September 21, 2024

ବ୍ଲକସ୍ତରୀୟ ଲୋକ ମହୋତ୍ସବ ଚଇତି ନିମନ୍ତେ ପ୍ରସ୍ତୁତି ବୈଠକ

Share

ବ୍ଲକସ୍ତରୀୟ ଲୋକ ମହୋତ୍ସବ ଚଇତି ନିମନ୍ତେ ପ୍ରସ୍ତୁତି ବୈଠକ

 

ରାମନାଗୁଡା ରାୟଗଡା ଜିଲ୍ଲା ରାମନାଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଦ୍ଭାବନା ଗୃହ ଠାରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ତତ୍ତ୍ଵାବଧାନରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟ ଚଇତି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ , ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ସାଂସଦ ପ୍ରତିନିଧି ଜି ପ୍ରସାଦ ରାଓ, ବ୍ଲକ ଉପାଧକ୍ଷା ଜାନକୀ ନିମାଲା,ଶିଶୁ ବିକାଶ ଯୋଜନା ଅଧିକାରୀ ଶାନ୍ତିଲତା ରଥ ମଞ୍ଚାସୀନ ରହିଥିବା ବେଳେ ସୁଣ୍ଡିଧାମୁଣି ସରପଞ୍ଚ ଭାସ୍କର କାଡ୍ରାକା ,ସମିତି ସଭ୍ୟ କମଳ ଲୋଚନ ମୁଟିକା, ପାରୀକ୍ଷିତି ସମିତି ସଭ୍ୟା ଲଷ୍ମୀ କାଡ୍ରାକା, ବିଜେଡି ବ୍ଲକ ଯୁବ ସଭାପତି ସଞ୍ଜୟ କୁମାର ପ୍ରଧାନ ,ଯୁବ ନେତା ଆନନ୍ଦ ପରିଛାଙ୍କ ସମେତ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି ଯୋଗ ଦେଇଥିଲେ ସେହିପରି ପ୍ରଶାସନିକ ସ୍ତରରେ ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର, ରାମନାଗୁଡା ଥାନା ସେକେଣ୍ଡ ଅଫିସର ବାବୁଲା ପ୍ରଧାନ,ଉଦ୍ୟାନ ବିଭାଗ ଅଧିକାରୀ ଏମ୍, ସୁଚିତ୍ରା, ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିପିଏମଓ କମଳା କର ରାଓ , ସମେତ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ପଦାଧିକାରୀ , ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ ,ସମାଜସେବୀ ଉପସ୍ଥିତି ରହି ବ୍ଲକ ଚଇତି ମହୋତ୍ସବକୁ ସୁଚାରୁ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଗତ ବର୍ଷ ଚଇତି କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ କିଛି ମାତ୍ରାରେ ବ୍ୟତିକ୍ରମ ଦେଖା ଦେଇଥିଲା କିନ୍ତୁ ଚଳିତ ବର୍ଷ ଚଇତି କାର୍ଯ୍ୟକ୍ରମରେ ପୁନରାବୃତ୍ତି ନହୁଏ ସେଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ସେହିପରି ଗତ ବର୍ଷ ଗୁମୁଡ଼ା ନିକଟସ୍ଥ ବଂଶଧାରା ନଦୀରୁ ଜଳ ସଂଗ୍ରହ କରି ରାମନାଗୁଡା ନିକଟରେ ଥିବା ମଙ୍ଗଳା ମନ୍ଦିର ନିକଟରୁ କଳସ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ସୁଲୁଡି ଗ୍ରାମ ନିକଟରେ କୁଳୁକୁଳୁ ଶବ୍ଦ କରି ବୋହିଯାଉଥିବା ଝରଣା କୂଳରେ ମା ନାନ୍ଦି ଗାଙ୍ଗାମାଙ୍କ ପାଖରୁ ଆଜ୍ଞାମାଳ ଅଣାଯାଇ ରାମନାଗୁଡା ମଙ୍ଗଳା ମନ୍ଦିରରୁ ବିରାଟ ପଟୁଆରରେ ରାମନାଗୁଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଥିବା ଚଇତି ମଣ୍ଡପକୁ ନିଆଯିବା ପାଇଁ ସର୍ଵସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। କାର୍ଯ୍ୟକ୍ରମକୁ ଯେଉଁ କଳାକାର ,ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଆସିବେ ସେମାନଙ୍କ ପାଇଁ ଆସିବା ଠାରୁ ଯିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ସୁରୁଖୁରୁରେ କିଭଳି କରାଯିବ ସେ ନେଇ ଆଲୋଚନା ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଅତିଥି ,ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଆଲୋଚନା ହୋଇଥିଲା । ଚଳିତବର୍ଷ ଆକର୍ଷଣୀୟ ରୂପରେ ଲୋକ ମହୋତ୍ସବ ଚଇତି ପାଳନ ନିମନ୍ତେ ସହଯୋଗ ପ୍ରକାଶ କରିଥିଲେ

ରିପୋର୍ଟ ସଞ୍ଜିବ କୁମାର ଦାଶ