଛନ୍ତି, ପ୍ରତି ୱାର୍ଡରେ ୨ ରୁ ୩ କୋଟି ଟଙ୍କା ଉନ୍ନୟନ ମୁଳକ କାର୍ଯ୍ୟ କରାଯାଉଛି। ଏବଂ ଏହାର କାର୍ଯ୍ୟ ଏବେ ବି ଚାଲିଛି। ତେବେ ୭ନମ୍ବର ୱାର୍ଡ଼ର କାଉନସିଲର ପ୍ରବଳ ପାଟି ତୁଣ୍ଡ କରୁଥିଲେ ମୁଁ ପାଟି ତୁଣ୍ଡ କରନି ବୋଲି ଅନୁରୋଧ କଲି ତଥାପି ସେ ଶୁଣିଲେ ନାହିଁ । ଯେହେତୁ ଏହା ଅନ୍ୟ କାଉନସିଲର ଙ୍କୁ ଅସୁବିଧା ହେଉଥିଲା ତେଣୁ ମୁଁ ବାହାରକୁ ଯାଅ ବୋଲି କହିଥିଲି ବୋଲି ନିଜର ସଫେଇ ଦେଇ କହିଛନ୍ତି। ତେବେ ସାଧାରଣ ନିର୍ବାଚନ ଆସୁଥିବା ବେଳେ ବିଜେଡି ମଧ୍ୟରେ ଚାଲିଥିବା କନ୍ଧଳ କି ପ୍ରଭାବ ପକାଇବ ତାହା ଆଗମୀ
ନିର୍ବାଚନରେ ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି।