ରମାନଗୁଡା ବିଡ଼ିଓଙ୍କୁ ଗୁଣୁପୁର ବିଡ଼ିଓ ଭାବେ ଦାୟିତ୍ବ : ଶାନ୍ତିପ୍ରଭା ହେଲେ ପିଏ ଆଇଟିଡିଏ
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ପୂର୍ବତନ ବିଡ଼ିଓ ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ ଙ୍କୁ ରାଜ୍ୟ ସରକାର ଆଜି ରିଲିଭ କରି ପିଏ ଆଇଟିଡିଏ ଗୁଣୁପୁର ଭାବେ ଅବସ୍ଥାପିତ କରିଥିବା ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିଭଳି ରମାନଗୁଡା ବିଡ଼ିଓ ପ୍ରଭାତୀ ଝୋଡ଼ିଆ ଙ୍କୁ ଅତିରିକ୍ତ ଭାବେ ଗୁଣୁପୁର ବିଡ଼ିଓ ଦାୟିତ୍ବ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗୁଣୁପୁର ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ମଧ୍ୟ ପ୍ରଭାତୀ ଝୋଡ଼ିଆ ଅତିରିକ୍ତ ଭାବେ ତୁଲାଇ ଆସୁଛନ୍ତି । ଜଣେ ମହିଳା ଆଦିବାସୀ ପ୍ରଶାସିକାଙ୍କୁ ତିନି ତିନୋଟି ଅତିରିକ୍ତ ଦାୟିତ୍ୱ ଦେବା ଏବେ ସହରରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।