September 21, 2024

ଜିଲ୍ଲାସ୍ତରୀୟ କୁସ୍ତି ପ୍ରତିଯୋଗିତା ଉଦଯାପିତ 

Share

ଜିଲ୍ଲାସ୍ତରୀୟ କୁସ୍ତି ପ୍ରତିଯୋଗିତା ଉଦଯାପିତ

ପୁରୀ,୬/୧୨-ସ୍ଥାନୀୟ ଜଗନ୍ନାଥ ବଲ୍ଲଭ ପରିସରରେ ଜିଲ୍ଲାସ୍ତରୀୟ କୁସ୍ତି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ବିଭିନ୍ନ ଯାଗା ଆଖଡା ଓ ବିଭିନ୍ନ ବ୍ଲକରୁ ଶତାଧିକ କୁସ୍ତି ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ପୁରୀ ଜିଲ୍ଲା କ୍ରୀଡା ସଂସଦ,ଜଗନ୍ନାଥ ବଲ୍ଲଭ ବ୍ଯାୟାମ କ୍ରୀଡ଼ା ପରିଷଦ ଓ ପରିଷଦର ଉପଦେଷ୍ଟା ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ବରେ ଏହି ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ବାରବାଟୀ ଯାଗା,ଜଗନ୍ନାଥ ବଲ୍ଲଭ ବ୍ଯାୟାମ କ୍ରୀଡ଼ା ପରିଷଦ, ଖୁଣ୍ଟିଆ ଯାଗା, ମା ବସନ୍ତେଇ କ୍ଲବ, ଗୁରୁ ହନୁମାନ ଆଖେଡା, ପଞ୍ଚମୁଖୀ ଯାଗା,ପାଣ୍ଡ ଯାଗା,ଧ୍ବଜାଗଡ ଯାଗା,ଖାସ ଯାଗା,ନୃସିଂହ ବଲ୍ଲଭ ଯାଗା,ବିଶୁନି ଯାଗା,ବ୍ରହ୍ମଗିରି ମଙ୍ଗଳାମୁଖୀ ଯାଗା, ବଡୁ ମହାପାତ୍ର ଯାଗା,ସିବିଚ କ୍ଲବ ଆଦି ଅନୁଷ୍ଠାନ ଅଶଂଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ୧୪୫ ଜଣ ପ୍ରତିଯୋଗୀ ସେମାନଙ୍କ କ୍ରୀଡ଼ା ପ୍ରଦର୍ଶନ କରିଥିଲେ । ସିନିୟର, ଜୁନିୟର, ସବ ଜୁନିଅର, ୧୫ ବର୍ଷରୁ କମ ପ୍ରତିଯୋଗୀ ଏଥିରେ ଅଶଂଗ୍ରହଣ କରିଥିଲେ । ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଉପଜିଲ୍ଲାପାଳ ଭବତାରଣ ସାହୁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଟାଉନଥାନା ଆଇଆଇସି ସୁନିଲ ପ୍ରଧାନ, ଓଡିଶା କୁସ୍ତି ସଂଘର ସଭାପତି ରାମଚନ୍ଦ୍ର ପାଢୀ,ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର, ଶିଳ୍ପପତି ରାଜ କିଶୋର ପାତ୍ର ଓ ଗିରିଶ ଚନ୍ଦ୍ର ନାୟକ ଯୋଗ ଦେଇ ଶରୀର ଚର୍ଚ୍ଚାରେ କୁସ୍ତି ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା କ୍ରୀଡା ସଂସଦର ପୂର୍ବତନ ସାଧାରଣ ସମ୍ପାଦକ ରବିଶଙ୍କର ପ୍ରତିହାରୀ, ସଭାପତି ଲକ୍ଷ୍ମୀକାନ୍ତ ବେହେରା, ସଂପାଦକ ସିବୁନା ଦାସ, ରାମଚନ୍ଦ୍ର ମହାନ୍ତି, ହରିହର ସାହୁ,ବିଜୟ ସାହୁ, ପ୍ରତାପ ମହାପାତ୍ର ଓ ଶିବ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ କୁସ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥ ଭାବେ ବିଧାୟକ ଜୟନ୍ତ ଷଡଙ୍ଗୀ , ଅନୁଷ୍ଠାନର ଉପଦେଷ୍ଟା ଶୁଭାଶିଷ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗି ୯ ଓ ୧୦ ରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ