September 21, 2024

ଖବର ଆଜିର,ତାରିଖ ୦୮/୧୨/୨୩, ଶୁକ୍ରବାର

Share

*🌼ଖବର ଆଜିର,ତାରିଖ ୦୮/୧୨/୨୩, ଶୁକ୍ରବାର🌼*

୧-ଏକକ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୪ ହଜାର ୮୦୪ କୋଟି ମୂଲ୍ୟର ୧୯ଟି ପ୍ରକଳ୍ପକୁ ମଞ୍ଜୁରୀ,ସୃଷ୍ଟି ହେବ ୧୭୫୫୩ଟି ନିଯୁକ୍ତି।

୨-ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୭୯୫୬୫ଟି ଆବେଦନ, ଯାଞ୍ଚ ପ୍ରକ୍ରିୟା ଆରମ୍ଭ।

୩-ବର୍ଷା ପରେ ବଦଳିଲା ପାଗ, ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ତାପମାତ୍ରା, ୧୦ରୁ ବଢିବ ଶୀତ।

୪-୨୦୩୬ରେ ଓଡ଼ିଶା ହେବ ବୟସ୍କଙ୍କ ରାଜ୍ୟ, ଜାତୀୟ ହାର ଠାରୁ ଯଥେଷ୍ଟ କମ୍ ରହିଛି ଓଡ଼ିଶାର ପ୍ରଜନନ ହାର।

୫-+୨ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି,୪୫୦ ଟଙ୍କା ଜୋରିମାନା ଦେଇ ୧୧ରୁ ୧୩ ମଧ୍ୟରେ କରିପାରିବେ ଫର୍ମ ଫିଲପ୍।

୬-ପୁରୀ:ଧର୍ମଜ୍ୟୋତି ଲଜିଂଠୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଯାଏ ଲମ୍ବିବ ଟନେଲ ସଦୃଶ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍ ।

୭-କନ୍ଧମାଳରେ ୭୦ ତମ ରାଜ୍ୟସ୍ତରୀୟ ପୁରୁଷ ଭଲିବଲ ଟୁର୍ଣ୍ଣାମେଣ୍ଟ, ଉଦଘାଟନ କଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ।

୮-ତେଜୁଛି ନୂଆ ଜିଲ୍ଲା ଦାବି: ପଦ୍ମପୁର ଜିଲ୍ଲା ଗଠନ ପାଇଁ ପ୍ରକ୍ର୍ରିୟା ଆରମ୍ଭ ପରେ ଆଠଗଡ଼ ଓ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଳା ମାନ୍ୟତା ଦେବା ପାଇଁ ଜୋରଧରିଲା ଦାବି।

୯-ପଟ୍ଟାମୁଣ୍ଡାଇ:ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଗଲା ନିଆଁ : ୫ ବର୍ଷ ଶିଶୁର ମୃତ୍ୟୁ, ୨ ଗୁରୁତର।

୧୦-ବିଶୁଦ୍ଧ ରହିବ ଦୟା ନଦୀର ଜଳ, ଗଙ୍ଗୁଆ ଓ ଦୟା ନଦୀ ସଂଯୋଗ ସ୍ଥଳରେ ହେବ ଟ୍ରିଟ୍ ମେଣ୍ଟ ପ୍ଲାଣ୍ଟ।

୧୧-ଭୁବନେଶ୍ୱର:NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।

୧୨-ଗଂଜାମ ଛତ୍ରପୁରରେ ଝିମିଟି ଖେଳରୁ ମହାଭାରତ: କ୍ରିକେଟ୍ ପଡିଆରେ କଥା କଟାକଟି, ଫେରିବା ବାଟରେ ଯବାନଙ୍କୁ ମରଣାନ୍ତକ ଆକ୍ରମଣ।

୧୩-କ୍ୟାପିଟାଲ ଥାନା ଚନ୍ଦୁ ହତ୍ୟା ମାମଲା, ଦୋଷୀ କାହ୍ନା ନାୟକକୁ ଆଜୀବନ ଜେଲ୍‌।

୧୪-ଆନ୍ତଃରାଜ୍ୟ ଫେକ୍ ସିମ୍ କାର୍ଡ ଗ୍ୟାଙ୍ଗର ପର୍ଦ୍ଦାଫାସ୍, ମାଷ୍ଟରମାଇଣ୍ଡ ପଶ୍ଚିମବଙ୍ଗରୁ ଗିରଫ।

୧୫-ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ୮ହଜାର ଅତିଥିଙ୍କୁ ନିମନ୍ତ୍ରଣ । ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକର, ବିରାଟ କୋହଲୀ ସହ ଯୋଗଦେବେ ବିଭିନ୍ନ କ୍ଷେତ୍ରର ମାନ୍ୟଗଣ୍ୟ ବ୍ୟକ୍ତି।

୧୬-ନୂଆଦିଲ୍ଲୀ: କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ନୂଆ କୃଷି ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି।

୧୭-ତେଲେଙ୍ଗାନାରେ ରେବନ୍ତଙ୍କ ରାଜୁତି ଆରମ୍ଭ । ବାହୁବଳୀ ଶୈଳୀରେ ଶପଥ ପାଠ କରି ଚର୍ଚ୍ଚାରେ ନୂଆ ମୁଖ୍ୟମନ୍ତ୍ରୀ।

୧୮-କଲାମ ଦ୍ଵୀପରୁ ଅଗ୍ନି-୧ର ସଫଳ ପରୀକ୍ଷଣ, ୧୨୦୦ କି.ମି. ଯାଏଁ ରହିଛି ଲକ୍ଷ୍ୟଭେଦ କ୍ଷମତା।

୧୯-ମଝି ଆକାଶରେ ଜଳିଲା ଋଷର କାର୍ଗୋ ବିମାନ: ଭିଡିଓ ଭାଇରାଲ୍।

୨୦-ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ଡିସେମ୍ବର ୧୧ ତାରିଖରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*