September 21, 2024

ମୁନିଗୁଡ଼ାରେ ବାଘ ଆତଙ୍କ,ବନ ବିଭାଗରେ ତତ୍ପରତା।

Share

ମୁନିଗୁଡ଼ାରେ ବାଘ ଆତଙ୍କ,ବନ ବିଭାଗରେ ତତ୍ପରତା।
ମୁନିଗୁଡ଼ା: ତା୧-୧୨ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ବନାଞ୍ଚଳରେ ମହାବଳ ବାଘର ଆତଙ୍କ।ଆଖପାଖ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ।ସୂଚନା ଅନୁଯାୟୀ ଏଇ କେତେଦିନ ହେବ ବାଘକୁ ନେଇ କେତେବେଳେ ଗଜପତି ଜିଲ୍ଲା ତ କେତେବେଳେ କନ୍ଧମାଳ ଜିଲ୍ଲାରେ ଆତଙ୍କ ଖେଳୁଥିଲା।ଗତକାଲି ଠାରୁ ରାୟଗଡ଼ା ଜିଲ୍ଲା ତେଲେଙ୍ଗା ପଦରରେ ବାଘର ଗତିବିଧି ବିଷୟରେ ଖବର ଶୁଣିବାକୁ ମିଳିଥିଲା ବେଳେ ଆଜି ମୁନିଗୁଡ଼ା ବ୍ଲକ୍ ସିବପଦର ପଞ୍ଚାୟତ ବନ୍ଧଗୁଡ଼ା ଜଙ୍ଗଲ ଓ ମୁନିଗୁଡ଼ା – ଅମ୍ବାଦଳା ରାସ୍ତା ଜଙ୍ଗଲ ମଧ୍ୟରେ ବାଘର ପଦ ଚିହ୍ନ ଦେଖିବାକୁ ମିଳିବ ସହିତ ଏକ ମଇଁଶି ଛୁଆକୁ ମାରିଥିବାର ଖବର ବନ କର୍ମଚାରୀଙ୍କ ଠାରୁ ହସ୍ତଗତ ହୋଇଛି।ବାଘ ଓ ବନ ବିଭାଗ ମଧ୍ୟରେ ଯେପରି ଲୁଚକାଳି ଖେଳ ଚାଲିଛି।ହେଲେ ଏହା ସାଧାରଣ ମଣିଷ ପାଇଁ କାଳ ପାଲଟି ଯିବାର ସମ୍ଭାବନାକୁ ଏଡ଼ାଇ ହେବନି।ବାଘର ପାଦ ଚିହ୍ନଟିକୁ ନିରୀକ୍ଷଣ କଲେ ଜଣା ଯାଉଛି ଏହା ଏକ ମହାବଳ ବାଘ।ଏହି ବାଘଟି ଖାଦ୍ୟ ଅନ୍ୱେଷଣରେ ଏଣେତେଣେ ଘୁରି ବୁଲୁଥିବାର ଅନୁମାନ କରାଯାଉଥିବା ଜଣାଯାଏ।ଆଜି ବନ ବିଭାଗର ଏକ ସ୍ପେଶାଲ ଟିମ ମୁନିଗୁଡ଼ା ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଅନିଲ କୁମାର ବଳଙ୍କ ନେତୃତ୍ବରେ ବାନପାଳ ପ୍ରମୋଡ଼ିନି ମାଣ୍ଡିଙ୍ଗି,ବନରକ୍ଷୀ ରୋନିତ କୁମାର ମହାରଣା,ସୁରେଶ ପାତ୍ର,ସୋନାଲି ସ୍ୱାଇଁଙ୍କ ସହିତ ବନ ସୁରକ୍ଷା ସମିତିର କାର୍ଯ୍ୟକର୍ତ୍ତାମାନେ ବାଘର ଗତିବିଧି ସମ୍ପର୍କରେ ତନଖି କରିବା ସହ ଲୋକ ମାନଙ୍କୁ ସଚେତନ ଏବଂ ସୁରକ୍ଷା ଯୋଗାଇ ଦେବା ପାଇଁ ବନ୍ଧାଗୁଡ଼ା ବନାଞ୍ଚଳରେ ଜଗି ରହିଛନ୍ତି।ବାଘ ଭୟକୁ ନେଇ ସାଧାରଣରେ ଭୟର ବାତାବରଣ ଖେଳିଯାଇଛି।ବାଘକୁ ଆୟତ୍ତ ଅବା ଏଠାରୁ ଘଉଡାଇ ଏକ ସୁରକ୍ଷିତ ଅଞ୍ଚଳରେ ପହଞ୍ଚାଇ ଦେବାକୁ ସାଧାରଣରେ ଦାବି ଉଠିଛି।ନଚେତ୍ ଏହି ରକ୍ତମୁଖା ବାଘ ଅନେକ ମଣିଷ ଓ ପଶୁ ମାନଙ୍କ ଜୀବନ ନେଇ ଯାଇପାରେ ବୋଲି ଭୟ ରହୁଛି।