June 20, 2026

ବାଇକ ଆରୋହୀ କୁ ମlଉଜର ଲଗାଇ 23 ହଜାର ଲୁଟିନେଲେ

IMG-20231029-WA0034
Share

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

 

ଅନ୍ଧାର ର ସୁଯୋଗ ଦେଖି ଗଞ୍ଜାମ ଥାନା ଅନ୍ତର୍ଗତ ସନ୍ତୋଷୀ ମା ମନ୍ଦିର ସାନ୍ନ 16ନମ୍ବର ଜାତୀୟ ରାଜପଥ ରୁ ବାଇକ ଆରୋହୀକୁ ମୁଣ୍ଡରେ ମାଉଜର ଲଗାଇ 23 ହଜାର ଟଙ୍କା ଲୁଟି ନେଇଛନ୍ତି ଦୃବୁତ l କିଛି ଦିନ ହେଲା ଶାନ୍ତ ଥିବା ଗଞ୍ଜାମ ସହର ପୁଣି ଡକାୟତି କରି ଡକାୟତ କରି ଥିବା ଆଲୋଚନାର ବିଷୟ ପାଲଟିଛି l ମିଳିଥିବା ସୂଚନା ଅନୁଯାଇ ରମ୍ଭା ଥାନା ଖଟୁଆକୁଦା ଗ୍ରାମର ରୋହିତ ଛଟେଇ ଗତକାଲି ରାତି ପ୍ରାୟ ସାଢେ ଦଶଟା ସମୟରେ ନିଜ ବାଇକରେ ବ୍ରହ୍ମପୁରରୁ ଗ୍ରାମକୁ ଫେରୁଥିବା ବେଳେ 16 ନମ୍ବର ଜାତୀୟ ରାଜପଥ ସନ୍ତୋଷୀ ମା ମନ୍ଦିର ସମୁଖରେ ଗୋଟିଏ ମୋଟର ସାଇକେଲରେ ଦୁଇଜଣ ଦୃବୁତ ହଟାତ ରୋହିତଙ୍କୁ ଛାତି ଓ ମୁଣ୍ଡରେ ମlଉଜର ଲଗାଇ 23 ହଜାର ଟଙ୍କା ଲୁଟି ନେଇଥିଲେ l ଏନେଇ ରୋହିତ ଗଞ୍ଜାମ ଥାନାରେ ଅଭିଯୋଗ କରିବା ପରେ ଥାନା ଆଇଆଇସି ସୁମିତ୍ରା ପାତ୍ର ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ଦୃବୁତଙ୍କୁ ପତା ପାଇ ପାରିନାହାନ୍ତି. ଖୋଜା ଖୋଜି ଜାରି ରହିଛି l

You may have missed