September 21, 2024

ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ

Share

ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ

————————————————-

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ରେ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସ୍ବେଛାସେବୀ ଡି. ବିଷ୍ଣୁପ୍ରିୟା ଙ୍କ ତତ୍ୱାବାଧାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ହୋଇଥିଲା l ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ରବିନ୍ଦ୍ର ନାଥ ବେହେରା,ଏବିଡ଼ିଓ ଭାବାନୀ ଶଙ୍କର ପ୍ରଧାନ, ସିଡିପିଓ ସଲୀଳା ପ୍ରଧାନ ପ୍ରମୁଖଙ୍କ ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କର୍ମକର୍ତ୍ତା ଯୋଗଦେଇ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦେଶ୍ୟ ସମ୍ପର୍କ ରେ ମତ ପ୍ରକାଶ କରିଥିଲେ l ୟୁଥ ପୋର୍ଟାଲ ( my bharat . Gove. in )ଉତ୍ତୋଳନ କରାଯାଇ ସ୍କିଲ ଡେଭଲପ କୁ ନେଇ ତଥ୍ୟ ସଂଗ୍ରହ କରିବା ପାଇଁ ଯୁବ ଗୋଷ୍ଟିଙ୍କୁ ଅବଗତ କରାଯାଇଥିଲା l କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକର ଲାଭ ଉଠାଇବା ନେଇ ଉପସ୍ଥିତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଟି ଓ ଯୁବ ଗୋଷ୍ଟି ଓ ଗ୍ରାମବାସୀ ଙ୍କୁ ସଚେତନ କରାଯାଇଥିଲା l