ଅରଖପୁର ନୂତନ ସେବା ସମବାୟ କାର୍ଯ୍ୟାଳୟ ଉଦ୍ ଘାଟିତ—

c1ab8332-3719-475f-8f67-b3435bbf63f3
Share


—————————————–
ବୁଗୁଡା:-ତା-୧୮-୧୦-୨୦୨୩ ରିଖ ବୁଗୁଡା ବ୍ଳକ୍ ଅନ୍ତର୍ଗତ ଅରଖପୁର ଗ୍ରାମ ପଞ୍ଚାୟତର ଅରଖପୁର ଠାରେ ନୁତନ ଭାବେ ଚାଷୀ ମାନଙ୍କ ସମସ୍ୟା ଦୁରୀକରଣ ପାଇଁ ସରକାରଙ୍କ ପକ୍ଷରୁ ଏକ ନୁତନ ସେବା ସମବାୟ ସମିତି କାର୍ଯ୍ୟାଳୟ ସ୍ଥାପିତ ହୋଇ ଆଜି ଉଦ୍ ଘାଟିତ ହୋଇ ଯାଇଛି। ମାନ୍ୟବର ପୋଲସରା ବିଧାୟକ ତଥା ପୁର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉଦ୍ ଘାଟନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ତମ ଅତିଥି ଭାବେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ମଙ୍ଗୁଳୁ ସାହୁ, ଆସ୍କା ଏ. ଆର୍. ସି. ଏସ୍, ନିର୍ଦ୍ଦେଶିକା ନନ୍ଦିନୀ ଭୂୟାଁ, ସରପଞ୍ଚ ମିନତି ମଲ୍ଲିକ, ସମିତି ସଭ୍ଯ ଶାନ୍ତି ଲତା ସ୍ବାଇଁ, ନୁତନ ସଭାପତି ପ୍ରଶାନ୍ତ କୁମାର ପାତ୍ର, ଉପସଭାପତି ଛିନ୍ମୟ ମଲ୍ଲିକ, ସମ୍ପାଦକ ହିମାଂଶୁ ଶରୀର ପଣ୍ଡା ଯୋଗଦେଇ ଚାଷୀ ମାନଙ୍କ ସୁବିଧା ସଂପର୍କରେ ସୁଚନୀ ପ୍ରଦାନ କରିଥିଲେ। ଅରଖପୁର, ମହୁଲପଲ୍ଲୀ, ଖରିଡା, ଝୋଲରୀ, ଏକଡାଳକୁ ନେଇ ଗଠିତ ଏହି ନୁତନ ସୋସାଇଟ୍ ଜନହିତରେ ଆସି ପାରିବ ବୋଲି ଅଞ୍ଚଳ ବାସି ଖୁସି ବ୍ଯକ୍ତ କରିଛନ୍ତି।
——-*—–