September 22, 2024

ମୋହନା ବ୍ଲକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ –

Share

ମୋହନା ବ୍ଲକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ –—-
ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ପାହାଡ଼ିଆ ଜଙ୍ଗଲ ଘେରା ଅଞ୍ଚଳ ମାନ୍ଦ୍ରବାଜୁ ଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଏହି ମିଶ୍ରଣ ପର୍ବ ରେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ମୋହନା ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକଙ୍କ ସମେତ ମୋହନା ବ୍ଲକ ବିଜେଡି ସଭାପତି ତଥା ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଙ୍କ ଉପସ୍ଥିତିରେ ଦୁର୍ଗମ ଅଞ୍ଚଳରେ ରହୁଥିବା ଶହ ଶହ ପୁରୁଷ ଓ ମହିଳା ବିଜେଡି ସରକାର ସମୟରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ନବୀନ ପଟ୍ଟନାୟକଙ୍କ ଚିନ୍ତା ଧାରାରେ ଅନୁପ୍ରାଣିତ ହୋଇ ବିଜେଡି ରେ ସାମିଲ ହୋଇ ଥିବା ଦେଖିବାକୁ ମିଳିଛି। ଏହି ମିଶ୍ରଣ ପର୍ବ ସମୟରେ ଅଞ୍ଚଳ ରେ ରହୁଥିବା ରାଜନେତା ସ୍ଥାନୀୟ ବାସିନ୍ଦା ଏବଂ ଲୋକ ପ୍ରତିନିଧି ଙ୍କ ସମେତ ଗ୍ରାମ ମୁଖିଆ ମାନେ ଉପସ୍ଥିତ ରହି ଦଳରେ ସାମିଲ ହୋଇଛନ୍ତି। ସ୍ଥାନୀୟ ଜିଲ୍ଲା ପରିଷଦ ଉପାଧକ୍ଷା ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଏବଂ ଉପସ୍ଥିତ ଅତିଥି ମାନେ ଦଳରେ ସମିଲି ହୋଇଥିବା ଜନତାଙ୍କୁ ନିଜ ଦଳକୁ ଆଗ୍ରହର ସହ କୋଳେଇ ନେଇ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସଚେତନ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ।