March 13, 2026

ସ୍ବର୍ଗତ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପାତ୍ରଙ୍କ ସ୍ମୃତି ସଭା

IMG-20231107-WA0016
Share

ସ୍ବର୍ଗତ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପାତ୍ରଙ୍କ ସ୍ମୃତି ସଭା
ବୁଗୁଡ଼ା : ତା ୦୭/୧୧/୨୩ : ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ ସ୍ବର୍ଗତ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପାତ୍ରଙ୍କ ପ୍ରଥମ ବାର୍ଷିକୀ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏମ୍ଆଇ କନିଷ୍ଠ ଯନ୍ତ୍ରୀ ଗୟାଚାନ୍ଦ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଶ୍ବନାଥ ପଟ୍ଟନାୟକ , ଗଣନାଥ ଖଟେଇ , ନାରାୟଣ ସାହୁ , ଗଣେଶ ମହାନ୍ତି , ରାମହରି ସାମଲ, ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଆଜିର ଏଇ କାର୍ତ୍ତିକ କୃଷ୍ଣ ଦଶମୀ ତିଥିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯନ୍ତ୍ରୀ ଅଚ୍ୟୁତାନନ୍ଦଙ୍କ ସ୍ମୃତି ଚାରଣ କରିବା କାଳରେ ବୁଗୁଡା କ୍ଷୁଦ୍ର ଜଳସେଚନ ବିଭାଗର ନୂତନ କାର୍ଯ୍ୟାଳୟ ନିର୍ମାଣ ସାଙ୍ଗକୁ ଏହା ପରିସରରେ ହନୁମାନ ମନ୍ଦିର ପ୍ରତିଷ୍ଠା ଦିଗରେ ଉଲ୍ଲେଖନୀୟ ଅବଦାନ ସମ୍ପର୍କେ ଆଲୋକପାତ କରିଥିଲେ ।