November 25, 2024

ପ୍ରଧାନ ଶିକ୍ଷୟିତ୍ରୀ ଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା

Share

ପ୍ରଧାନ ଶିକ୍ଷୟିତ୍ରୀ ଙ୍କର
ଅବସରକାଳୀନ ସମ୍ବର୍ଦ୍ଧନା ସଭା

 

:ହାଟଡିହି ୨୯/୧୧/୨୦୨୩ ରିଖ ବୁଧବାର ଦିନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡିମିରିଆ ଠାରେ ସେହି ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁକାନ୍ତି ପୁହାଣ ଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଶ୍ରୀମତୀ ପୁହାଣ ଓ ତାଙ୍କର ସ୍ଵାମୀ ଶ୍ରୀଯୁକ୍ତ ମଦନମୋହନ ନାୟକଙ୍କୁ ଗ୍ରାମ ପରିକ୍ରମା ପରେ ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା ଙ୍କ ସଭାପତିତ୍ବରେ ଏକ ଭାଷା ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ହାଟଡିହି ଶିକ୍ଷା ଜିଲ୍ଲା ଏବିଇଓ ବିଆରସିସି ଶ୍ରୀଯୁକ୍ତ ସୁରେଶ କୁମାର ଯେନା ମୁଖ୍ୟ ଅତିଥି,ହାବେଳେଶ୍ଵର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶ୍ରୀଯୁକ୍ତ ତାରିଣିସେନ୍ ସେନାପତି ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ସଡଙ୍ଗ କ୍ଲଷ୍ଟରର ସି.ଆର.ସି.ସି ଶ୍ରୀଯୁକ୍ତ ବିଜୟ କୁମାର ସାହା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ମହାନ୍ତି ଓ ଶ୍ରୀଯୁକ୍ତ ରଘୁନନ୍ଦନ ମିଶ୍ର,ଅନାଦି ନାରାୟଣ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ରାଉଳ , ବୃନ୍ଦାବନ ପୁର ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ଯେନା, ଡିମିରିଆ ଗ୍ରାମ ର ବିଶିଷ୍ଟ ବ୍ୟକ୍ତି ଶ୍ରୀଯୁକ୍ତ ଧୃବାନନ୍ଦ ରାଉଳ, ସୁ ସାହିତ୍ୟିକ ବାମନ ଚରଣ ବେହେରା, ଉକ୍ତ ବିଦ୍ୟାଳୟ ପରିଚଳନା କମିଟିର ସଭାପତି ଚକ୍ରଧର ବାରିକ ପ୍ରମୁଖ ଯୋଗ ଦେଇ‌ ଶ୍ରୀମତୀ ପୁହାଣ ଙ୍କର ଗୈରବମୟ ଶୈଷିକ ଜୀବନ ତଥା ଉତ୍ତରତର ଜିବନ ଆଲୋକପାତ କରିଥିଲେ।ଏଥିରେ ଶାଳଣିଆଁ ସର୍କଲ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ତଥା ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିବେକାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିବା ସଙ୍ଗେ ସଙ୍ଗେ ଶିକ୍ଷକ ଶ୍ରୀଯୁକ୍ତ ରାଜୀବଲୋଚନ ସାହୁ ମଞ୍ଚ ସଞ୍ଚାଳନ କରିଥିଲେ। ଉକ୍ତ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା, ଗ୍ରାମ ବାସି,ସମସ୍ତ ଛାତ୍ର ଛାତ୍ରୀ ତଥା ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ପପନ କୁମାର ସ୍ଵାଇଁ ଓ ଶିକ୍ଷୟିତ୍ରୀ କୁମାରୀ ସତ୍ୟଭାମା ବେହେରା ଏବଂ ପଡୋଶୀ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ, ଶ୍ରୀଯୁକ୍ତ ହରେକୃଷ୍ଣ ଦାସ, ଶ୍ରୀଯୁକ୍ତ ସୁମନ୍ତ କୁମାର ଦାସ, ସୁରଜ୍ କୁମାର ପଟ୍ଟନାୟକ, ରାଜକିଶୋର ସ୍ୱାଇଁ,ବିଜୟ କୁମାର ସେଠୀ, ରଘୁନାଥ ଦିବେଦୀ, କୈଳାସ ଚନ୍ଦ୍ର ଖୁଣ୍ଟିଆ, ବଳରାମ ରାଉଳ, ଗୋବର୍ଦ୍ଧନ ସାହୁ, ଅଭିମନ୍ୟୁ ପାଗଳ,ରନାକର ନାୟକ ରବିନ୍ଦ୍ର କୁମାର ରଣା, ରବିନ୍ଦ୍ର କୁମାର ଦାସ,ଯଗୀନ୍ଦ୍ର କୁମାର ଦେଓ, ସୁବାସ ଚନ୍ଦ୍ର ଜେନା, ରାକେଶ କୁମାର ସାହୁ, ଗୌରାଙ୍ଗ ଚରଣ ନାୟକ, ଜ୍ଞାନେନ୍ଦ୍ର ବେହେରା ଓ ଟାଟା ଆସ୍ଫାୟାରର କ୍ଲଷ୍ଟର ଫେସିଲିଟେର ବିପିନ୍ ବିହାରୀ କୁଅଁର, ଶିକ୍ଷୟିତ୍ରୀ ବନ୍ଦିତା ରାଉଳ ଓ ମମତା ଯେନା ପ୍ରମୁଖ ଯୋଗ ଦେଇ‌ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ)