ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣଙ୍କୁ ଆକ୍ରମଣ 

IMG-20231029-WA0036
Share

 

 

ବ୍ରହ୍ମପୁର ନିକଟସ୍ଥ ନିମଖଣ୍ତି ଥାନା ଅନ୍ତର୍ଗତ ଗୁରୁଣ୍ଠି ଗାଁର କେଳା ସାହିରେ ଜୁଆଖେଳ ଚାଲିଥିବା ବେଳେ ସେ ଗାଁର ବଳିଆ ଚୌଧୁରୀଙ୍କୁ ଗତକାଲି ମଧ୍ୟରାତ୍ରି ସମୟରେ ଜୁଆଖେଳ ଦେଖିବାକୁ ଯାଇଥିବା ବେଳେ ବଳିଆ ଉପରେ ଖଣ୍ଡା ସାହାର୍ଯ୍ୟରେ ମରଣାନ୍ତକ ଆକ୍ରମଣରେ ଗଭୀର ଆଘାତ ଲାଗିଥିବାବେଳେ ଖଣ୍ଡା ଚଟ ବାଜି ଘଟଣାସ୍ଥଳରେ ବଳିଆ ଅଚେତ ହୋଇ ପଡିଥିଲା ଅବସ୍ଥାରେ ପରିବାର ଲୋକେ ପହଂଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାରକରି ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ଚାଲିଥିବ ବେଳେ ପରିବାର ଲୋକ ଏନେଇ ସଦର ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଆଧାରକରି ପୋଲିସ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳେଇଥ‌ିବା ଥାନା ଆଇ, ଆଇ, ସି ରେବତୀ ଶବର ସୁଚନା ଦେଇଛନ୍ତି। ବଳିଆ ଚୌଧୁରୀଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଦ୍ୟପାନ କରି ଆକ୍ରମଣକାରୀମାନଙ୍କୁ ଗାଳିଗୁଲଜ କରି ଧମକ ଦେଇଆସୁଥିଲା। ଶନିବାର ରାତିରେ ଦୁର୍ବୃତ୍ତ ସଙ୍ଘବଦ୍ଧ ହୋଇ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ। ବ୍ରହ୍ମପୁର ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ