September 21, 2024

ଶ୍ରୀଲକ୍ଷ୍ମୀ ନୃସିଂହନାଥ ଓ ମା ଏଲ୍ଲାମା ଦେବୀଙ୍କ ପ୍ରସାଦ ପ୍ରତିଷ୍ଟା ଉତ୍ସବ ଉଦଯାପିତ

Share

ଶ୍ରୀଲକ୍ଷ୍ମୀ ନୃସିଂହନାଥ ଓ ମା ଏଲ୍ଲାମା ଦେବୀଙ୍କ ପ୍ରସାଦ ପ୍ରତିଷ୍ଟା ଉତ୍ସବ ଉଦଯାପିତ

————————————————

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଡ଼ କାଇଁଚପୁର ଗ୍ରାମ ରେ ଶ୍ରୀଲକ୍ଷ୍ମୀ ନୃସିଂହ ଓ ମା ଏଲ୍ଲାମା ଦେବୀଙ୍କ ପ୍ରତିଷ୍ଟା ଉତ୍ସବ ଶନିବାର ଉଦଯାପିତ ହୋଇଯାଇଛି l ଉଦଯାପନି ଦିବସରେ ନାମଯଜ୍ଞ ଶେଷ ହେବାସହ ପୂର୍ଣ୍ଣାହୁତି, ଯମୁନା ସ୍ନାନ ନଗର କୀର୍ତ୍ତନ ଆୟୋଜିତ ହୋଇଥିଲା l ରତ୍ନ କର୍ମକାଣ୍ଡ ଭୂଷଣ ପଣ୍ଡିତ ସୀମାଞ୍ଚଳ ତ୍ରିପାଠୀଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମଙ୍ଗଳବାର ଅଙ୍କୁରା ରୋପଣ ବୁଧବାର କର୍ମାରମ୍ଭ ଶାଲାପୂଜା ଅଗ୍ନି ସ୍ଥାପନ ଆଦି ଦେବକାର୍ଯ୍ୟ ଅନୁଷ୍ଠିତ ହୋଇଛି l ଗୁରବାର ମହାସ୍ନାନ, ପ୍ରାଣ ପ୍ରତିଷ୍ଟା, ନାମଯଜ୍ଞ ଅଧିବାସ ଏବଂ ପ୍ରବଚନ କାର୍ଯ୍ୟକ୍ରମ, ଶୁକ୍ରବାର ନାମ ଯଜ୍ଞ ଆରମ୍ଭ, ଦେବତା ବିଜେ କାର୍ଯ୍ୟକ୍ରମ ମାନ ପରମ୍ପାରିକ ରୀତିନୀତି ଆନୁଯାୟୀ ଆୟୋଜିତ ହୋଇଥିଲା l ଗ୍ରାମ୍ୟ ପୁରୋହିତ ଲକ୍ଷ୍ମୀ ନାରାୟଣ ପଣ୍ଡା ଦେବଦେବୀଙ୍କ ପ୍ରତିଷ୍ଟା ଉତ୍ସବ କାର୍ଯ୍ୟ ଦାୟିତ୍ୱ ସମ୍ପର୍ଣ୍ଣ କରିଥିଲେ l ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ବଡ଼ କାଇଁଚପୁର ଗ୍ରାମବାସୀ ବୃନ୍ଦ
ସୁପରିଚାଳନା ରେ ସହଯୋଗ କରୁଛନ୍ତି l