October 7, 2024
Share

*ଖବର ଆଜିର*
ତାରିଖ ୨୭/୧୦/୨୦୨୩ ଶୁକ୍ରବାର ।।

ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଆଜିର ମ୍ୟାଚରେ ଶକ୍ତିଶାଳୀ ଇଂଲଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି ଶ୍ରୀଲଙ୍କା। ଇଂଲଣ୍ଡ ଦେଇଥିବା ୧୫୭ ରନ ଟାର୍ଗେଟକୁ ଶ୍ରୀଲଙ୍କା ମାତ୍ର ୨୫.୪ ତମ ଓଭରରେ ୨ ୱିକେଟ ବିନିମୟରେ ୧୬୦ ରନ ସ୍କୋର ସହ ବିଜୟ ହାସଲ କରିଥିଲା।

ଗାଜାରେ ପଶିଲେ ଇସ୍ରାଏଲ ସେନା, ହମାସର ଅନେକ ଆତଙ୍କାବାଦୀଙ୍କୁ କଲେ ସଫା ।

ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲା : ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ପାଇଁ ବଢିଲା ଅଡୁଆ । ସଂସଦର ନୈତିକତା କମିଟି ପଠାଇଲା ନୋଟିସ ।

ଶିରିଡି ସାଇବାବା ମନ୍ଦିରରେ ପୂଜାର୍ଚ୍ଚନା କରି ୭୫୦୦ କୋଟି ଟଙ୍କାର ପରିଯୋଜନାର ଶିଳାନ୍ୟାସ କଲେ ମୋଦି ।

ଆମ ଓଡିଶା ନବୀନ ଓଡିଶା ପଞ୍ଚମ ଦିନରେ ଖୋର୍ଦ୍ଧା ଓ ଜଗତସିଂହପୁରରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

ସେୟାର ବଜାରରେ ହାହାକାର: ୮୦୦ ପଏଣ୍ଟ ଖସିଲା ସେନସେକ୍ସ, ୭ ଦିନରେ ୨୦ ଲକ୍ଷ କୋଟି ହରାଇଲେ ନିବେଶକ ।

ରିଲିଜ୍‌ ହେଲା ସୀମା ହାଇଦରଙ୍କ ଫିଲ୍ମ ‘କରାଚି ଟୁ ନୋଏଡା’ ଟ୍ରେଲର, ବିବାଦୀୟ ଡାଏଲଗକୁ ନେଇ ହଙ୍ଗାମା ।

ତେଜିଲା ଓଲିଉଡ଼ ସିନେମା କଳି: ମନୋଜ ମିଶ୍ରଙ୍କ ବାସନ୍ଦଙ୍କୁ କୋଶଲ ମୁକ୍ତିମୋର୍ଚ୍ଚାର ବିରୋଧ ।

ତେଲେଙ୍ଗାନାରେ ହେବ କି ବିଜେପି ଓ ଜନସେନା ପାର୍ଟି ମଧ୍ୟରେ ମେଣ୍ଟ । ଅମିତ୍ ଶାହାଙ୍କୁ ପବନ କଲ୍ୟାଣ ଭେଟିବା ପରେ ବଢିଲା ଚର୍ଚ୍ଚା।

ସେନାକୁ ମିଳିଲା ବଡ଼ ସଫଳତା: ପାକିସ୍ତାନୀ ସୀମାରୁ ଅନୁପ୍ରବେଶ କରୁଥିବା ୫ ଲଶ୍କର ଆତଙ୍କବାଦୀ ନିହତ ।

ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ଆସନ୍ତା ୩୧ ତାରିଖରେ ଶପଥ ଗ୍ରହଣ କରିବେ।

ଇସ୍ରାଏଲର ଗାଜା ଆକ୍ରମଣରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ, ମୋଟ ସାମ୍ବାଦିକ ମୃତ୍ୟୁ ସଂଖ୍ୟା ହେଲା ୨୨।

ରାଜସ୍ଥାନ ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା । ରାଜ୍ୟର ନେତା, ମନ୍ତ୍ରୀଙ୍କ ଠିକଣାରେ ଇଡିର ଚଢ଼ାଉ, ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପୁଅଙ୍କୁ ଇଡିର ସମନ ।

ବିଦାୟୀ ରାଜ୍ୟପାଳଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ।

ବାଲିଯାତ୍ରା ପ୍ଲଟ୍ ଆବଣ୍ଟନ ପାଇଁ ବିଜ୍ଞପ୍ତି ପ୍ରକାଶ : ଅକ୍ଟୋବର ୩୦ରୁ ନଭେମ୍ବର ୩ ପର୍ଯ୍ୟନ୍ତ ପଞ୍ଜିକରଣ ।

ନେତୃତ୍ବ ପରିବର୍ତ୍ତନ ପାଇଁ ସଙ୍କେତ ଦେଲା ପିସିବି: ବିପଦରେ ବାବର ।

ହାଇକୋର୍ଟରେ ସତ୍ୟପାଠ ପରେ ବି ଅସୁରକ୍ଷିତ ଗଜରାଜ: ଆଠଗଡ଼ ବନଖଣ୍ଡରେ ଦନ୍ତାର ମୃତଦେହ ଉଦ୍ଧାର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବିବାଦୀୟ ଟିପ୍ପଣୀ କରିଥିବା କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ବାଚନ ଆୟୋଗର ନୋଟିସ୍। ଆୟୋଗ ପ୍ରିୟଙ୍କାଙ୍କୁ ଅକ୍ଟୋବର ୩୦ ତାରିଖ ସନ୍ଧ୍ୟା ସୁଦ୍ଧା ନୋଟିସ୍‌ର ଜବାବ ଦେବାକୁ କହିଛନ୍ତି।

ସୁପ୍ରଭାତ ,ଶୁଭ ସକାଳ ।

You may have missed