November 25, 2024

ଉମରକୋଟ ବ୍ଲକ ମୁର୍ତୁମା ଗ୍ରାମରେ “ବିକଶିତ ଭାରତ ସଂକ୍ଳପ ଯାତ୍ରା” ର ଶୁଭାରମ୍ଭ

Share

ଉମରକୋଟ ବ୍ଲକ ମୁର୍ତୁମା ଗ୍ରାମରେ “ବିକଶିତ ଭାରତ ସଂକ୍ଳପ ଯାତ୍ରା” ର ଶୁଭାରମ୍ଭ

ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଉମରକୋଟ:-ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ର ମୁର୍ତୁମା ଗ୍ରାମରେ ଭାରତ ସରକାରଙ୍କ “ବିକଶିତ ଭାରତ ସଂକଳ୍ପ ଯାତ୍ରା” ର ଶୁଭାରମ୍ଭ ହୋଇଯାଇଛି ପୂର୍ବ ପ୍ରକାଶ ଆନୁସାରେ ବିକାଶ ଭାରତ ସଂକଳ୍ପ ଯାତ୍ରା 2500 ରୁ ଉର୍ଦ୍ଧ ଭେନ ମାଧ୍ୟମରେ ପ୍ରତ୍ୟେକ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଯୋଜନା ଓ ଏହାର ଲାଭ ବିଷୟରେ ଲୋକଙ୍କୁ ସଚେତନ କରାଇବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 15 ନଭେମ୍ବର ଦିନ ଏହାକୁ ଆରମ୍ଭ କରିଅଛନ୍ତି ଏହି ଦିନ ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ତାଙ୍କ ଜନ୍ମ ସ୍ତାନ ଝାଡଖଣ୍ଡ ଉଲିହାଟୁ ରୁ ଆରମ୍ଭ କରିଛନ୍ତି ।ଏହି ଯାତ୍ରା ର ଆରମ୍ଭ ଆଦିବାସୀ ଅଞ୍ଚଳରୁ ଆରମ୍ଭ ହୋଇ ଦୁଇ ମାସ ପର୍ଯ୍ୟନ୍ତ ଚାଲିବ ।ଏହାର ଉଧ୍ୟେସ୍ଯ ଦେଶର ଶେଷ ଓ ଅନ୍ତିମ ବ୍ୟକ୍ତି ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଯୋଜନା କୁ ପହଞ୍ଚାଇବା ।ଜାଦ୍ୟାରା ସେମାନଙ୍କୁ ଏହାର ଲାଭ ମିଳିବ ଏବଂ ତାଙ୍କର ବିକାଶ ହେବ। ସାଧରଣ ବ୍ୟକ୍ତି ଏକତ୍ରିତ ଓ ଜାଗ୍ରତ ହେବେ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଷ୍ଟଲ ଲାଗିଥିଲା ଓ ସେଥିରେ ଡେମୋ ଦେଖାଇଥିଲେ ଏବଂ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା କିଛି ବ୍ୟକ୍ତିମାନଙ୍କୁ ଉଜ୍ଜଳା ଗ୍ୟାସ ଆବଣ୍ଟନ କରାଯାଇଥିଲା ଓ କିଛି ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଥିବିରୁ କେନ୍ଦ୍ରରେ ଥିବା ମୋଦି ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ,ଏଥିରେ ଉମରକୋଟ ବିଧାୟକଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଓ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ରମେଶଚନ୍ଦ୍ର ସାହୁ ଯୋଗଦେଇଥିଲେ ତାଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ଏଥିରେ ମୁର୍ତୁମା ପିଓ,କମଳେନ୍ଦୁ,ଜିରାଏସ ଧନଞ୍ଜୟ ବିଶ୍ବାସ ,ସମିତି ସଭ୍ୟ ସନ୍ତୋଷ ରାୟ,ବଲମନ ଭତ୍ରା,ଦିନେଶ ବିଶ୍ବାସ,ସୁପଦ ଦାସ,ପ୍ରକାଶ ବିଶ୍ବାସ,ଚନ୍ଦନ ଭତ୍ରା,ନଗର ସାଧାରଣ ସମ୍ପାଦକ ପ୍ରଭାତ ନାୟକ,ଯୁବନେତା ମିଲ ପଣ୍ଡା,ଦିଲିପ ବିଶ୍ବାସ,ସାନ ଭାଇ,ନିତୁ ଗଣ୍ଡ ପ୍ରମୁଖ ବହୁ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।