August 26, 2026

୨୪ ପ୍ରହରୀ ନାମ ଯଜ୍ଞ, ବିଷ୍ଣୁ ମହାଯଜ୍ଞ ଓ ତ୍ରିପୁରା ପାରାୟଣ ପାଇଁ ଏକ ବିଶାଳ କଳସ ଶୋଭା ଯାତ୍ରା

IMG-20230210-WA0052
Share

 

 

ସୋନପୁର: ସୋନପୁର  ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପାମାଲ ପଞ୍ଚାୟତ ଅନ୍ତର୍ଗତ ହନୁମାନପାଲି ଠାରେ ୨୪ ପ୍ରହରୀ ନାମ ଯଜ୍ଞ , ବିଷ୍ଣୁ ମହାଯଜ୍ଞ ଓ ତ୍ରିପୁରା ପାରାୟଣ ପାଇଁ ଆଜି ଏକ ବିଶାଳ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନିକଟସ୍ଥ ନୂଆଁପାଲି ମହାନଦୀ ଠାରୁ   ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସହ ଗଙ୍ଗା ମାତାଙ୍କୁ ଆବାହନ କରି ଏକ ଆଧ୍ୟାତ୍ମିକ ପରିବେଶରେ ପୂର୍ଣ୍ଣ କଳସି ଧରି ନଗର ପରିକ୍ରମା କରି ନାମ ମଣ୍ଡପ ସ୍ଥାପନ କରିଥିଲେ। ଏଥିରେ ପୂଜକ ପଣ୍ଡିତ ସଦାନନ୍ଦ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ନାମଯଜ୍ଞରେ ବୈଶାଖୁ ମେହେର, ଯଜ୍ଞକୁଣ୍ଡରେ ସୁଦାମ ମେହେର ଓ ଭିଷ୍ମଦେବ ମେହେର, ଯଜ୍ଞକୁଣ୍ଡରେ ରୁଷି ହାତୀ ପ୍ରମୁଖ  କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି। ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ନାମ ଯଜ୍ଞ  ତଥା ତୁଳସୀ ରାମାୟଣ ତ୍ରିପୁରା ପାରାୟଣ ହେଉଥିବା ଆୟୋଜକ ପକ୍ଷରୁ ସୂଚନା ମିଳିଛି।

You may have missed