September 21, 2024

ଆସୁଅଛି ଓଡିଶା ଅପେରା ଗୁଣୁପୁର ରେ ହଇଚଇ କରିବ

Share

ଆସୁଅଛି ଓଡିଶା ଅପେରା
ଗୁଣୁପୁର ରେ ହଇଚଇ କରିବ

ଗୁଣୁପୁର,-( ସୁରେନ୍ଦ୍ର ମହାନ୍ତି)ରଙ୍ଗୀନ ଝିଲମିଲ ଆଲୁଅ ରେ ଝଲସିବ ଯାତ୍ରାମଞ୍ଚ । ସୋର ମଚେଇବ ବିଭିନ୍ନ ମେଲୋଡ଼ି ଗୀତ ଓ ନୃତ୍ୟ । ସାମାଜିକ ଓ ପାରିବାରିକ ନାଟକରେ ବାନ୍ଧି ହୋଇ ରହିବେ ଯାତ୍ରାପ୍ରେମୀ । ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଆସନ୍ତା ମକର ସଂକ୍ରାନ୍ତି ଅବସରରେ ହଇଚଇ କରିବାକୁ ଯାଉଛି ଓଡିଶା ଅପେରା । ଗୁଣୁପୁର ମରାଠୀଗୁଡା ଗଜଲକ୍ଷ୍ମୀ ଓ କାଳୀପୂଜା କମିଟି ପକ୍ଷରୁ ଯାତ୍ରାପ୍ରେମୀ ଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଜଗତସିଂହପୁର ଜିଲ୍ଲାର ଓଡିଶା ଗଣନାଟ୍ୟ ଅପେରା ର ବିଭିନ୍ନ ନାଟକ ପରିବେଷଣ କରାଯିବ । ଜାନୁଆରୀ ୧୧ ରୁ ୧୬ ତାରିଖ ପର୍ଯ୍ୟନ୍ତ ଯାତ୍ରା ଚାଲୁ ରହିବ । ଲିସା ତୋ କାହାଣୀ ଗଙ୍ଗା ବୈତରଣୀ, ବାହା ହେବିନି ଆଉ କାହାକୁ,କାହାରିକୁ ଆଉ ଭରସା ନାହିଁ, ସ୍ୱାମୀର ସିନ୍ଦୂର ଅନେକ ଦୂର ଭଳି ସୁପରହିଟ ନାଟକ ପରିବେଷଣ କରାଯିବ ବୋଲି ଜଣାପଡିଛି ।