September 21, 2024

ପଟାଙ୍ଗୀ ବ୍ଲକ କଂଗ୍ରେସ ପକ୍ଷରୁ କୁନ୍ଦିଲିରେ ଠାରେ ସମ୍ବର୍ଦ୍ଧନା ସଭା

Share

 

କୋରାପୁଟ ଜ଼ିଲ୍ଲା ପଟାଙ୍ଗୀ ବ୍ଲକର କୁନ୍ଦୁଲି ହାଟ ପଦା ପଡିଆରେ ବ୍ଲକ କଂଗ୍ରେସ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି I ପ୍ରଦେଶ କଂଗ୍ରେସ କାର୍ଯ୍ୟଳୟ ଭୁବନେଶ୍ୱର ଠାରେ ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ର ଟାଣୁଆ ନେତା ଶ୍ରୀ ଜୟରାମ ପାଙ୍ଗି ଏବଂ କୋଟପାଡ଼ ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ ଶ୍ରୀ ନୀଳକଣ୍ଠ ପୂଜାରୀ ମିଶ୍ରଣ ପର୍ବରେ କଂଗ୍ରେସ ରେ ଵିଧିବଦ୍ଧ ଭାବରେ ଯୋଗ ଦାନ କରିଥିଲେ. ତେଣୁ ଏହି ଦୁଇ ନେତାଙ୍କୁ ଶୁଙ୍କି ଠାରୁ ଏକ ବିଶାଳ ବାଇକ ରାଲି କରି ସ୍ୱାଗତ କରାଯାଇ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇଥିଲା. ମଧ୍ୟାନ୍ନ ଭୋଜନ ପରେ ସମ୍ବର୍ଦ୍ଧନା ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା. ଶ୍ରୀ ପାଙ୍ଗି. ଶ୍ରୀ ପୂଜାରୀ ଙ୍କ ସମେତ ରୁପା ନାୟକ ଓ ପଟାଙ୍ଗୀ ବ୍ଲକ ପୂର୍ବ ତନ ଅଧକ୍ଷ ଶ୍ରୀ ଜଗତଜ୍ୟୋତି ପାଙ୍ଗୀଙ୍କୁ ସୋମ୍ବର୍ଦ୍ଧିତ କରା ଯାଇଥିଲା. ଶ୍ରୀ ପାଙ୍ଗି ଦୀର୍ଘ 45ବର୍ଷର ରାଜନୈତକ ଜୀବନର ଅଭିଜ୍ଞତା କୁ ନିଜ ଅଭି ଭାଷଣ ରେ ପ୍ରକାଶ କରିଥିଲେ ସେହିପରି ଶ୍ରୀ ପୂଜାରୀ ମଧ୍ୟ ନିଜ ବକ୍ତବ୍ୟ ରଖିଥିଲେ. ପଟାଙ୍ଗୀ ବ୍ଲକ କଂଗ୍ରେସ କମିଟି ର ସଭାପତି ଶ୍ରୀ ଅର୍ଜୁନ ବାଙ୍କା ଙ୍କ ନେତୃତ୍ୱ ରେ ହୋଇଥିବା କାର୍ଯ୍ୟ କ୍ରମରେ ଗୋପାଳ ମାଟମ ,ବିମଳା ପାଙ୍ଗି. ପ୍ରଫୁଲ ବିଶୋଇ,କାର୍ତ୍ତିକ ଖିଲ. କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଯୁବ ସଂଘଠକ ଶ୍ରୀ ରଞ୍ଜିତ ପଟ୍ଟନାୟକ ଙ୍କ ସମେତ ଲଷ୍ମୀପୁର. ସେମିଲିଗୁଡା. କାକରୀ ଗୁମା. କୁନ୍ଦ୍ରା. ବୋରିଗୁମ୍ମା. ନନ୍ଦ ପୁର. ସମେତ ଜ଼ିଲ୍ଲା ର ସତାଧିକ କର୍ମୀ ଯୋଗଦେଇ ଥିଲେ Iକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଓପାନ୍ତ ଓଡିଶା I