ଖବର ଆଜିର
*ଖବର ଆଜିର*
ତାରିଖ ୦୪/୧୨/୨୩, ସୋମବାର
୧-୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ସିଂହନାଦ: ରାଜସ୍ଥାନ, ମଧ୍ୟପ୍ରଦେଶ,ଓ ଛତିଶଗଡ଼ରେ ପଦ୍ମର ବିଜୟ ଯାତ୍ରା, କଂଗ୍ରେସ ହାତରେ ରହିଲା ତେଲେଙ୍ଗାନା।
୨-ଆଜିଠାରୁ ସଂସଦର ଶୀତ କାଳୀନ ଅଧିବେଶନ ଆରମ୍ଭ।
୩-ଭୁବନେଶ୍ୱର:ଯୁକ୍ତ ଦୁଇ କଲେଜରେ ହେବ ସ୍ମାର୍ଟ ‘ଓଡ଼ିଶା ହାକାଥନ ୨.୦’, ପିଲାମାନଙ୍କ ନୂତନ ଚିନ୍ତାଧାରାକୁ ଦିଆଯିବ ଗୁରୁତ୍ୱ।
୪-ଭୁବନେଶ୍ବର:ଡିସେମ୍ବର ମାସ ଆରମ୍ଭ ହେଲାଣି, ପଶ୍ଚିମ ବାୟୁର ଅନିୟମିତତା ପାଇଁ ରାଜ୍ୟରେ ନାହିଁ ଶୀତ।
୫-ଭୁବନେଶ୍ୱର:୧୦ ହଜାର ଲାଞ୍ଚ ନେବା ମାମଲା, ସର୍ବଶିକ୍ଷା ଅଭିଯାନର ୨ ଅଧିକାରୀଙ୍କୁ ଜେଲ।
୬-ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଡିଭାଇଡରରେ ପିଟି ହୋଇ ଅପରପାର୍ଶ୍ୱରେ ବସ୍କୁ ଧକ୍କାଦେଲା କାର୍, ଜଣେ ମୃତ, ୩ ଗୁରୁତର।
୭-୫ ତାରିଖ ଅପରାହ୍ଶରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ମଚ୍ଛଲିପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଚାଉଙ୍ଗ’।
୮-ଭୁବନେଶ୍ୱର:୫ରେ ସଚିବ ସ୍ତରୀୟ ବୈଠକ, ପୂର୍ବାଞ୍ଚଳ ପରିଷଦ ବୈଠକକୁ ଦିଆଯିବ ଗୁରୁତ୍ୱ।
୯-‘ମିଚାଉଙ୍ଗ’ ପାଇଁ ୫୪ ଟ୍ରେନ୍ ବାତିଲ୍, ଭୁବନେଶ୍ବରରୁ ବାହାରୁଥିବା ୧୨ଟି ଓ ପୂର୍ବତଟ ଦେଇ ଯାଉଥିବା ୪୨ଟି ଟ୍ରେନ୍ ବାତିଲ।
୧୦-ନବରଙ୍ଗପୁର:ଧୁମ୍ ଧାମ୍ ରେ ପାଳିତ ହେଲା ପ୍ରଭୁ ଆୟାପ୍ପାଙ୍କ ଅଗ୍ନି ପୂଜା, ନାଚ ଗୀତରେ ଝୁମିଲେ ଭକ୍ତଗଣ।
୧୧-କଟକ ସ୍ଥିତ ବୋସ୍ ଇଞ୍ଜିନିୟରିଂ କଲେଜର ଶତବାର୍ଷିକୀ ଓ ବିପିଏଫଟିଆଇର ୨୫ତମ ଉତ୍ସବ ଲାଗି ବୈଠକ ଅନୁଷ୍ଠିତ।
୧୨-ଭୁବନେଶ୍ୱର:ୱିମେନ୍ ଇନ୍ ମିଡିଆ ଓ କମିଶନରେଟ୍ ପୋଲିସର ନିଆରା ବୃକ୍ଷରୋପଣ କାର୍ଯ୍ୟକ୍ରମ, ସିଡ୍ ବଲ ପ୍ରସ୍ତୁତ କରି ଲଗାଇଲେ ଗଛ।
୧୩-ସାଲେପୁରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ଏନକାଉଣ୍ଟର, ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି।
୧୪-ଭୁବନେଶ୍ୱର:OAS ସ୍ତରରେ ଅଦଳବଦଳ, ୧୧ ଅଫିସରଙ୍କୁ ବଦଳି କଲେ ରାଜ୍ୟ ସରକାର।
୧୫-ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ତେଲେଙ୍ଗାନା ଡିଜିପି ନିଲମ୍ବିତ।
୧୬-ଦେଶ ଦେଖିପାରେ ଦ୍ୱିତୀୟ ଯୋଗୀ ମୁଖ୍ୟମନ୍ତ୍ରୀ, ବାଲକନାଥ ପିନ୍ଧିପାରନ୍ତି ରାଜସ୍ଥାନ ମୁକୁଟ।
୧୭-ଲୋକସଭା ନା ବିଧାନସଭା : ନିର୍ବାଚନ ଜିତିଥିବା ବିଜେପି ସାଂସଦଙ୍କୁ ୧୪ ଦିନ ମଧ୍ୟରେ ନେବାକୁ ହେବ ନିଷ୍ପତ୍ତି।
୧୮-ତେଲେଙ୍ଗାନାରେ ଚାଲିଲା ନାହିଁ କେସିଆରଙ୍କ ଯାଦୁ । ବିଆରଏସକୁ ଚକମା ଦେଇ ପୂର୍ଣ୍ଣ ବହୁମତ ଅଭିମୁଖେ କଂଗ୍ରେସ।
୧୯-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଶୋକ ଗେହଲଟ: ରାଜସ୍ଥାନ ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା।
୨୦-ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳା:୪-୧ରେ ଜିତିଲା ଭାରତ।
*🙏 ସୁପ୍ରଭାତ 🙏*