September 25, 2026

ବିଜେଡି ର ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ବିଜେପିର ବହୁ କର୍ମୀ ବିଜେଡି ରେ ମିଶିଲେ

7341eb53-e1b2-4e95-a784-8fb9eef02778
Share

ଉମରକୋଟ ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଉମରକୋଟ – ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଉମରକୋଟ ବାସ ଭବନରେ ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଆସୁଥିବା ଉମରକୋଟ ବ୍ଲକ ର ଆସୁଥିବା 11 ଟି ଗ୍ରାମ ପଞ୍ଚାୟତର ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେଇଥିଲା। ଏହି କର୍ମୀ ସମ୍ମିଳନୀ ରେ ସାଂସଦ ଙ୍କ ବ୍ୟତୀତ ରାଜ୍ୟ ଉଠା ଜଳସେଚନ ନିଗମର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ, ବ୍ଳକ୍ ବିଜେଡି ସଭାପତି ମନୋଜ କୁମାର ଧଳ, ଦଳର ସମସ୍ତ ସରପଂଚ ,ୱାର୍ଡ଼ ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଗ୍ରାମ ପଞ୍ଚାୟତର ବିଜେଡି ସଭାପତି, ବରିଷ୍ଠ ବିଜେଡ଼ି ନେତା ଦେବି ସିଂ ମାଝୀ, ବିର ସିଂ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। କର୍ମୀ ସମ୍ମିଳନୀରେ କିଛି ଦିନରେ ବିଧାନ ସଭା ଓ ସାଂସଦ ନିର୍ବାଚନ ହେଉ ଥିବାରୁ କର୍ମୀ ମାନେ ନିଷ୍ଠାର ସହ ଦଳୀୟ କାର୍ଯ୍ୟ ଆରମ୍ଭ କରିବା ସହ ମୁଖ୍ୟମନ୍ତ୍ରୀ ନବିନ ପଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବା ପାଇଁ ସାଂସଦ ରମେଶ ଚନ୍ଦ୍ର ମାଝୀ କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ। ସମାଜର ସମସ୍ତ ବର୍ଗ ଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରି ଥିବା ବେଳେ ସମାଜ ର ଶେଷ ବ୍ୟକ୍ତି ଟି ଯେପରି ବଂଚିତନ ହେବ ସେଥିପାଇଁ କର୍ମୀ ମାନେ ଉଦ୍ୟମ କରିବା ପାଇଁ ସାଂସଦ କହିଥିଲେ। ଯେଉଁ ଯେଉଁ ଗ୍ରାମ ରେ ଯାହା ସବୁ ମୌଳିକ ସମସ୍ୟା ଅଛି ତାକୁ ତୁରଂତ ସମାଧାନ କରାଯିବ ବୋଲି ସାଂସଦ ରମେଶ ମାଝୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହି କର୍ମୀ ସମ୍ମିଳନୀ ରେ ରାଜ୍ୟ ଉଠା ଜଳସେଚନ ନିଗମର ଉପ- ଦେଷ୍ଟା ପ୍ରମୋଦ କୁମାର ପାଢୀ ମଞ୍ଚ ପରିଚାଳନ। କରିଥିଲେ। ଆଜି ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଉପସ୍ଥିତିରେ ବୁର୍ଜ। ଗ୍ରାମ ପଞ୍ଚାୟତର ବିଜେପିର ଆଇଟି ସଂଯାଜକ ପ୍ରମୋଦ ବାଗ,9 ନମ୍ୱର୍ ୱାର୍ଡ଼ ର ନିର୍ବାଚିତ ସଭ୍ୟ ମନ ଜିତ ଗଣ୍ଡ, ଗଣେଷ ବୈରାଗୀ, ଦିନେଶ ସରକାର, ବିଜୟ ସରକାର, ବିଶ୍ୱଜିତ୍ ଗାଇନ, ବାସୁଦେବ ସରକାର, ପ୍ରକାଶ ରୟ ଓ ଜଗା ମଣ୍ଡଳ
ପ୍ରମୁଖ ବିଜେଡି ରେ ଆନୁଷ୍ଠାନିକ ଭାବେ ବିଜେଡି ରେ ଯୋଗ ଦାନ କରି ଥିଲେ। ସାଂସଦ ରମେଶ ଚନ୍ଦ୍ର ମାଝୀ ସମସ୍ତ ନବା ଗତ ଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ସ୍ବାଗତ କରିବା ଥିଲେ।