September 21, 2024

ଡେରାଡୁନରେ ଜାତୀୟ ପ୍ରତିଯୋଗିତା –ଓଡିଶା ଟିମ ପୁମସି ଇଭେଣ୍ଟରେ ଚାମ୍ପିୟନ ଓ କିରୋଗୀ ରେ ଉପ ବିଜେତା__________

Share

ଡେରାଡୁନରେ ଜାତୀୟ ପ୍ରତିଯୋଗିତା –ଓଡିଶା ଟିମ ପୁମସି ଇଭେଣ୍ଟରେ ଚାମ୍ପିୟନ ଓ କିରୋଗୀ ରେ ଉପ ବିଜେତା__________

ଉତ୍ତରାଖଣ୍ଡର ଦେହରାଡୁନରେ ଚକିତ ମାସ ଡ଼ିସେମ୍ବର ଏକ ରୁ ତିନି ତାରିଖ ରେ ୩୭ ତମ ସବ ଜୁନିଅର କିରୋଗୀ ଓ ୧୧ ତମ ପୁମସି ଏବଂ ୬ଷ୍ଟ ତମ କ୍ୟାଡେଟ ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

୫୩ ଜଣିଆ ଓଡିଶା ସବ-ଜୁନିଅର ଓ କ୍ୟାଡେଟ ବାଳକ ଓ ବାଳିକା ଟିମ ଅଂଶଗ୍ରହଣ କରିଥିଲା.

ପୁମସି ଇଭେଣ୍ଟରେ ଓଭର ଅଲ ଓଡିଶା ଟିମ ୧୮ ଟି ସ୍ଵର୍ଣ ପଦକ ଓ ୨ଟି ରୌପ୍ୟ ପଦକ ଜିତି ଚାମ୍ପିୟନ ଟ୍ରଫି ହାସିଲ କରିଛି।

ସେହିପରି କିରୋଗୀ ଇଭେଣ୍ଟରେ ୬ଟି ରୌପ୍ୟ ପଦକ ଓ ୧୪ ଟି କଂସ୍ୟ ପଦକ ଜିତି ଉପ-ବିଜେତା ଟ୍ରଫି ଓଡ଼ିଆ ଟିମ ହାସିଲ କରିଥିଲା.

୪୦ ବର୍ଷ ଭିତରେ ଜାତୀୟ ସ୍ତର ଇଭେଣ୍ଟରେ ଟାଏକୋଣ୍ଡୋ ଖେଳରେ ଚାମ୍ପିୟନ ଓ ଉପ -ବିଜେତା ଟ୍ରଫି ହାସିଲ କରିବା ଓଡିଶା ଇତିହାସରେ ପ୍ରଥମ
ପୁମସିରେ ସ୍ଵର୍ଣ ପଦକ ବିଜେତା ପ୍ରତିଯୋଗୀମାନେ ଅଦମ୍ୟ ଅରିଜିତ ରୟ, ଆର. ସିଦ୍ଧାର୍ଥ ରେଡି, ଲଷ୍ମୀପ୍ରିୟା ମୁଣ୍ଡା, ଆଗ୍ନେୟ କୁମାର ପୃଷ୍ଟି, ଆୟୁଷ କୁମାର ପୃଷ୍ଟି, ଡି. ଅର୍ପିତା ରେଡି, ଦିବ୍ୟା ସାହୁ, ଅନ୍ଵେଷା ସାହୁ,ଦିବ୍ୟଂଶୀ ବେହେରା,ସ୍ୱାଗତ ମିର୍ଧା, ଅପର୍ଣ୍ଣା ସାହୁ, ପ୍ରିୟାଂଶୁ ସ୍ୱାଇଁ, ଅସ୍ମିତ କୁମାର ସାହୁ, ସୁଭାଶିଷ ମହିଷାଲ, ବୋମାଲୀ ଜହ୍ନବି, ସୁଶ୍ରୀ ସାମନ୍ତରା, ଶ୍ରୀୟା ମହାନ୍ତି,
ରୌପ୍ୟ ପଦକ ବିଜେତା ଅପର୍ଣ୍ଣା ସାହୁ, ଦିବ୍ୟା ସାହୁ
କିରୋଗୀ ଇଭେଣ୍ଟରେ ରୌପ୍ୟ ବିଜେତାମାନେ ସତ୍ୟ ରଞ୍ଜନ ଜେନା, ସ୍ଵୟାନ ପ୍ରଜ୍ଞା ଦାସ, ପିୟା ବେହେରା, ସ୍ମାରକ ଶର୍ମା, ଜ୍ୟୋତି ପ୍ରକାଶ ମଲ୍ଲିକ,ବୋମାଲୀ ଜାନଭି,
କଂସ୍ୟ ପଦକ ବିଜେତା :ଆୟୁଷ କୁମାର ଗୌଡୁ, ଓମ ପ୍ରକାଶ ସେଠ, ଚନ୍ଦନ ନାୟକ, ଆୟୁଷ କୁମାର ପୃଷ୍ଟି, ଆଇସା ବେହେରା, ପାୟଲ ଧୂରୁଆ, ସାଇ ସଂପ୍ରୀତି ପ୍ରଧାନ, ଡି. ଅର୍ପିତା ରେଡି, ଲଷ୍ମୀପ୍ରିୟା ମୁଣ୍ଡା,ଶୁଭମ ମହାପାତ୍ର, ଅପର୍ଣ୍ଣା ସାହୁ, ଓମଶ୍ରିତା ରଥ, ଶ୍ରେ୍ୟାଶ୍ରୀ ପ୍ରେ୍ୱିକତା,
ଜାତବେଦ ତ୍ରିପାଠୀ।
ଖେଳାଳିଙ୍କ ଉନ୍ନତ ପ୍ରତିଭା ଯୋଗୁଁ ଜାତୀୟ ପ୍ରତିଯୋଗୀତାରେ ସୁନାମ ଅର୍ଜନ କରି ରାଜ୍ୟର ଗର୍ବ ଆଉ ଗୌରବ ଆଣିବା ପାଇଁ ଓଡ଼ିଆ ଟାଏକୋଣ୍ଡୋ ସଙ୍ଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ସମସ୍ତଙ୍କୁ ଆନ୍ତରିକ ସୂବେଚ୍ଛା ଜଣାଇଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ